ପୁରୀ,୧୬।୧୨ :  ବିଶ୍ବପ୍ରସିଦ୍ଧ ରଥଯାତ୍ରା ୨୦୨୫ ପାଇଁ ପ୍ରକ୍ରିୟା ଆରମ୍ଭ  ହୋଇଛି । ରଥକାଠ ଚିହ୍ନଟ ପାଇଁ ତିନି ଜଣିଆା ଟିମ୍ ଗଲେ ନୟାଗଡ଼। ଟିମ୍‌ରେ ରଥ ତତ୍ତ୍ୱାବଧାରକ, ରଥ ଅମିନ ଓ ଭୋଇ ସର୍ଦ୍ଦାର ସାମିଲ୍ ଅଛନ୍ତି। 

ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ତିନିଜଣିଆ ଟିମ୍ ମାଳ, ମାହାର୍ଦ୍ଦ, ଶ୍ରୀଫଳ, ପତନୀ, ନୈବେଦ୍ୟ ନେଇ ନୟାଗଡ ଯାଇଛନ୍ତି। ମଙ୍ଗଳବାର ନୟାଗଡ ଦଶପଲ୍ଲା ରେଞ୍ଜର ବଡରାଉଳ ଠାକୁରାଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯିବ। ପରେ ରଥକାଠ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ତେବେ ୫୧ ଖଣ୍ଡ କାଠ ବଳକା ଥିବାବେଳେ ରଥ ପାଇଁ  ୮୧୪ ଖଣ୍ଡ କାଠର ଆବଶ୍ୟକତା ରହିଛି।