ପ୍ରମୂଖ ଖବର
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ବିଚ୍ ରାସ୍ତାରେ ବ୍ୟବସାୟୀଙ୍କୁ ଛୁରୀ ଭୁସି ହତ୍ୟା କଲେ ଦୁର୍ବୃତ୍ତ

Published By : Prameya | April 27, 2025 11:05 PM

ବୌଦ୍ଧ,୨୭/୪ :  ରାସ୍ତା ମଝିରେ ଯୁବ ବ୍ୟବସାୟୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ। ଛାତିରେ ଛୁରୀ ଭୁସି ହତ୍ୟା ହତ୍ୟା କରି ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି । ସେପଟେ ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । 

ସୂଚନା ଅନୁଯାୟୀ ବୌଦ୍ଧ ସହରର ଯୁବ ବ୍ୟବସାୟୀ କେ ମୁନା ପାତ୍ର ଜଣଙ୍କ ସହ ଉପକଣ୍ଠ ଜଗଦୀଶପୁର ଛକ ନିକଟରେ ଥିବା ନିଜ ଗୋଦାମ ଘରକୁ ବ୍ୟବସାୟ ସାମଗ୍ରୀ ରଖିବାକୁ ଯାଇଥିଲେ । ସେଠାରେ କିଛି ଯୁବକଙ୍କ ସହ ବଚସା ହୋଇଥିବା ସୂଚନା ମିଳିଛି । ତେବେ ବଚସା ହେବା ପରେ ସମସ୍ତେ ରାସ୍ତା ଉପରକୁ ଆସିଥିଲେ । ପରେ ଛକ ରାସ୍ତା ଉପରେ ହଠାତ୍ ବ୍ୟବସାୟୀଙ୍କୁ ଅତର୍କିତ ଭାବେ ଛାତିରେ ଛୁରୀ ଭୁସି ଦୁର୍ବୃତ୍ତମାନେ ଏକ ସ୍କୁଟିରେ ଫେରାର ମାରିଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ଏବଂ ଉତ୍ୟକ୍ତ ଲୋକଙ୍କ ଦ୍ୱାରା ବାଇପାସ୍ ରାସ୍ତାକୁ ଅବରୋଧ କରାଯାଇଥିବାବେଳେ ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହନ ଅଟକି ରହିଛି। ତେବେ ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟ କରିବା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବାବେଳେ ଖବରପାଇ ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଥିବାବେଳେ ସହରରେ ପାଟ୍ରୋଲିଂ ବ୍ୟବସ୍ଥା ଢିଲାକୁ ନେଇ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଉକ୍ତ ବାଇପାସ୍ ରାସ୍ତା ଅବରୋଧ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.