ବାରିପଦା, ୨୭।୧୦ – ମହାରାଷ୍ଟ୍ରରୁ ଶିମିଳିପାଳରେ  ପହଞ୍ଚିଲା ଏକ ନୂଆ ମହାବଳ ବାଘୁଣୀ। ମହାରାଷ୍ଟ୍ର ତଡୋବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ସ୍ଵତନ୍ତ୍ର ଟିମ୍ ଦ୍ଵାରା ବାଘୁଣୀକୁ  ଅଣାଯାଇଛି। ରବିବାର ଅପରାହ୍ନରେ ଶିମିଳିପାଳ ପହଞ୍ଚିଛି ଏହି ଅଢେଇ ବର୍ଷ ର ବାଘୁଣୀ । 

ଶିମିଳିପାଳ କୋର ଏରିଆ ଜମୁନାଗଡ କିମ୍ବା ଗୁଡୁଗୁଡ଼ିଆ ଠାରୁ ଆହୁରି ୨୫କିମି ଅଭ୍ୟନ୍ତରରେ ରବିବାର ରାତିରେ ବାଘୁଣୀକୁ ଛଡାଯିବାର ଯୋଜନା ରହିଛି। ଏହା ପରେ ଆଉ ଏକ ବାଘୁଣୀ ଅଣାଯିବ । ମହାରାଷ୍ଟ୍ର ରୁ ମୋଟ ୨ ଟି ବାଘୁଣୀ ଶିମିଳିପାଳକୁ ଆସିବେ ।