ପ୍ରମୂଖ ଖବର
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ହୁସିଆର ! ଡଙ୍ଗରୀ-ଏକୋରୀ ରାସ୍ତାରେ ବୁଲୁଛି ମହାବଳ...

Published By : Harapriya Sethi | August 22, 2025 2:10 PM

କୋଷାଗୁମୁଡା,୨୨/୦୮: ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ବନାଞ୍ଚଳର ଦେଓ ଡଙ୍ଗରୀ ଫରେଷ୍ଟ ବିଟର କୁସୁମ ଡଙ୍ଗରୀ-ଏକୋରୀ ରାସ୍ତା ଛକରେ ବୁଲୁଛି ବାଘ । ଶୁକ୍ରବାର ସକାଳ ୧୦ଟାରେ ଏକ ମହାବଳ ବାଘ ବୁଲୁଥିବା ଲୋକେ ଦେଖିବାକୁ ପାଇଥିବା ସୂଚନା ମିଳିଛି । କିଛି ମାସର ବ୍ୟବଧାନ ପରେ ପୁଣି ଅଞ୍ଚଳବାସୀଙ୍କୁ ମହାବଳ ବାଘର ଭୟ ଘାରିଛି । ବାଲେଙ୍ଗା ଓ ଲାଣ୍ଡୁଗୁଡା ଗାଁକୁ ଲାଗି ରହିଥିବା ମିରମିଣ୍ଡା ସଂରକ୍ଷିତ ଜଙ୍ଗଲ ଓ ଏକୋରୀ କୁସୁମ ଡଙ୍ଗରୀକୁ ଲାଗିରହିଥିବା ଦେଓ ଡଙ୍ଗରୀ ସଂରକ୍ଷିତ ଜଙ୍ଗଲ ପ୍ରାୟତଃ ପୋଡଶୀ ଛତିଶଗଡ଼ ସଂରକ୍ଷିତ ଜଙ୍ଗଲକୁ ଲାଗି ରହିଛି । ତେଣୁ ପୋଡଶୀ ରାଜ୍ୟର ଜଙ୍ଗଲରୁ ବାଘଟି ଆସିଥିବ ବୋଲି ସାଧାରଣରେ ଆଲୋଚନା ହେଉଛି । 

ସୂଚନା ମୁତାବକ, ଶୁକ୍ରବାର ବାଘଟି କୁସୁମ ଡଙ୍ଗରୀ-ଏକୋରୀ ରାସ୍ତା ଛକଠାରେ ଚଳ ପ୍ରଚଳ କରୁଥିବାର ଫୋଟ ଓ ଭିଡିଓ ଉତ୍ତୋଳନ କରାଯାଇଥିବା ଦେଖିବାକୁ ମିଳିଛି । କିଛି ଦିନ ପୂର୍ବେ ବାଲେଙ୍ଗା ଓ ଲାଣ୍ଡୁଗୁଡା ଗାଁକୁ ଲାଗି ରହିଥିବା ମିରମିଣ୍ଡା ସଂରକ୍ଷିତ ଜଙ୍ଗଲରେ ବାଘ ରଡି ଛାଡୁଥିବା ନେଇ ବହୁ ଚର୍ଚ୍ଚା ହୋଇଥିଲା । ଯାହାକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହେଉଥିବା ବେଳେ ଲୋକେ ଜଙ୍ଗଲକୁ ଯିବା ଆସିବା ବନ୍ଦ କରିଦେଇଛନ୍ତି । ଜଙ୍ଗଲକୁ ଲାଗି ଅନେକ ଲୋକଙ୍କ ଚାଷ ଜମି ଥିବାବେଳେ ଲୋକେ ଜମିକୁ ଯାଉନଥିବା ସୂଚନା ମିଳିଛି । ଏପରି କି ସନ୍ଧ୍ୟା ସମୟରେ ଲୋକେ ନିକଟ ଗାଁକୁ ଯିବାକୁ ବି ଭୟ କରୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏନେଇ ବନବିଭାଗ ପକ୍ଷରୁ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରାଯାଇଛି । ଯାହାର ଭିଡିଓ ଏବଂ ଫୋଟ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏନେଇ ଆମେ କୋଡ଼ିଙ୍ଗା ରେଞ୍ଜର ପୂର୍ଣ୍ଣଚନ୍ଦ୍ର ନନ୍ଦଙ୍କୁ ଯୋଗାଯୋଗ କରିବାରୁ ସେ "ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରାଯାଉଛି । ୨ରୁ ୩ ଦିନ ଅବଜର୍ଭେସନ୍ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ" ବୋଲି କହିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.