ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଆମେରିକା ଓ ଚୀନ ମଧ୍ୟରେ ଟ୍ରେଡ ଓ୍ବାର ଆରମ୍ଭ, ଭାରତ ପାଇଁ ବଡ ମଉକା

Published By : Suraj Kumar | November 17, 2024 11:31 PM

ନୂଆଦିଲ୍ଲୀ; ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଜିତିବା ପରେ ସମଗ୍ର ବିଶ୍ବରେ ଏବେ ଚୀନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆମେରିକା ଓ ଚୀନ ମଧ୍ୟରେ ଫୁଣି ଆରମ୍ଭ ହେବାକୁ ଯାଉଛି ଟ୍ରେଡ ଓ୍ବାର(ବାଣିଜ୍ୟ ଯୁଦ୍ଧ) । ଘରୋଇ ଉତ୍ପାଦନକୁ ଉତ୍ସାହିତ କରିବା ପାଇଁ ଆମେରିକାର ସମସ୍ତ ଆମଦାନି ଉପରେ ୧୦-୨୦ ପ୍ରତିଶତ ଓ ଚାଇନାରୁ ଆମଦାନି ଉପରେ ୬୦ ପ୍ରତିଷତ ଯାଏ ଶୁଳ୍କ ଲଗାଯିବ ବୋଲି ଟ୍ରମ୍ପ ଏବେଠୁ ଘୋଷଣା କରିସାରିଲେଣି । 

ବିଶେଷଜ୍ଞ ମାନଙ୍କ ମତରେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଫଳରେ ଆମେରିକା ବଜାରରେ ଭାରତୀୟ ସାମଗ୍ରୀ ପହଞ୍ଚିବା ପାଇଁ ଏକ ବଡ ମଉକା ପ୍ରଦାନ କରିବା ସହିତ ଭାରତୀୟ ମାନୁଫ୍ୟାକଚରିଂ ୟୁନିଟକୁ ଏକ ବଡ ବୁଷ୍ଟ ପ୍ରଦାନ କରିବ ।  ଚୀନରେ ବିଭିନ୍ନ ସାମଗ୍ରୀ ନିର୍ମାଣ କରୁଥିବା ଆମେରିକା, ତାଇଓ୍ବାନ, ଜାପାନ ଓ କୋରିଆ ପରି ଦେଶର କମ୍ପାନିଙ୍କୁ ଆମେରିକା ଜିନିଷ ରପ୍ତାନି କରିବାକୁ ହେଲେ ଏହା ଅଧିକ ମହଙ୍ଗା ହୋଇଯିବ ।  ତେଣୁ କମ୍ପାନି ମାନେ ସେମାନଙ୍କ ୟୁନିଟ ଚୀନରୁ ହଟାଇ ଅନ୍ୟ କୈାଣସି ଦେଶରେ ନିଜ ମାନୁଫେକଚରିଂ ୟୁନିଟ ସ୍ଥାପନ କରିବାକୁ ଯିବା ସମୟରେ ଭାରତ ସେମାନଙ୍କୁ ନିଜଆଡକୁ ଆକର୍ଷିତ କରିପାରେ । 

ଚୀନ ଉପରେ ୬୦ ପ୍ରତିଶତ ରପ୍ତାନି ଶୁଳ୍କ ଲାଗିବା ପରେ ଚୀନରୁ ଆମେରିକା ଆସୁଥିବା ବସ୍ତୁ ଗୁଡିକ ବହୁତ ମହଙ୍ଗା ହୋଇଯିବ । ବିଶ୍ବ ବଜାରରେ ପ୍ରଥମରୁ ଇଲେକ୍ଟ୍ରୋନିକ୍ସ , ଲେଦର, ଟେକ୍ସଟାଇଲ, ମଶିନାରୀ ଓ ଖେଳନା ଭଳି ଅନେକ ଉତ୍ପାଦ  ରପ୍ତାନି କରୁଥିଲା ବେଳେ ଆମେରିକା ବଜାରକୁ ମଧ୍ୟ ଏହି ବସ୍ତୁମାନ ପଠାଇ ଭାରତ କମ ମୁଲ୍ୟରେ ଭଲ ସାମଗ୍ରୀ ଯୋଗାଇ ପାରିବ । 

ପୂର୍ବରୁ ଆମେରିକାର ରାଷ୍ଟପତି ବନିଥିବା ଡୋନାଲ୍ଡ ଟ୍ରମ୍ପ ୨୦୧୮ ମସିହାରୁ ଆମେରିକା ଓ ଚୀନ ମଧ୍ୟରେ ଟ୍ରେଡ ଓ୍ବାର ଆରମ୍ଭ ହୋଇସାରିଥିଲା । ଟ୍ରେଡ ଓ୍ବାର ପରେ ଅନେକ କମ୍ପାନୀ ଚୀନ ଛାଡି ଅନ୍ୟ ଦେଶକୁ ପଳାଇଥିସେ । ଆପଲ କମ୍ପାନି ଭାରତକୁ ଆସିଥିଲା ବେଳେ ଆହୁରି ଅନେକ କମ୍ପାନୀ ଭିଏତନାମ ଓ ମାଲେସିଆ ଭଳି ଦେଶକୁ ଚାଲିଯାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.