ଘଟଗାଁ ,୦୫/୧୦: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଗୁଣ୍ଡିଚାଘାଗି ଜଳପ୍ରପାତରେ ଅଘଟଣ । ପ୍ରଖର ସ୍ରୋତରେ ଭାସିଗଲେ ଯୁବକ । ନିଖୋଜ ଯୁବକ ହେଲେ ହରିଚନ୍ଦନପୁର ଥାନା ବଡଶିଆଡ଼ିମାଳ ଗାଁର ସତ୍ୟପ୍ରକାଶ ମହାନ୍ତ । ସତ୍ୟପ୍ରକାଶ ଆମ୍ବୁଲାନ୍ସ ଡ୍ରାଇଭର ଭାବେ ପାରାଦୀପରେ କାର୍ଯ୍ୟରତ ଥିଲେ । 

ସୂଚନା ମୁତାବକ, ଗତକାଲି ରାତିରେ ସେ ସାଙ୍ଗମାନଙ୍କ ସହିତ ଗୁଣ୍ଡିଚାଘାଗି ବୁଲିବାକୁ ଆସିଥିଲେ । ହୁଣ୍ଡିବାଲାଗଣ ଜଳ ପ୍ରପାତ ମୁଖ୍ୟ କୁଣ୍ଡରେ ଗାଧୋଇବା ବେଳେ ଏହି ଦୁର୍ଘଟଣା ଘଟିଛି । ଏନେଇ ଖବର ପାଇ ଘଟଣାସ୍ଥଳରେ ଘଟଗାଁ ପୁଲିସ୍ ଓ ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରକାଶ ଥାଉକି, ମାସେ ପୂର୍ବେ ମଧ୍ୟ ଏହି ଜଳପ୍ରପାତରେ ଖସି ଭାସି ଯାଇଥିଲେ। ଏଯାଏଁ ତାଙ୍କର ପତ୍ତା ମିଳି ନାହିଁ ।