ମୁମ୍ୱାଇ : ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନଙ୍କୁ ଚୀନର ମକାଓ କମେଡି ଫେଷ୍ଟିଭାଲରେ ସମ୍ମାନିତ କରାଯାଇଛି। ଆମିର ଖାନ ଚୀନରେ ଖୁବ୍‌ ଲୋକପ୍ରିୟ। ତାଙ୍କର ଅନେକ ଫିଲ୍ମ ଚାଇନା ବକ୍ସ ଅଫିସରେ ଧକାମା ସୃଷ୍ଟି କରିଛି। ଦୁଇଟି ଫିଲ୍‌ମ ତ ଚାଇନା ବକ୍ସ ଅଫିସରେ ୫୦୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଛି। ଏହି କ୍ରମରେ ତାଙ୍କୁ ପ୍ରଶଂସା କରାଯାଇଛି।

ଆମିର ଖାନଙ୍କ ଗୋଟିଏ କି ଦୁଇଟି ନୁହେଁ , ୪ଟି ଫିଲ୍ମ ଚାଇନା ବକ୍ସ ଅଫିସ୍‌ରେ କମାଲ କରିଥିଲା। ଥ୍ରୀ ଇଡିୟଟ୍‌ (୨୦୦୯) ,ପିକେ (୨୦୧୪) , ଦଙ୍ଗଲ ( ୨୦୧୬) ଓ ସିକ୍ରେଟ୍‌ ସୁପରଷ୍ଚାର (୨୦୧୭)ରେ ସେଠାରେ ଖୁବ୍‌ ପସନ୍ଦ କରାଯାଇ ଥିଲା। ଥ୍ରୀ ଇଡିୟଟ୍‌ ଚାଇନା ବକ୍ସ ଅଫିସ୍‌ରେ ୧୧ କୋଟି ଟଙ୍କା ଓ ପିକେ ୧୨୩ କୋଟି ଟଙ୍କାର କଲେକ୍ସନ କରିଥିଲା। ସେଠାରେ ଦଙ୍ଗଲ ଓ ସିକ୍ରେଟ୍‌ ସୁପରଷ୍ଟାର ୫୦୦ କୋଟି ଟଙ୍କାରୁ ଅଧିକ ଆୟ କରିଥିଲା। 

ଆମିର ଖାନଙ୍କ ଦଙ୍ଗଲ କେବଳ ଚାଇନା ବକ୍ସ ଅଫିସରୁ ୧,୩୦୫ କୋଟି ଟଙ୍କାର ବ୍ୟବସାୟ କରିଥିଲା। ସେଠାରେ ସିକ୍ରେଟ୍‌ ସୁପରଷ୍ଟାର ୭୫୭.୧ କୋଟି ଟଙ୍କାର ବିଜେନେସ୍‌ କରିଥିଲା।  

ଆମିର ଖାନ୍‌ ଆଗାମୀ ଫିଲ୍ମ ସିତାରେ ଜମିନ୍‌ ପର୍‌ ରେ ନଜର ଆସିବେ। ଏହି ଫିଲ୍ମ ୨୦୦୭ ମସିହାରେ ଆସିଥିବା ତାଙ୍କର ହିଟ୍‌ ଫିଲ୍ମ ତାରେ ଜମିନ୍‌ ପର୍‌ର ସିକ୍ୱେଲ। ଏହି ଫିଲ୍ମରେ ଜେନେଲିଆ ଡିସୁଜା ଓ ଦର୍ଶୀଲ ସଫାରୀ ମଧ୍ୟ ଅଛନ୍ତି। ଉକ୍ତ ଫିଲ୍ମଟି ଜୁନ୍‌ରେ ରିଲିଜ୍ ହୋଇପାରେ। ଏହା ବ୍ୟତୀତ ଆମିରଙ୍କ ପାଖରେ ଆଉ ଏକ ବଡ଼ ଫିଲ୍ମ ଅଛି, ‘ଲାହୋର ୧୯୪୭’ ।