ମୁମ୍ୱାଇ : ବଲିଉଡର ଲିଜେଣ୍ଡରୀ ଅଭିନେତା ଆମିର ଖାନଙ୍କ ୨୦୦୯ ମସିହାରେ ଆସି ଥିଲା ଫିଲ୍ମ ‘୩ ଇଡିଅଟ୍ସ’। ଏହାକୁ ତିଆରି କରିବାରେ ପାଖାପାଖି ୫୫ କୋଟି ଟଙ୍କା ହୋଇ ଥିଲା ଖର୍ଚ୍ଚ ଏବଂ ବକ୍ସ ଅଫିସରେ ଏହା ୪୬୦ କୋଟି ଟଙ୍କାର ୱାର୍ଲ୍ଡୱାଇଡ୍ ଗ୍ରସ୍ କଲେକ୍ସନ କରିଥିଲା। ଫିଲ୍ମଟି ବକ୍ସ ଅଫିସରେ ଲଗାତାର ଗ୍ରୋ କରୁଥିଲା , କିନ୍ତୁ ଯେତେବେଳେ ଟିମ୍ ରିସର୍ଚ୍ଚ କରି ଥିଲେ, ସେମାନେ ଜାଣି ପାରିଲେ ଯେ , ଏହି ଫିଲ୍ମକୁ ନେଇ କୌଣସି ବିଶେଷ କାରଣ ନଥିଲା। କେହି ଏହାକୁ ଅନଲାଇନରେ ଖୋଜୁ ନଥିଲେ କି ଲୋକମାନେ ଏହାକୁ ଦେଖିବାକୁ ଯାଉ ନଥିଲେ । ସେହି ସମୟରେ ଆମିର ଖାନ ଫିଲ୍ମର ଟାଇଟଲର ଗୁରୁତ୍ୱକୁ ଅନୁଭବ କରିଥିଲେ।
ଆମିର ଖାନ କୋମଲ ନହାଟାଙ୍କ ସହିତ ଏକ ସାକ୍ଷାତକାରରେ କହିଥିଲେ – ଲୋକେ ଟାଇଟଲକୁ କମ୍ ଗୁରୁତ୍ୱ ଦିଅନ୍ତି। ଟାଇଟଲ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ। ଏହା ମୁଁ ୩ ଇଡିଅଟ୍ସ ସମୟରେ ଶିଖି ଥିଲି। ରିସର୍ଚ୍ଚ ସମୟରେ ଏହା ବାରମ୍ଵାର ସାମ୍ନାକୁ ଆସୁଥିଲା ଯେ ୩ ଇଡିଅଟ୍ସ ଭଲ ବ୍ୟବସାୟ କରୁ ନାହିଁ । ଫିଲ୍ମଟି ଭଲ ଅଛି , କିନ୍ତୁ ସେତିକି ନୋଟିସ୍ ହୋଇ ପାରୁ ନାହିଁ। ପ୍ରତି ସପ୍ତାହରେ କଲେକ୍ସନ ବଢ଼ୁଥିଲା, କିନ୍ତୁ ରିସର୍ଚ୍ଚ କହୁଥିଲା ଯେ , ନା, ଏହି ଫିଲ୍ମଟି ଭଲ ବ୍ୟବସାୟ କରୁନାହିଁ। ତା'ପରେ ଆମେ ଅନୁଭବ କଲୁ ଯେ ,ଆମର ଟାଇଟଲ ଇଂରାଜୀରେ ଥିଲା - ୩ ଇଡିଅଟ୍ସ । ଏହା ଉପରକୁ ଲୋକଙ୍କର ଧ୍ୟାନ ହିଁ ଯାଉ ନଥିଲା।
ଆମିର ଖାନ କହି ଥିଲେ – ଆପଣ ଯେତେବେଳେ କାହାକୁ ପଚାରନ୍ତି ଯେ, ୩ ଇଡିଅଟ୍ସ ଦେଖିଛ ? ତ ସେ କହୁଥିଲା କି ୩ ଇଡିଅଟ୍ସ ଦେଖି ନାହିଁ। ତା'ପରେ ପଚାରୁ ଥିଲେ କଣ ଦେଖିଛ ? ତ ସେ କହୁଥିଲେ ଆମିର ଖାନ ଓ କରୀନ କପୁରଙ୍କ ଜୁବି-ଡୁବି, ଜୁବି-ଡୁବି ଗୀତର ଫିଲ୍ମ ଦେଖିଛି। ଆମିର ଖାନ କହିଥିଲେ - ଅନ୍ୟ ସମସ୍ୟାଟି କଣ। ଏହା ହେଉଛି ଆମେ ଇଂରାଜୀରେ ଲେଖି ଥିଲୁ। ଏହା ଏକମାତ୍ର ଇଣ୍ଡଷ୍ଟ୍ରୀ, ଯେଉଁଠାରେ ଆମେ ଫିଲ୍ମ ହିନ୍ଦୀରେ ତିଆରି କରୁ ,କିନ୍ତୁ ଏହାର ଟାଇଟଲ ଲେଖିଥାଉ ଇଂରାଜୀରେ। ତ ମୁଁ ମୁଁ ପୁଣି ଏହା ମଧ୍ୟ ବଦଳାଇଲି।
ଏହାସହ ମଧ୍ୟ ପଢନ୍ତୁ : ନାରାଜ ହେଲେ ଆମିର ଖାନ୍, ପୁଣି ଲେଖା ହେଲା ଦାଦା ସାହେବ ଫାଲକେ ବାୟୋପିକର ସ୍କ୍ରିଫ୍ଟ
ଆମିର ଖାନ କହିଛନ୍ତି, ବର୍ତ୍ତମାନ ମୋର ସବୁ ଫିଲ୍ମ ଆମେ ହିନ୍ଦୀରେ ଲେଖି ଥାଉ । ଦଙ୍ଗଲକୁ ଆମେ ହିନ୍ଦୀରେ ଦଙ୍ଗଲ ଲେଖଛୁ । ମୁଖ୍ୟ ଟାଇଟଲ ହିନ୍ଦୀରେ ଲେଖା ଯାଇଛି । ଆମେ ଇଂରାଜୀର ଲେଖା ସାଇଡ୍ରେ ରଖିଥାଉ। ତ ଏହିପରି ଟାଇଟଲ ଖୁବ୍ ଜରୁରୀ। ଏବଂ ଟ୍ରେଲର ଫିଲ୍ମର ବହୁତ ଜରୁରୀ।
କହି ରଖୁଛୁ କି ଆମିର ଖାନଙ୍କର ଗତ କିଛି ଫିଲ୍ମରେ ବ୍ୟାକ୍ ଟୁ ବ୍ୟାକ୍ ଫ୍ଲପ୍ ହେଉଥିଲା , କିନ୍ତୁ ପୁଣି ଯେବେ ଯେତେବେଳେ ସେ ୨୦ ଜୁନ୍ ୨୦୨୫ ରେ 'ସିତାରେ ଜମିନ୍ ପର' ମାଧ୍ୟମରେ ବକ୍ସ ଅଫିସକୁ ଫେରି ଥିଲେ, ଏହା ତାଙ୍କୁ ଏକ ଦମଦାର କମବ୍ୟାକ୍ ଦେଇଥିଲା। ବର୍ତ୍ତମାନ ପ୍ରଶଂସକମାନେ ତାଙ୍କ ପରବର୍ତ୍ତୀ ଫିଲ୍ମକୁ ଖୁବ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି।