ମୁମ୍ୱାଇ : ୨୦୧୪ ମସିହାରେ ଆସି ଥିବା ଫିଲ୍ମ ‘ପିକେ ’ ଖୁବ୍ ବ୍ଲକବଷ୍ଟର ହିଟ୍ ହୋଇ ଥିଲା। ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର IMDbରେ ରେଟିଂ ୮.୧ ଅଛି ଏବଂ ପ୍ରାୟ ୧୨୨ କୋଟି ଟଙ୍କାର ଖର୍ଚ୍ଚରେ ତିଆରି ଏହି ଫିଲ୍ମ ୮୫୪ କୋଟି ଟଙ୍କାର ୱାର୍ଲ୍ଡୱାଇଡ୍ କଲେକ୍ସନ କରି ଥିଲା। କାହାଣୀ ଏକ ଏମିତି ଏଲିୟନର ଥିଲା, ଯିଏ ଭୁଲରେ ପୃଥିବୀରେ ରହି ଯାଏ। ଏହାପରେ ଧିରେ ଧିରେ ଏଠାରେ ମଣିଷମାନଙ୍କ ଦ୍ୱାରା ଧର୍ମ ନାମରେ ପ୍ରସାର କରାଯାଉ ଥିବା ଆଡମ୍ୱର ଓ ଅନ୍ଧବିଶ୍ୱାସର ରହସ୍ୟ ଖୋଲିବା ଆରମ୍ଭ କରେ। ହେଲେ ଖୁବ୍ କମ୍ ଲୋକ ଜାଣନ୍ତି ଯେ, ନିର୍ଦ୍ଦେଶକ ରାଜକୁମାର ହିରାନୀ ଏହି ଫିଲ୍ମର ଆଉ ୨ଟି ସ୍କ୍ରିପ୍ଟ ଲେଖି ଥିଲେ , ଯାହାକୁ ପରେ ନାକଚ କରି ଦିଆ ଯାଇ ଥିଲା। ଆସନ୍ତୁ ଏହି ସ୍କ୍ରିପ୍ଟ ବିଷୟରେ ଜାଣିବା।

ନିଜେ ରାଜକୁମାର ହିରାନୀ ଏକ ଇଣ୍ଟରଭ୍ୟୁରେ କହି ଥିଲେ ଯେ, ସେ କାହାଣୀକୁ ପ୍ରଥମେ ଏହିପରି ରଖିବାକୁ ଭାବି ଥିଲେ , ଯେଉଁଥିରେ ଲିଡ୍ ହିରୋ ବାସ୍ତବରେ ଜଣେ ତର୍କସଙ୍ଗତ ବିଚାର ରଖୁଥିବା ମଣିଷ। ଏହି ବ୍ୟକ୍ତି ଗାଁ ଗାଁକୁ ଯାଇ ଲୋକଙ୍କୁ ଦେଖାଏ ଯେ, ଧର୍ମ ଗୁରୁ କେଉଁ ଭଳି ଲୋକଙ୍କୁ ବୋକା ବନାଉଛନ୍ତି। ବିଜ୍ଞାନ ଓ ସାଇକୋଲଜିର ଗଭୀର ଜ୍ଞାନ ରଖିଥିବା ଏହି ବ୍ୟକ୍ତି ସେହି ସବୁ ଯାଦୁ ଲୋକଙ୍କୁ କରି ଦେଖାଏ , ଯାହା ତାଙ୍କର ଧର୍ମଗୁରୁ ତାଙ୍କୁ କରି ଦେଖାନ୍ତି ଏବଂ ଟଙ୍କା ନେଇଥାନ୍ତି। ଏହିପରି କାହାଣୀକୁ ଆରମ୍ଭରେ ବିଚାର କରାଯାଇ ଥିଲା। କିନ୍ତୁ ଏହି କନସେପ୍ଟକୁ ପରେ ସ୍କ୍ରାପ କରିଦିଆ ଯାଇଥିଲା।

ଯେତେବେଳେ ମେକର୍ସ ଏହି ଦିଗରେ ଭାବିବା ଆରମ୍ଭ କଲେ ଯେ, ତାଙ୍କର ମନରେ ଏହା ସହ ସାମଞ୍ଜସ୍ୟ ହେଉଥିବା ଆଉ ଏକ ଆଇଡିଆ ଆସିଲା। ଏହା ପଛ କାହାଣୀ ଠାରୁ ଅଧିକ ବିସ୍ତାରିତ ଥିଲା। ରାଜକୁମାର ହିରାନୀ ଓ ତାଙ୍କର ରାଇଟିଂ ଟିମ୍ ଦ୍ୱିତୀୟ ଡ୍ରାଫ୍ଟ ଉପରେ କାମ କରିବାକୁ ଗଲାବେଳେ ଭାବିଲେ , କାହାଣୀର ନାୟକକୁ ଜଣେ ଜଙ୍ଗଲୀ ଯୁବକ କଲେ କେମିିତି ହୁଅନ୍ତି । ହିରାନୀ ଭାବିଲେ ଫିଲ୍ମର ହିରୋ ଏକ ଛୋଟ ପିଲା ହେବ ,ଯିଏ ୨୦ ବର୍ଷ ପୂର୍ବେ ହଜି ଯାଇଥିଲା, କିନ୍ତୁ ସେ ଦୀର୍ଘ ଦିନ ପରେ ମନୁଷ୍ୟ ସଭ୍ୟତାକୁ ଫେରି ଆସିଥିବ। ହେଲେ ଅଲଗା ଅଲଗା କାରଣରୁ ଏହି ସ୍କ୍ରିପ୍ଟ ମଧ୍ୟ ନାକଚ ହେଲା ଏବଂ ଏହାପରେ ଲେଖା ଗଲା ଫାଇନାଲ ସ୍କ୍ରିପ୍ଟ ।

ମେକର୍ସ ଭାବିଲେ ଫିଲ୍ମର ହିରୋକୁ ଏକ ଏଲିୟନ କରି ଦେଖାଇଲେ କେମିତି ହୁଅନ୍ତି , ଯିଏ ପ୍ରଥମେ ପୃଥିବାରେ ଧିରେ ଧିରେ ଏଠାର ଆଚାର ବିଚାର ଭାଷା ଶିଖିବ ଏବଂ ପୁଣି ସ୍ଥିତି ଏମିତି ହେବ ଯେ, ତାକୁ ଏଠାର ଧର୍ମଗୁରୁ ଓ ବାବାଙ୍କ ପୋଲ୍ ଖୋଲିବାକୁ ପଡ଼ିବ। କାରଣ ହିରୋକୁ ଏଥିପାଇଁ ଏକ ଲକ୍ଷ୍ୟ ମଧ୍ୟ ଦରକାର ଥିଲା , ତ ଏଥିପାଇଁ ସେହି ରିମୋଟ ଭଳି କନସେପ୍ଟ କାହାଣୀରେ ରଖା ଗଲା, ଯାହାକୁ ମଣି କହି ଜଣେ ବାବା ପିକେ ଓ ପୂରା ଦୁନିଆକୁ ବୋକା ବନାଏ। ଏହି ଫିଲ୍ମ ଆମିର ଖାନଙ୍କ ସବୁଠୁ ବଡ଼ ହିଟ୍ ଫିଲ୍ମ ମଧ୍ୟରେ ଗୋଟିଏ ମନେକରାଯାଏ।

ଆହୁରି ମଧ୍ୟ ପଢନ୍ତୁ : ପରଦାକୁ ଆସିବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନ ଯାତ୍ରାର କାହାଣୀ, ଆମିର ଖାନଙ୍କ ପ୍ରଡକ୍ସନ ହାଉସର ଘୋଷଣା