ମୁମ୍ୱାଇ : ଆମିର ଖାନଙ୍କ ପ୍ରଡକ୍ସନ ହାଉସ ଏକ ନୂଆ ଡକ୍ୟୁମେଣ୍ଟ୍ରିର ଘୋଷଣା କରିଛି। ଏହି ଡକ୍ୟୁମେଣ୍ଟ୍ରିଟି ଖୁବ୍ ସ୍ୱତନ୍ତ୍ର। କାରଣ ଏହା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନ ଓ ଯାତ୍ରା ଉପରେ ଆଧାରିତ। ରିପୋର୍ଟ ଅନୁସାରେ , ଫିଲ୍ମମେକର ଓ ରାଇଟର ସ୍ୱାତି ଚକ୍ରବର୍ତ୍ତୀ ଏହାକୁ ନିର୍ଦ୍ଦେଶନା ଦେଉଛନ୍ତି।
ଭେରାଇଟି ଇଣ୍ଡିଆର ରିପୋର୍ଟ ମୁତାବିକ, ଡକ୍ୟୁମେଣ୍ଟ୍ରୀରେ ଦ୍ରୌପଦୀ ମୁର୍ମୁଙ୍କ ଜୀବନ ଯାତ୍ରାକୁ ପ୍ରଦର୍ଶିତ କରାଯିବ। କେମିତି ସେ ଓଡିଶାର ଏକ ଛୋଟିଆ ଗାଁରୁ ଭାରତର ପ୍ରଥମ ଟ୍ରାଇଭାଲ ରାଷ୍ଟ୍ରପତି ହୋଇ ପାରିଛନ୍ତି। ଏଥିରେ ରାଷ୍ଟ୍ରପତି ମୁର୍ମୁଙ୍କ ଜୀବନର ବ୍ୟକ୍ତିଗତ କାହାଣୀ ଓ ସଂଘର୍ଷର କଥା, ଯାହାକୁ ସେ ସହ୍ୟ କରି ଏହି ସଫଳତାରେ ପହଞ୍ଚିଛନ୍ତି। ଏହା ବ୍ୟତୀତ ଯାହା ତାଙ୍କର ପବ୍ଲିକ୍ ସର୍ଭିସ ରହିଛି , ସେସବୁକୁ ମଧ୍ୟ ଚିତ୍ରଣ କରାଯିବ।
କହି ରଖୁଛୁ କି ,ଆମିର ଖାନଙ୍କ ପ୍ରଡକ୍ସନ ସର୍ବଦା ରିୟଲ ଲାଇଫ୍ ଏକ୍ସପେରିଏନ୍ସ ଓ ସାମାଜିକ ପରିବର୍ତ୍ତନ ଉପରେ ଆଧାରିତ କାହାଣୀ ତିଆରି କରିଥାଏ। ଅନେକ ବର୍ଷରୁ ଏହି ପ୍ରଡକ୍ସନ ହାଉସ୍ ଅନେକ ବାସ୍ତବ ଜୀବନର କାହାଣୀ କହିଛି, ଯାହା ସମାଜ ଉପରେ ପ୍ରଭାବ ପକାଇଛି।
ଏହି ଫିଲ୍ମ ପାଇଁ ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ମଧ୍ୟ ସୁଟିଂ ଆରମ୍ଭ ହୋଇ ଯାଇଛି। ସ୍ଥାନୀୟ କଳାକାରଙ୍କୁ ଏଥିପାଇଁ କାଷ୍ଟ କରାଯାଉଛି। ତାଙ୍କର ବ୍ୟକ୍ତିଗତ କାହାଣୀକୁ ଦେଖାଇବା ବ୍ୟତୀତ , ଏହି ଫିଲ୍ମ ତାଙ୍କର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାର ସେହି ମୁହୂର୍ତ୍ତକୁ ମଧ୍ୟ ପ୍ରଦର୍ଶିତ କରାଯିବ।
ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ସ୍ୱାତି ୨୦୧୯ରେ ‘ରୁବରୁ ରୋଶନୀ’ ନିର୍ଦ୍ଦେଶନା ଦେଇଥିଲେ। ଏହି ଡକ୍ୟୁମେଣ୍ଟ୍ରୀକୁ ଆମିର ଖାନ ଓ କିରଣ ରାଓ ପ୍ରଡ୍ୟୁସ୍ କରିଥିଲେ। ଏହାପୂର୍ବରୁ ଆମିର ଖାନଙ୍କ ପ୍ରଡକ୍ସନ ବ୍ୟାନରରେ ଫିଲ୍ମ ‘ସିତାରେ ଜମିନ ପର’ ଆସିଥିଲା ,ଯାହା ଗତ ବର୍ଷ ରିଲିଜ ହୋଇଥିଲା। ଏହି ଫିଲ୍ମର ଏକ ସ୍ପେଶାଲ ସ୍କ୍ରିନିଂ ରାଷ୍ଟ୍ରପତି ଭବନରେ ମଧ୍ୟ ହୋଇଥିଲା। ଉକ୍ତ ଫିଲ୍ମଟି ସୁପରହିଟ୍ ହୋଇଥିଲା ଏବଂ ଏହା ପୂର୍ବରୁ ୨୦୦୭ରେ ଏହାର ଯେଉଁ ପ୍ରଥମ ପାର୍ଟ ଆସିଥିଲା , ତାରେ ଜମିନ ପର୍ ...ଏହା ମଧ୍ୟ ବ୍ଲକବଷ୍ଟର ଥିଲା।
ଆହୁରି ମଧ୍ୟ ପଢନ୍ତୁ : ମେହମୁଦଙ୍କ ଦେହାନ୍ତ ପରେ ଫିଲ୍ମ ଇଣ୍ଡଷ୍ଟ୍ରୀ ଛାଡ଼ି ଦେଇ ଥିଲେ ଏହି ଗାୟକ, କାହିଁକି ଜାଣନ୍ତୁ