ମୁମ୍ୱାଇ : ଅଭିନେତା, ନିର୍ଦ୍ଦେଶକ ତଥା ପ୍ରଯୋଜକ ଥିବା ଆମିର ଖାନ ଏହି ସମୟରେ ‘ଲାପତା ଲେଡିଜ୍’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। କହି ରଖୁଛୁ କି, ଆମିରଙ୍କ ପ୍ରଡକ୍ସନରେ ନିର୍ମିତ ଫିଲ୍ମ ‘ଲାପତା ଲେଡିଜ୍’ ଓସ୍କାର ପୁରସ୍କାର ପାଇଁ ଆନ୍ତର୍ଜାତିକ ଫିଚର ଫିଲ୍ମର ପର୍ଯ୍ୟାୟରେ ଭାରତର ଅଫିସିଆଲି ଏଣ୍ଟ୍ରି। ଏହି ମଧ୍ୟରେ ଆମିର ଓସ୍କାର ପାଇଁ ସର୍ଟଲିଷ୍ଟ କରାଯାଇ ଥିବା ଫିଲ୍ମର ତାଲିକା ଜାରି ହେବା ପୂର୍ବରୁ ‘ଲାପତା ଲେଡିଜ୍’ର ଇଣ୍ଟରନ୍ୟାସନାଲ ସ୍ତରରେ ପ୍ରଚାର ପ୍ରସାର କରୁଛନ୍ତି। ପ୍ରଚାର ପ୍ରସାର ସମୟରେ ଆମିର ନିଜର ଡ୍ରିମ୍ ପ୍ରୋଜେକ୍ଟ ‘ମହାଭାରତ’ ବିଷୟରେ କଥାବାର୍ତ୍ତା ହୋଇ ଥିଲେ।
ଆମିର ବିବିସିକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି , ଏହା ମୋର ଡ୍ରିମ୍ ପ୍ରୋଜେକ୍ଟ ଏବଂ ଏହା ଖୁବ୍ ଭୟାନକ ପ୍ରୋଜେକ୍ଟ ମଧ୍ୟ । ମୋତେ ଡ଼ର ଲାଗୁଛି କି କେଉଁଠି କିଛି ଭୁଲ ହୋଇ ନଯାଉ। ଏହା ଏକ ବହୁତ ବଡ଼ ଦାୟିତ୍ୱ , କାରଣ ‘ମହାଭାରତ’ ସବୁ ଭାରତୀୟଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ନେଇଛି। ଏହା ଆମର ରକ୍ତରେ ରହିଛି। ଏଥିପାଇଁ ମୁଁ ଏହା ଉପରେ ଠିକ୍ ଭାବେ ଫିଲ୍ମ ତିଆରି କରିବାକୁ ଚାହୁଁଛି। ମୁଁ ପ୍ରତି ଭାରତୀୟଙ୍କୁ ଗର୍ବ ଅନୁଭବ କରିବାକୁ ଚାହୁଁଛି। ମୁଁ ଦୁନିଆକୁ ଦେଖାଇବାକୁ ଚାହୁଁଛି କି ଦେଖ ! ଭାରତ ପାଖରେ କଣ ଅଛି। ମୋତେ ଜଣା ନାହିଁ କି ଏହି ପ୍ରୋଜେକ୍ଟ ତିଆରି ହୋଇ ପାରିବ କି ନାହିଁ। ହେଲେ ଏହା ମୋର ଡ୍ରିମ୍ ପ୍ରୋଜେକ୍ଟ। ମୁଁ ଏହା ଉପରେ ହୃଦୟତାର ସହ କାମ କରିବାକୁ ଚାହୁଁଛି। ତାପରେ ଦେଖିବା କଣ ସବୁ ହେଉଛି।
ଅନ୍ୟପଟେ ଆମିରଙ୍କ ଅପକମିଂ ଫିଲ୍ମ ବିଷୟରେ କହିବା ତ ତାଙ୍କର ଆଗାମୀ ଫିଲ୍ମ ସିତାରେ ଜମିନ୍ ପର୍ ର ସୁଟିଂ ଶେଷ ହୋଇଛି।ଏବେସୁଦ୍ଧା ଫିଲ୍ମର ରିଲିଜ ତାରିଖ ଘୋଷଣା ହୋଇ ନାହିଁ , କିନ୍ତୁ କୁହାଯାଉଛି କି ଏହି ଫିଲ୍ମ ଆସନ୍ତା ବର୍ଷ ଫିଲ୍ମ ହଲ୍ରେ ରିଲିଜ ହେବ।