ପ୍ରମୂଖ ଖବର
  • ଜେଲ୍‌ରୁ ଫେରି ପୀଡିତାଙ୍କୁ ଅପହରଣ କରି ହତ୍ୟା କଲା ଅଭିଯୁକ୍ତ: ଏଆଇ କ୍ୟାମେରାରେ କଏଦ ହେଲା ଦୃଶ୍ୟ, ୨ ଗିରଫ
  • ||
  • ସୁନ୍ଦରଗଡ଼ : ହଜିଗଲା ମାନବିକତା: ୮ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ ଲୋକେ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ୭ ମାଓବାଦୀ ନିପାତ
  • ||
  • ମାଲକାନଗିରି ମୋଟୁରେ NIA ରେଡ୍, ମାଓ ଲିଙ୍କ ସନ୍ଦେହରେ ତନାଘନା
  • ||
  • ଆନନ୍ଦପୁର : ବିଲରେ ଚାଷ କାମ ତଦାରଖ ବେଳେ କାମୁଡ଼ିଲା ସାପ, ଚାଷୀ ମୃତ
  • ||
  • ରାଜଧାନୀ ରାଜରାସ୍ତାରେ ଯୁବକଙ୍କ ଆତଙ୍କରାଜ: ଗାଡି ସାଇଡ୍‌ ମରାକୁ ନେଇ ମାରପିଟ,୫ ଅଟକ
  • ||
  • କୋରାପୁଟରେ ଅପରେସନ ଗ୍ରୀନ୍‌ କ୍ଲିନ୍‌, ୫୧ ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ
  • ||
  • କରଞ୍ଜିଆ : ଟ୍ରାକ୍ଟର ସହ ଧକ୍କା ହେଲା ପିଆଜ ବୋଝେଇ ଟ୍ରକ୍: ଜଣେ ମୃତ, ୨ ଗୁରୁତର
  • ||
  • ବୌଦ୍ଧରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ, ୨ ଦିନରେ ୨୦ କୋଟିର ଗଞ୍ଜେଇ ଗଛ ନଷ୍ଟ
  • ||
  • ଦୈତନଗରୀରେ ଗଡିବ ୩୦ ଇଆର୍‌ଏସ୍‌ଏସ୍‌ ଯାନ, ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଣାଇ : ଲୁଟ୍ କରିବାକୁ ଆସି ଗର୍ଭବତୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଲୁଟେରା ଫେରାର
  • ||
  • ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା, ବିଳମ୍ବିତ ରାତିରେ ଲୁଟ୍‌ ପାଇଁ ଆସି ହତ୍ୟା କଲେ ଦୁର୍ବୃତ୍ତ
  • ||
  • କୁହୁଡିର ଚାଦର ତଳେ ପାଟଣା, ଯାନବାହନ ଚଳାଚଳରେ ସମସ୍ୟା
  • ||
  • ରାଜ୍ୟରେ ବଢ଼ିଲା ଶୀତର ପ୍ରକୋପ, ଦିନକରେ ୫ ଡିଗ୍ରୀ ଖସିଲା ପାରଦ: ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା
  • ||

ଦିଲ୍ଲୀ MCD ନିର୍ବାଚନରେ ବିଜେପିକୁ ଝଟକା,ମାତ୍ର ୩ ଖଣ୍ଡ ଭୋଟରେ ଜିତିଲେ ଆପ୍ ପ୍ରାର୍ଥୀ ମହେଶ ଖିଞ୍ଚି

Published By : Prameya | November 14, 2024 7:32 PM

ନୂଆଦିଲ୍ଲୀ,୧୪।୧୧: ଦିଲ୍ଲୀ ନଗର ନିଗମ ନିର୍ବାଚନରେ ପୁଣିଥରେ ଆମ୍ ଆଦମୀ ପାର୍ଟିର ବିଜୟ। ଗୁରୁବାର ହୋଇଥିବା ନିର୍ବାଚନରେ ଆପ୍ ପ୍ରାର୍ଥୀ ମହେଶ କୁମାର ଖିଞ୍ଚି ମେୟର ଭାବରେ ହୋଇଛନ୍ତି ନିର୍ବାଚିତ।  ସେ ବିଜେପି ପ୍ରାର୍ଥୀ କିଶନ ଲାଲଙ୍କଚ ୩ ଖଣ୍ଡରେ ହରାଇଛନ୍ତି। ଗୁରୁବାର ଦିଲ୍ଲୀ ନଗର ନିଗମର ମେୟର ଓ ଡେପୁଟି ମେୟର ପଦରେ ନିର୍ବାଚନ ହୋଇଥିଲା। ମେୟର ପଦ ପାଇଁ ମୋଟ ୨୬୫ ଖଣ୍ଡ ଭୋଟ ପଡିଥିଲା, ଯାହା ଭିତରୁ ୨ଟି ଭୋଟ ଅମାନ୍ୟ ଘୋଷିତ କରାଯାଇଥିଲା। ସେଭଳି ୨୬୩ ଖଣ୍ଡ ଭୋଟରୁ ଆପ୍ ପ୍ରାର୍ଥୀ ମହେଶ ଖିଚିଙ୍କୁ ୧୩୩ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ କିଷନଲାଲ ପାଇଛନ୍ତି ୧୩୦ ଭୋଟ୍।

ଶୈଲୀ ଓବରାୟଙ୍କ ପରେ ଏବେ କରୋଲବାଗ ଦେବନଗରରୁ କାଉନସିଲର ଥିବା ମହେଶ  ଏମସିଡି ମେୟର ପଦ ସମ୍ଭାଳିବେ। ଏପର୍ଯ୍ୟନ୍ତ ମେୟର ପଦବୀ‌ରେ ଶୈଲି  ଅତିରିକ୍ତ କାର୍ଯ୍ୟକାଳରେ ଥିଲେ। ଏପ୍ରିଲ ୨୦୨୪ରେ ମେୟର ନିର୍ବାଚନ ସମୟରେ ବିଜେପି ଓ ଆପ୍‌ ନିଜର ପ୍ରାର୍ଥୀ ଘୋଷଣା କରିଥିଲେ, କିନ୍ତୁ ପୀଠାସୀନ ଅଧିକାରୀ ପ୍ରସ୍ତୁତ କରିଥିବା ଫାଇଲ ଏହା କହି ଫେରାଇ ଦିଆଯାଇଥିଲା ଯେ, ଫାଇଲ ଉପରେ ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ ନଥିଲା। 

ନୂଆ ମେୟର ଚୟନ ନହେବା ପର୍ଯ୍ୟନ୍ତ ବର୍ତ୍ତମାନର ମେୟରଙ୍କୁ ପଦରେ ରହିବାକୁ କୁହାଯାଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସେତେବେଳେ ଜେଲ୍‌ରେ ଥିଲେ,ତେଣୁ ସୁପାରିଶ ମିଳିପାରିନଥିଲା। ସେବେଠାରୁ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ମେୟର ନିର୍ବାଚନ ପାଇଁ ଅପେକ୍ଷା କରାଯାଇଥିଲା। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.