ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଇଭୋସ୍ ଦ୍ୱାରା ଆୟୋଜିତ ହେଲା ‘ଅଭୟା’

Published By : Gurupada Nath | November 14, 2024 10:24 PM

ଭୁବନେଶ୍ୱର,୧୪/୧୧ :  ଓଡିଶାର ଅଗ୍ରଣୀ ରିଅଲ୍ ଇଷ୍ଟେଟ ଇଭୋସ୍ ବିଲ୍ଡକନ୍ ୧୫ତମ ବାର୍ଷିକ ଉତ୍ସବ ପାଳନ ନିମନ୍ତେ ଏକ ଭବ୍ୟ କାର୍ଯ୍ୟକ୍ରମ ‘ଅଭୟା’ ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଇଭୋସ୍ ବିଗତ ୧୫ବର୍ଷରେ ହାସଲ କରିଥିବା ସଫଳତାରେ ଜଡ଼ିତ ଥିବା କର୍ମଚାରୀମାନଙ୍କୁ ସମ୍ମାନିତ କରିବା ସହ ଗ୍ରାହକଙ୍କର ସନ୍ତୁଷ୍ଟି ନିମନ୍ତେ ନିଜର ପ୍ରତିବଦ୍ଧତା ଏବଂ ଉକୃଷ୍ଟ ସେବା ଯୋଗାଇ ଏକ ମାଇଲ୍‌ଖୁଣ୍ଟରେ ପହଁଞ୍ଚି  ପାରିଛି । ସଂସ୍କୃତ ଭାଷାରେ ‘ଅଭୟା’ ନାମର ଅର୍ଥ ‘ଏକ ଉଜ୍ଜ୍ୱଳ ଆରମ୍ଭ’, ଏହି କାର୍ଯ୍ୟକ୍ରମ ଇଭୋସ୍ ବିଲ୍ଡକନ୍ ପାଇଁ କେବଳ ଏକ ନୂତନ ଯୁଗର ଆରମ୍ଭକୁ ଚିହ୍ନିତ କରିନଥିଲା ବରଂ କମ୍ପାନୀ ପତ୍ରିକା ‘ଅଭୟା’ର ମଧ୍ୟ ଉନ୍ମୋଚନ କରିଥିଲା ।

ଏହି ଉଲ୍ଲେଖନୀୟ ଯାତ୍ରାକୁ ପ୍ରତିଫଳିତ କରି ଇଭୋସ୍ ବିଲ୍ଡକନ୍‌ର ପରିଚାଳନା ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥ କହିଛନ୍ତି, “ବିଗତ ୧୫ ବର୍ଷରେ ଗ୍ରାହକଙ୍କ ସହ ବିଶ୍ୱାସପୂର୍ଣ୍ଣ ସ୍ଥାୟୀ ସମ୍ପର୍କ ସ୍ଥାପନ କରିବା ଏବଂ ଉଚ୍ଚଗୁଣବତ୍ତାର ବାସସ୍ଥଳୀ ଯୋଗାଇଦେବା ଇଭୋସ୍ କାର୍ଯ୍ୟଶୈଳୀର କେନ୍ଦ୍ରବିନ୍ଦୁ ଥିଲା । ଗ୍ରାହକଙ୍କ ଅଦମ୍ୟ ବିଶ୍ୱାସ ପାଇଁ ଆମେ କୃତଜ୍ଞ ଏବଂ ଗୁଣବତ୍ତା ଓ ନବସୃଜନ ସ୍ଥାପତ୍ୟ ଶିଳ୍ପ ମାନକ ବୃଦ୍ଧି କରିବା ନିମନ୍ତେ ଆମେ ପ୍ରତିଶୃତିବଦ୍ଧ” । ସଞ୍ଜୟ ପୁରୀ ଆର୍କିଟେକ୍ଟସ୍‌, କଲିୟସ୍‌, ଟେକ୍ଟୋନିକ୍ସ ଥାଇଲ୍ୟାଣ୍ଡ ଏବଂ କସ୍‌ମ୍ୟାନ ଆଣ୍ଟ୍ ୱେକ୍‌ଫିଲ୍ଡ ଭଳି ଶିଳ୍ପପତିଙ୍କ ସହିତ ଇଭୋସ୍‌ର ଭାଗୀଦାରିତା ଓଡିଶାର ସହରୀ ରୂପରେଖକୁ ଉଚ୍ଚକୋଟ୍ଟୀର କରିବା ପାଇଁ ପ୍ରମୁଖ ଉତ୍ସ ସାବ୍ୟସ୍ତ ହେବ । 

ଇଭୋସ୍ ପ୍ରୋଜେକ୍ଟ ପୋର୍ଟଫୋଲିଓ ମାଧ୍ୟମରେ ବିଶ୍ୱ ସ୍ତରୀୟ ସ୍ଥାପତ୍ୟ, ଅତୁଳନୀୟ କାରିଗରୀ ତଥା ବର୍ତ୍ତମାନର ଘର ମାଲିକମାନଙ୍କ ପାଇଁ ନିର୍ଭରଯୋଗ୍ୟ ଘର ତିଆରି କରିବାରେ ଏହାର ଉତ୍ସର୍ଗିକତାକୁ ପ୍ରତିଫଳିତ କରେ । ଏଥିମଧ୍ୟରୁ ବର୍ତ୍ତମାନ କାର୍ଯ୍ୟକାରୀ ଥିବା ଇଭୋସ୍ ଆଲ୍‌କେମି ଏକ ଉଲ୍ଲେଖନୀୟ ପ୍ରୋଜେକ୍ଟ ଯାହା ଅଞ୍ଚଳର ସବୁଠୁ ବଡ ପାର୍କିଂ ୧୬୦୦ ସ୍ପେସ୍ ଥିବା ୬ଟି ସ୍ତରୀୟ ପୋଡିୟମ୍ ଯୋଗାଇଦେବ ଏବଂ ରିସୋର୍ଟ ଭଳି ବାତାବରଣ ପ୍ରଦାନ କରିବ । ଏହି ପ୍ରୋଜେକ୍ଟ ଶଦ୍ଦ ଓ ପ୍ରଦୂଷଣମୁକ୍ତ ସୁବିଧା ସହ ବାସିନ୍ଦାଙ୍କ ପାଇଁ ଏକ ନୂତନ ବିଳାଶପୂର୍ଣ୍ଣ ମାନ ସ୍ଥିର କରିବ ଯାହା ଭୁବନେଶ୍ୱରର ବିଳାଶପୂର୍ଣ୍ଣ ରୂପାନ୍ତରୀକରଣ କରିବାରେ ଅଗ୍ରଜ ହେବ ଏବଂ ଏହା ଇଭୋସ୍ କାର୍ଯ୍ୟ କର୍ତ୍ତବ୍ୟର ପ୍ରତିଶ୍ରୁତିବଦ୍ଧତାକୁ ଉପସ୍ଥାପନା କରିବ । ଅନ୍ୟାନ୍ୟ ଉଲ୍ଲେଖନୀୟ ପ୍ରକଳ୍ପଗୁଡିକ ମଧ୍ୟରେ କୋଡ୍ ନେମ୍ ଇଭା (ଇଭୋସ୍ ଅମାନି), ପୁରୀର ସି-ରୋଜେସ୍ ଏବଂ ଧଉଳିର ଆନନ୍ଦିକା, ଯାହା ସମସ୍ତ ଆଧୁନିକ କ୍ରେତାଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ପରିକଳ୍ପିତ । 

ଏହି ସମାରୋହରେ ଭାରତୀୟ ପ୍ରଖ୍ୟାତ ଗୀତିକାର ପୱନ୍‌ଦୀପ୍ ରାଜନ ଏବଂ ଅରୁଣିତା କାଞ୍ଜିଲାଲଙ୍କ ଚମତ୍କାର ସଙ୍ଗୀତ ପରିବେଷଣ ଦର୍ଶକଙ୍କ ମନ ମୋହି ଥିଲା ଏବଂ ପ୍ରସିଦ୍ଧ ଶ୍ରେୟ ଖାନ୍ନା ଗ୍ରୁପ୍ ଦ୍ୱାରା ଆକର୍ଷଣୀୟ ନୃତ୍ୟ ମଧ୍ୟ ପରିବେଷିତ କରାଯାଇଥିଲା । ସାମାଜିକ ଦାୟିତ୍ୱ ପ୍ରତିପାଦନ କରିବା ପାଇଁ ଉତ୍ସର୍ଗୀକୃତ ଭାବରେ ଇଭୋସ୍ ‘ଡୋଲେରିୟମ୍ ଟ୍ରଷ୍ଟ୍‌’ ଉନ୍ମୋଚନ କରିଛି, ଯାହା ଜନହିତକର ପଦକ୍ଷେପକୁ ସମର୍ଥନ କରିବ । ଇଭୋସ୍ ବିଲ୍ଡକନ୍‌ର ପ୍ରତିଷ୍ଠାତା ଶ୍ରୀ କଳିଙ୍ଗ କେଶରୀ ରଥ କହିଛନ୍ତି, “ଡୋଲେରିୟମ୍ ଟ୍ରଷ୍ଟ୍‌ର ଦୂରଦର୍ଶିତା ଗୋଟେ ପ୍ରୋଜେକ୍ଟ ଠାରୁ ଉର୍ଦ୍ଧ୍ୱରେ । ସମ୍ପ୍ରଦାୟର ଉନ୍ନତି ଏବଂ ସ୍ଥାୟୀ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଏହା ଆରମ୍ଭ  କରାଯାଇଛି । ଆମର ପ୍ରତିବଦ୍ଧତା ଏହି ବିଶ୍ୱାସରେ ଆଧାରିତ ଯେ ସ୍ଥାୟୀ ସମାଜ ଗଠନ ପାଇଁ ଜନହିତକର ପଦକ୍ଷେପ ଏକ ଶକ୍ତିଶାଳୀ ଉଦ୍ୟମ । ଡୋଲେରିୟମ୍‌ର ମୂଳ ଲକ୍ଷ୍ୟ କରୁଣା, ଉତ୍ତରଦାୟିତ୍ୱ ଏବଂ ପରିବର୍ତ୍ତନଶୀଳ ଯାହା ମାଧ୍ୟମରେ ଆମେ ବିଭିନ୍ନ ପଦକ୍ଷେପ ଯେପରିକି ଶିକ୍ଷା, ସ୍ୱାସ୍ଥ୍ୟସେବା, ମହିଳା ସଶକ୍ତିକରଣ ଏବଂ ସ୍ଥାୟୀ ପରିବେଶ ଗଠନ ଉପରେ ଧ୍ୟାନ ଦେଉଛୁ । 

ପ୍ରତିଷ୍ଠା ଦିବସ ଅବସରରେ, ଡୋଲେରିୟମ୍ ଟ୍ରଷ୍ଟ୍ ଅଧିନସ୍ଥ ଭୁବନେଶ୍ୱର ଶହିଦ୍ ନଗରରେ ଥିବା ଶ୍ରୀ ଅରବିନ୍ଦ ସ୍କୁଲ୍ ଅଫ୍ ଇଣ୍ଟିଗ୍ରେଟେଡ୍ ଏଜୁକେସନ୍ ୧୧ ନଭେମ୍ବର ୨୦୨୪ରେ ଏକ ଅସାଧାରଣ ସଫଳତା ହାସଲ କରିଥିଲା । ୨୬୦ ଜଣ ଛାତ୍ରଛାତ୍ରୀ ମାତ୍ର ୨ ମିନିଟ୍ ୨୪ ସେକେଣ୍ଡ୍‌ରେ ୫୩ଟି ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟାଳୟକୁ ଉଚ୍ଚାରଣ କରି ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ।  କୃତଜ୍ଞତା ଜ୍ଞାପନକରି ଶ୍ରୀ ରଥ ବିସ୍ତାର ରୂପେ ପ୍ରକାଶ କରିଛନ୍ତି, “ଡକ୍ଟର ଅଟ୍ଟଳ ବିହାରୀ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡରେ ଏଭଳି ଉଲ୍ଲେଖନୀୟ ରେକର୍ଡ ସ୍ଥାପନ କରିଥିବା ଛାତ୍ରଛାତ୍ରୀଙ୍କୁ ଅଶେଷ ଧନ୍ୟବାଦ୍ ଏବଂ ଅହେତୁକ ସମର୍ଥନ ଓ ଉତ୍ସଗୀକୃତତା ପ୍ରଦାନ କରିଥିବା ଅରବିନ୍ଦ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ମୁଁ ହୃଦୟରୁ ସମବେଦନା ଜଣାଉଛି” ।

ଟ୍ରଷ୍ଟର ଯୋଗଦାନରେ ଜନଜାତି ବିଦ୍ୟାଳୟଗୁଡିକୁ ଶିକ୍ଷାଗତ ସହାୟତା, ବୋଷ କଲେଜ୍‌ରେ ଲାବୋରୋଟେରୀ  ସେଟଅପ୍‌, ଏକଲବ୍ୟ ବିଦ୍ୟାଳୟକୁ ଆର୍ଥିକ ସହାୟତା ଏବଂ ସହାୟତା ଆବଶ୍ୟକ କରୁଥିବା ଥିବା ବ୍ୟକ୍ତିଙ୍କୁ ସହାୟକ ହେବା ସହ ଶ୍ରୀ ଶକ୍ତି ମାଧ୍ୟମରେ ମହିଳା କର୍କଟ ରୋଗୀଙ୍କ ପାଇଁ ଅବଦାନ ପ୍ରଦାନ କରିବ ।  

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କର୍ମଚାରୀ ଯେଉଁମାନଙ୍କ ଅବଦାନ ଅନ୍ୟମାନଙ୍କୁ ପ୍ରେରଣା ଦେଇଥାଏ ଏବଂ ଇଭୋସ୍ ବିଲ୍ଡକନ୍‌ର ମୂଲ୍ୟବୋଧ ଉତ୍କର୍ଷତାକୁ ସଠିକ୍ ରୂପେ ପ୍ରତିନିଧିତ୍ୱ କରିଥାଏ, ସେମାନଙ୍କୁ ଇଭୋସ୍ ଦ୍ୱାରା ସ୍ୱୀକୃତି ପ୍ରଦାନ କରାଯାଇଥିଲା । ଏହି ସମାରୋହରେ ଇଭୋସ୍ ବିଲ୍ଡକନ୍ ଟିମ୍‌, ବର୍ଷ ବର୍ଷ ଧରି ଇଭୋସ୍‌ର ସଫଳତାରେ ଅବଦାନ ରଖିଥିବା ବିଶ୍ୱସ୍ତ ଗ୍ରାହକଙ୍କ ଠାରୁ ଆରମ୍ଭ କରି ଉତ୍ସର୍ଗୀକୃତ କର୍ମଚାରୀଙ୍କ ପର୍ଯ୍ୟନ୍ତ କୃତଜ୍ଞତା ଜଣାଇ ସନ୍ଧ୍ୟା ସମାରୋହରେ କାର୍ଯ୍ୟକ୍ରମର ସମାପ୍ତି କରାଯାଇଥିଲା । 

ଇଭୋସ୍ ବିଲ୍ଡକନ୍‌ର ୧୫ ବର୍ଷର ଯାତ୍ରାକୁ ପାଳନ କରିବା ନିମନ୍ତେ ଏହି ଅବିସ୍ମରଣୀୟ ଇଭେଣ୍ଟ୍ ଆୟୋଜିତ ହୋଇଥିଲା । ବିଶ୍ୱାସ, ଗ୍ରାହକଙ୍କ ସନ୍ତୁଷ୍ଟି ଏବଂ ଉତ୍କୃଷ୍ଟ ସ୍ଥାପତ୍ୟ ଦ୍ୱାରା ପରିଚାଳିତ ଇଭୋସ୍‌ରେ ବୃଦ୍ଧି ଏବଂ ବିକାଶ ଜାରି ରହିଛି, ଗ୍ରାହକଙ୍କ ପ୍ରତି ସମ୍ବେଦନଶୀଳତା ଓ ଉଚ୍ଚକୋଟୀର ପ୍ରୋଜେକ୍ଟ୍ ପ୍ରଦାନ କରିବାରେ ପୂର୍ବପେକ୍ଷା ଯୋଗ୍ୟ ହେବ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.