ପ୍ରମୂଖ ଖବର
  • ଇସ୍କନ ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
  • ||
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ଶାହରୁଖଙ୍କୁ ବନାଇଥିଲେ ବଲିଉଡର ରୋମାନ୍ସ କିଙ୍ଗ୍‌, ହେଲେ ନିଜ କ୍ୟାରିୟର୍‌ ବୁଡାଇଦେଲେ ଏହି ଗାୟକ

Published By : Krishna Priya | October 30, 2024 10:29 AM

ମୁମ୍ବାଇ ୩୦/୧୦: ଶାହାରୁଖ ଖାନଙ୍କୁ ବଲିଉଡର ରୋମାଣ୍ଟିକ ବାଦଶାହ କୁହାଯାଏ। ଏହା ପଛର ମୁଖ୍ୟ କାରଣ ହେଉଛି ତାଙ୍କର ଅନସ୍କ୍ରିନ ରୋମାନ୍ସ । କିନ୍ତୁ ଏହାର ଶ୍ରେୟ ଗାୟକ ଅଭିଜିତ୍ ଭଟ୍ଟାଚାର୍ଯ୍ୟଙ୍କୁ ଯାଇଥାଏ, ଯିଏ ଅନସ୍କ୍ରିନ ରୋମାନ୍ସରେ ନିଜର ସ୍ୱର ଦେଇ ଜୀବନ ଭରିଥାନ୍ତି। 'ୱୋ ଲଡ୍‌କି ଜୋ ସବସେ ଆଲଗ୍ ହୈ' ଏବଂ 'ୱାଦା ରହା ସନମ୍' ଭଳି ଗୀତ ୨୦ ବର୍ଷ ପରେ ମଧ୍ୟ ଆଜି ଲୋକଙ୍କ ମନରେ ରହିଛି। ଏହି ଗୀତଗୁଡ଼ିକୁ ତାଙ୍କ ସୁମଧୁର ସ୍ୱରରେ ସଜାଇଥିବା ଗାୟକ ଅଭିଜିତ୍ ଭଟ୍ଟାଚାର୍ଯ୍ୟ ଆଜି ତାଙ୍କର ୬୬ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୩୪୯ ରୁ ଅଧିକ ବଲିଉଡ ଫିଲ୍ମରେ ଗୀତ ଗାଇଛନ୍ତି।

ପ୍ରାୟ ୧୦ ବର୍ଷ ଧରି ବଲିଉଡ ସଙ୍ଗୀତ ଜଗତରେ ରାଜ୍‌ କରୁଥିବା ଗାୟକ ଅଭିଜିତ୍ ସର୍ବଦା ନିଜର ବିବାଦୀୟ ବୟାନ ଯୋଗୁଁ କ୍ୟାରିୟର ହରାଇଥିଲେ। ଅଭିଜିତ୍ ୧୯୮୩ ଫିଲ୍ମ 'ମୁଝେ ଇନସାନ୍ ଚାହିୟେ'ରୁ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହା ପରେ ସେ ଦାଦାମୁନି, ଆନନ୍ଦ ଅର ଆନନ୍ଦ, ବିକ୍ରମ, ଗୁରୁଦକ୍ଷୀଣା ଏବଂ ପ୍ରତୀକାର ଭଳି ଫିଲ୍ମରେ ନିଜର ସ୍ୱରର ଯାଦୁ ଦେଖାଇଥିଲେ। ଏହା ପରେ ୯୦ ଦଶକରେ ଲୋକମାନେ ଶାହାରୁଖ ଖାନଙ୍କ ଦିୱାନା ହେବାକୁ ଲାଗିଲେ । ଏହା ସେହି ସମୟ ଥିଲା ଯେତେବେଳେ ଜଣେ ଖାସ୍ ହିରୋ ପାଇଁ ନିର୍ଦ୍ଦିଷ୍ଟ ଗାୟକ ଚୟନ ହେଉଥିଲେ। । ଯିଏକି ତାଙ୍କର ସ୍ୱର ପାଲଟୁଥିଲେ। ଅଭିଜିତ୍ ଭଟ୍ଟାଚାର୍ଯ୍ୟ ମଧ୍ୟ ଶାହାରୁଖ ଖାନଙ୍କ ସୁପରହିଟ୍ ଗୀତ ଗାଇ ତାଙ୍କୁ ରୋମାନ୍ସର ବାଦଶାହ ବନାଇଥିଲେ। କିନ୍ତୁ ପରେ, ତାଙ୍କ ବିବୃତ୍ତି ହେତୁ ସେ ବଲିଉଡରୁ ଦୁରେଇ ଗଲେ। ଅଭିଜିତଙ୍କର ସଲମାନ ଖାନଙ୍କ ଠାରୁ ଆରମ୍ଭ କରି ଶାହାରୁଖ ଖାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହ ବିବାଦ ରହିଥିଲା।

୨୦୦୭ ମସିହାରେ ଅଭିଜିତ୍ ଫିଲ୍ମ 'ଓମ୍ ଶାନ୍ତି ଓମ୍'ରେ ଏକ ଗୀତ ଗାଇଥିଲେ। କିନ୍ତୁ ଯେତେବେଳେ ତାଙ୍କୁ ଏଥିପାଇଁ କ୍ରେଡିଟ୍‌ ଦିଆଯାଇନଥିଲା, ସେ ଶାହାରୁଖ ଖାନଙ୍କ ଉପରେ କ୍ରୋଧିତ ହୋଇଥିଲେ। ଅଭିଜିତ୍ ବଲିଉଡର ଗାୟକ ଏବଂ ଅଟୋଟ୍ୟୁନ୍ ଲୋକଙ୍କ ସହ ଅନେକ ଥର ପଙ୍ଗା ନେଇଥିଲେ। ଏହି କାରଣରୁ ୨୦୧୦ ପରେ ଅଭିଜିତଙ୍କୁ କାମ ମିଳିବା ଧିରେ ଧିରେ ବନ୍ଦ ହୋଇଗଲା। ୨୦୧୧ ରେ କେବଳ ୨ ଟି ଫିଲ୍ମ ମିଳିଲା। ଏହା ପରେ, ସେ ୨୦୧୨ ରେ କୌଣସି କାମ ପାଇନଥିଲେ ଏବଂ ୨୦୧୩ ରେ କେବଳ ୩ ଟି ଫିଲ୍ମରେ ଗୀତ ଗାଇଥିଲେ। ଏହାପରେ ୨୦୧୪ ରେ ଗାୟକ କେବଳ ଗୋଟିଏ ଫିଲ୍ମ ପାଇଥିଲେ । ଏହା ପରେ, ୪ ବର୍ଷ ପର୍ଯ୍ୟନ୍ତ କାମକୁ ଅପେକ୍ଷା କରି ରହିଲେ । ୨୦୧୮ ମସିହାରେ ଅଭିଜିତଙ୍କୁ କେବଳ ୧ଟି ଫିଲ୍ମ ମିଳିଥିଲା । ଅଭିଜିତ୍ ଶେଷ ଥରପାଇଁ ୨୦୨୦ ରେ ଏକ ବଲିଉଡ ଫିଲ୍ମରେ ଗୀତ ଗାଇଥିଲେ। ସେବେଠାରୁ ତାଙ୍କୁ କୌଣସି ଫିଲ୍ମ ମିଳିନାହିଁ। ଏବେ ସ୍ କନସର୍ଟରେ ଗୀତ ଗାଉଛନ୍ତି ଏବଂ ରିଆଲିଟି ସୋ’ରେ ଜଜ୍ ଭାବରେ ନଜର ଆସୁଛନ୍ତି।

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.