ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

'ଚୌକି, ଟେବୁଲ, ଟିଭି, ଏସି ସବୁ ଉଠାଇନେଲେ ମନୀଷ ସିସୋଦିଆ, ବିଧାୟକ କାର୍ଯ୍ୟାଳୟରେ ଆଉ କିଛି ନାହିଁ'

Published By : Rasmita Pradhan | February 18, 2025 3:22 PM

ନୂଆଦିଲ୍ଲୀ, ୧୮/୦୨ : ଚୌକି, ଟେବୁଲ, ଟିଭି, ଏସି ସବୁ ଉଠାଇନେଲେ ମନୀଷ ସିସୋଦିଆ। ବିଧାୟକ କାର୍ଯ୍ୟାଳୟର ଭିଡିଓ ସେୟାର କରି ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଲେ ପଟପଡଗଞ୍ଜ ବିଜେପି ବିଧାୟକ ରବିନ୍ଦ୍ର ନେଗି। ଦିଲ୍ଲୀରେ ଦୀର୍ଘ ୨୭ ବର୍ଷ ପରେ ବିଜେପି ଶାସନ ଗାଦିକୁ ଫେରିବା ପରେ ଆପ୍-ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏହି ମଧ୍ୟରେ ରବିନ୍ଦ୍ର ନେଗି ମନୀଷ ସିସୋଦିଆଙ୍କ ବିରୋଧରେ ସରକାରୀ ସମ୍ପତ୍ତି ଲୁଟ୍ ଅଭିଯୋଗ ଆଣିଛନ୍ତି। ଏପରିକି ସିସୋଦିଆଙ୍କ ନାଁରେ ନୋଟିସ୍ ପଠାଇବେ ବୋଲି କହିଛନ୍ତି। 

ରବିନ୍ଦ୍ର ନେଗି ଏକ ଭିଡିଓ ସେୟାର କରି କହିଛନ୍ତି ଯେ, ମନୀଷ ସିସୋଦିଆ ତାଙ୍କର ଅସଲ ରଙ୍ଗ ଦେଖାଇ ଦେଇଛନ୍ତି। ବିଧାୟକ କାର୍ଯ୍ୟାଳୟରୁ ଏସି, ଟିଭି, ଟେବୁଲ, ଚୌକି, ପଙ୍ଖା ଚୋରି କରି ନେଇଛନ୍ତି। ତାଙ୍କର ଭ୍ରଷ୍ଟାଚାର ସୀମା ଟପିଗଲାଣି। ସେ କାର୍ଯ୍ୟାଳୟର ସବୁ ଜିନିଷ ଗାଏବ କରି ଦେଇଛନ୍ତି। ଅଫିସ୍ ଟୋଟାଲ୍ ଖାଲି କରି ଦେଇଛନ୍ତି। ଏମାନଙ୍କୁ ଲାଜ ଲାଗିବା ଉଚିତ୍‌। ଏମାନେ ଭାବିବା କଥା ଯେ, ଅନ୍ୟ ବିଧାୟକ ଆସିଲେ କେଉଁଠି ବସିବେ ? କାର୍ଯ୍ୟାଳୟରୁ ଅଢେଇ ଶହରୁ ତିନି ଶହ ଚୌକି, ୨-୩ ଲକ୍ଷ ଟଙ୍କାର ଟିଭି, ୧୨ ଲକ୍ଷ ଟଙ୍କାର ସାଉଣ୍ଡ୍ ସିଷ୍ଟମ୍ ଚୋରି ହୋଇଛି। ସିସୋଦିଆଙ୍କ ଟିମ୍ କେବଳ ଚୋରି କରିନାହାଁନ୍ତି ବରଂ କବାଟ ବି ଭାଙ୍ଗି ଦେଇଛନ୍ତି। ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି।

ସୂଚନା ଥାଉକି, ପଟପଡଗଞ୍ଜରୁ ଏଥର ଆପ୍ ଅବଧ ଓଝାଙ୍କୁ ଟିକେଟ୍ ଦେଇଥିଲା। ରବିନ୍ଦ୍ର ନେଗି ଅବଧ ଓଝାଙ୍କୁ ୨୮ ହଜାର ୭୨ ଭୋଟ୍‌ରେ ପରାସ୍ତ କରିଥିଲେ। ଏଥର ମନୀଷ ସିସୋଦିଆ ଜଙ୍ଗପୁରାରୁ ନିର୍ବାଚନ ଲଢୁଥିଲେ। 

ଏହି ଖବରଟିକୁ ପଢନ୍ତୁ-ଦୁନିଆର ସବୁଠୁ ସ୍ମାର୍ଟ AI Grok 3 ଲଞ୍ଚ; DeepSeekକୁ ଦେବ ଟକ୍କର


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.