ହରଭଙ୍ଗା,୧୮।୯ ବୌଦ୍ଧ ଥାନା ଜଗନ୍ନାଥ ରୋଡ଼ କରଡ଼ି ନିକଟରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣ  ଗୁରୁତର ହୋଇଛନ୍ତି।  ଉଭୟଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟଜଣେ ଗୁରୁତରଙ୍କୁ ବୁର୍ଲା ମେଡିକାଲ ପଠାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ  ରାଉତପଡା ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ହଟବର ପ୍ରଧାନ ବାଇକ ଯୋଗେ ବୌଦ୍ଧ ବ୍ୟାଙ୍କକୁ କୌଣସି କାମରେ ଯାଉଥିଲେ। ଏହି ସମୟରେ ବାଉଁଶୁଣି ଅଞ୍ଚଳର ଏକ ଯୁବକ ମଧ୍ୟ ବିପରୀତ ଦିଗରୁ ବାଇକରେ ଆସୁଥିଲେ ଉଭୟ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ଘଟଣା ସ୍ଥଳରେ ଉଭୟ ଗୁରୁତର ହୋଇପଡିଥିବା ବେଳେ ଖବର ପାଇ ବୌଦ୍ଧ ଅଗ୍ନିଶମ ବାହିନୀ ପହଞ୍ଚି ଉଭୟ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିବା ଜଣାପଡିଛିପ୍ରଧାନ ଶିକ୍ଷକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ଼ ମେଡିକାଲ ପଠା ଯାଇଛି।