କୋକସରା,୧୧।୩ : କୋକସରା ବଙ୍ଗୋମୁଣ୍ଡା ଛକ ନିକଟରେ ବୁଧବାର ମଧ୍ୟାହ୍ନରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛି। ମୃତକ ହେଲେ ଝରିଆଗୁଡା ଗ୍ରାମର ଗ୍ରାମରକ୍ଷୀ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ (୫୩)
କୋକସରା ବ୍ଲକ ବଙ୍ଗୋମୁଣ୍ଡା ଛକ ନିକଟରେ ସ୍ଥାନୀୟ ଝରିଆଗୁଡା ଗ୍ରାମର ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ (୫୩) ଓ ବିପରୀତ ଦିଗରୁ ଆସୁଥିବା ଜୁନାଗଡ଼ ବ୍ଲକ ଆଟିଗାଁ ପଞ୍ଚାୟତ କାନ୍ଦୁଲଗୁଡା ଗ୍ରାମର ବାଇକ ଚାଳକ ଗୁପ୍ତେଶ୍ଵର ନାଏକ ଓ ଦେବାର୍ଚ୍ଚନ ନାଏକଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଉଭୟ ବାଇକ ଚାଳକ ଗୁରୁତର ହୋଇଥିଲେ।
ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ୧୦୮ ଆମ୍ବୁଲାନ୍ସ,, ଦମକଳ କର୍ମଚାରୀ ସମେତ ପୋଲିସ ପହଞ୍ଚି ଗୁରୁତରଙ୍କୁ କୋକସରା ମେଡ଼ିକାଲ କୁ ପଠାଇଥିଲେ।ତେବେ ସେଠାରେ ଚିକିତ୍ସା ଧୀନ ଅବସ୍ଥାରେ ଗ୍ରାମରକ୍ଷୀ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ଯୁବକ ଗୁପ୍ତେଶ୍ଵରଙ୍କୁ ଜିଲ୍ଲା ମୁଖ୍ୟାଳୟ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣା ପରେ ପୋଲିସ ପକ୍ଷରୁ ଦୁଇ ବାଇକ କୁ ଜବତ କରିବା ସହ ତଦନ୍ତ ଜାରି ରହିଛି। ଘଟଣାସ୍ଥଳରେ କୋକସରା ଥାନା ଅଧିକାରୀ ସୁଜ୍ଞାନ କୁମାର ବାରିକ ଉପସ୍ଥିତ ରହି ଘଟଣାର ତଦନ୍ତ ଜାରି ରଖିଛନ୍ତି । ତେବେ ଦୁର୍ଘଟଣାରେ ମୃତ ଗ୍ରାମରକ୍ଷୀଙ୍କ ପରିବାର ପକ୍ଷରୁ ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।