ନୂଆଦିଲ୍ଲୀ,୨୪।୩: ବୁଲେଟ ଟ୍ରେନ୍ ନିର୍ମାଣ କାର୍ଯ୍ୟ ବେଳେ ଅଘଟଣ। ପ୍ରୋଜେକ୍ଟ ସାଇଟ୍ରେ ଭୁଲରେ ଖସିଲା ସେଗମେଣ୍ଟାଲ ଲଞ୍ଚିଂ ଗ୍ୟାଣ୍ଟ୍ରି । ଦୁର୍ଘଟଣା ଯୋଗୁଁ ଯଦିଓ କାହାର କିଛି କ୍ଷତି ହୋଇନି ତେବେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ଭଟଓ୍ବା-ଅହମ୍ମଦାବାଦ ମଧ୍ୟରେ ଚାଲିଥିବା ଏକାଧିକ ଟ୍ରେନ୍ ରଦ୍ଦ ହୋଇଛି। ଏହି ଦୁର୍ଘଟଣା ଗତକାଲି ରାତି ପ୍ରାୟ ୧୧ଟା ବେଳେ ଘଟିଥିଲା।

ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ନିର୍ମାଣ ପ୍ରୋଜେକ୍ଟ ସାଇଟ୍ରେ ଘଟିଛି ଏହି ଦୁର୍ଘଟଣା। ଫଳରେ ଭଟଓ୍ବା-ଅହମ୍ମଦାବାଦ ମଧ୍ୟରେ ଚାଲିଥିବା ୨୫ଟି ଟ୍ରେନ୍କୁ ରଦ୍ଦ କରିବାକୁ ପଡିଛି। ସେଭଳି ଏକାଧିକ ଟ୍ରେନ୍ର ରୁଟ୍ ଡାଇଭର୍ଟ କରି ଦିଆଯାଇଛି। ସବୁଠାରୁ ବଡ଼ କଥା ହେଲା ଦୁର୍ଘଟଣା ଯୋଗୁଁ କାହାର କଛି କ୍ଷତି ହୋଇନି।

ରେଲଓ୍ବେ ଅଧିକାରୀଙ୍କ କହିବା ଅନୁସାରେ, ପ୍ରଭାବିତ ରେଲଓ୍ବେ ଲାଇନ୍ରୁ ‘ଗ୍ୟାଣ୍ଟ୍ରି’ ହଟାଇବାର ଚେଷ୍ଟା ଚାଲିଛି। ଯେପରି ଟ୍ରେନ ଚଳାଚଳ ସ୍ବାଭିବକ ହେବ ସେ ନେଇ ଚେଷ୍ଟା ଚାଲିଛି। କଙ୍କ୍ରିଟ୍ ଗାର୍ଡର ତିଆରି କରିବା ପରେ ଗ୍ୟାଣ୍ଟ୍ରକି ପଛକୁ ହଟାଯାଉଥିଲା ବେଳେ ଖସି ପଡିଥିଲା। ସାଧାରଣତଃ ବ୍ରିଜ୍ ତିଆରି କରିବା ପାଇଁ ଗ୍ୟାଣ୍ଟ୍ରିର ବ୍ୟବହାର ହୁଏ। ଦୁର୍ଘଟଣା ପରେ ଟ୍ରାକ୍ କ୍ଷତିଗ୍ରସ୍ତ ହୋଇଛି।