ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଲା କାର୍‌: ୨ ମୃତ, ୨ ଗୁରୁତର

Published By : Harapriya Sethi | January 16, 2025 7:48 AM

କୋଣାର୍କ, ୧୬/୦୧: ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଗଲା କାର୍‌ । ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇ ଗୋପ ମେଡିକାଲ ଚିକିତ୍ସିତ ହେଉଛନ୍ତି । ମୃତକ ନିମାପଡ଼ା ଗୁହାଳପଡଡା ଅଞ୍ଚଳର ସନ୍ଦୀପ ମହାପାତ୍ର ଓ ପଶ୍ଚିମବଙ୍ଗ ଦାନ୍ତୁନି ଅଞ୍ଚଳର ସନାତନ ସେନାପତି ହୋଇଥିବା ବେଳ ଉଭୟ ଆଜି ପୁରୀରେ ଲ ପରୀକ୍ଷା ଦେଇଥାନ୍ତେ । ଗୁରୁତର ଦୁଇଜଣ ମନୀଷ ସେନାପତି ଓ ବାଲିପାଟଣା ଅଞ୍ଚଳର ପୁପୁଲୁ ପରିଡା ବୋଲି ଜଣାପଡ଼ିଛି । ବିଳମ୍ବିତ ରାତିରେ କୋଣାର୍କ ନିମାପଡ଼ା ରାସ୍ତାର ଜୁଣେଇ ସଂଖ ଠାରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ୪ ଜଣ ଯୁବକ କୋଣାର୍କ ବୁଲିବାକୁ ଆସିଥିଲେ । କୋଣାର୍କରୁ ନିମାପଡ଼ା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ କୋଣାର୍କ ନିମାପଡ଼ା ରାସ୍ତାର ଜୁଣେଇ ସଂଖ ଠାରେ ପୋଖରୀ ଭିତରକୁ ଓଲଟି ପଡିଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଚମ୍ପାହାର ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ଅଗ୍ନିଶମ ବାହିନୀର ଏକ ଟିମ୍‌ ଆସି ସେମାନଙ୍କୁ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି । ମୃତ ଯୁବକ ଦ୍ୱୟ ଦୁଇ ସାଙ୍ଗ ହୋଇଥିବା ବେଳେ ଗୁରୁବାର ପୁରୀରେ ଲ ପରୀକ୍ଷା ଦେଇଥାନ୍ତେ । ହେଲେ ଦୁର୍ଭାଗ୍ୟବଶତଃ କାର୍‌ ଦୁର୍ଘଟଣାରେ ଯୁବକ ଦ୍ୱୟ ଜୀବନ ହାରିଲେ । ଅନ୍ୟପଟେ କାର୍‌ଟି ପାଣିରେ ବୁଡ଼ି ରହିଥିବା ଜାଣିବା ପରେ କୋଣାର୍କ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଉଦ୍ଧାର କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.