କୁକୁଡାଖଣ୍ଡି,୨୫/୦୫: ଏଲପିଜି ସିଲିଣ୍ଡର ଗ୍ୟାସ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଗଞ୍ଜାମ ଜିଲ୍ଲା ସଦର ଥାନା ରତ୍ନପୁର ନିକଟସ୍ଥ ଲକ୍ଷ୍ମୀ ନୃସିଂହ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଓଲଟିଲା ପଡ଼ିଲା ଗ୍ୟାସ୍ ଗାଡ଼ି । ଏହି ଦୁର୍ଘଟଣାରେ ଗ୍ୟାସ୍ ସିଲିଣ୍ଡର ଗୁଡ଼ିକ ଏଣେ ତେଣେ ପଡ଼ିଥିବାର ଦେଖିବାକୁ ମିିଳିଛି । ମାତ୍ର କାହାର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।
ସୂଚନା ମୁତାବକ, ରବିବାର ସକାଳେ ଏକ ଗ୍ୟାସ୍ ସିଲିଣ୍ଡର ଗାଡ଼ି ଦୁର୍ବନ୍ଧ ଗ୍ରାମରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ଏହି ସମୟରେ ୫୯ନଂ ଜାତୀୟ ରାଜପଥ ଲକ୍ଷ୍ମୀ ନୃସିଂହ ମନ୍ଦିର ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଯାହାଫଳରେ ଗ୍ୟାସ୍ ସିଲିଣ୍ଡର ଗୁଡ଼ିକ ରାସ୍ତାରେ ପଡ଼ି ଯାଇଥିଲା । ଏହା ଦେଖି ଘଟଣାସ୍ଥଳକୁ ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ । ପରେ ଗ୍ୟାସ୍ ଟାଙ୍କି ଗୁଡ଼ିକୁ ରାସ୍ତାରୁ କାଢ଼ି ଦିଆଯାଇଛି । ତେବେ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି ।