ଯାଜପୁର, ୨୭/୦୯: ଯାଜପୁର ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥ ପାଣିକୋଇଲି ପୁରୁଣା ଟୋଲଗେଟ୍ ଛକ ନିକଟରେ ବସ୍ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି

ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତ୍ରିରେ ପାଣିକୋଇଲି ଥାନା ପୁରୁଣା ଟୋଲଗେଟ୍ ଛକ ନିକଟରେ ଏକ ହାଇୱା ପୂର୍ବରୁ ରାସ୍ତାକଡ଼ରେ ଠିଆ ହୋଇ ରହିଥିଲା। ଭୁବନେଶ୍ୱରରୁ କଲିକତା ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଉକ୍ତ ହାଇୱାରୁ ପଛ ପଟୁ ଧକ୍କା ଦେଇଛି । ଫଳରେ ବସ୍‌ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ସମେତ ଜଣେ ମହିଳା ଏଥିରେ ଗୁରୁତର ହୋଇଛନ୍ତି। ଖବର ପାଇ ସ୍ଥାନୀୟ ସ୍ଵେଚ୍ଛାସେବୀ ସଂଗଠନସଦସ୍ୟ ପହଞ୍ଚି  ସମସ୍ତଙ୍କୁ ଉଦ୍ଧାର କରିବା ସହିତ ପାଣିକୋଇଲି ପୁଲିସକୁ ଖବର ଦେଇଥିଲେ। ସମସ୍ତଙ୍କ ମିଳିତ ସହଯୋଗରେ ଗୁରୁତରମାନଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ଏହି ଦୁର୍ଘଟଣା ଯୋଗୁଁ କିଛି ସମୟ ପାଇଁ ଭୁବନେଶ୍ବର-କଲିକତା ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିବା ବେଳେ ଏବେ ସବୁକିଛି ପରେ ସ୍ଵାଭାବିକ ହୋଇଛି।