ନିଶ୍ଚିନ୍ତକୋଇଲି,୧୧/୦୬:କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଯମରା ଗ୍ରାମରେ ଅଭାବନୀୟ ଘଟଣା । ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ । ଏହି ଘଟଣାରେ ନେମାଳ ଥାନା ପୁଲିସ ଅଭିଯୁକ୍ତ ସମ୍ପର୍କୀୟ ଦାଦାକୁ ଗିରଫ କରିଛି ।
ସୂଚନା ମୁତାବକ,ଯମରା ଗ୍ରାମର ଜଣେ ଭିନ୍ନକ୍ଷମ ନାବାଳିକା ଘରେ ଏକୁଟିଆ ଥିବାର ସୁଯୋଗ ନେଇ ତାଙ୍କର ସମ୍ପର୍କୀୟ ଦାଦା ନିରଞ୍ଜନ ରାଉତ ଦୁଷ୍କର୍ମ କରିଥିବାର ନେମାଳ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ନେମାଳ ଥାନା ପୁଲିସ ଅଭିଯୁକ୍ତ ନିରଞ୍ଜନ ରାଉତକୁ ଗିରଫ କରିଥିବାର ଜଣାପଡ଼ିଛି। ତେବେ ନିରଞ୍ଜନ ସ୍ଥାନୀୟ ଅଞ୍ଚଳର ଜଣେ ଲୋକ ପ୍ରତିନିଧିଙ୍କ ଏକାନ୍ତ ଅନୁଗତ ହୋଇଥିବାରୁ ତାଙ୍କୁ ଛାଡ଼ିଦେବା ନିମନ୍ତେ ପୁଲିସ ଉପରେ ରାଜନୈତିକ ଚାପ ପଡୁଥିବାର ସାଧାରଣରେ ଚର୍ଚ୍ଚା ହେଉଛି । ଘଟଣାର ସମ୍ବେଦନଶୀଳତା ଦୃଷ୍ଟିରୁ ପୁଲିସ ଗୁପ୍ତ ଭାବେ ତଦନ୍ତ ଜାରି ରଖିଛି।