ଫୁଲବାଣୀ,୨୮/୧ : ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣୀ କରି ଫୁଲବାଣୀ ଫାଷ୍ଟ ଟ୍ରାକ ପୋକସୋ କୋର୍ଟ ବିଚାରପତି ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି। ଏଥି ସହିତ ଅଭିଯୁକ୍ତକୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ଦାରିଙ୍ଗବାଡି ଥାନା ଅଞ୍ଚଳର ରୋହିତ ନାୟକ।

ସୂଚନା ଅନୁଯାୟୀ, ଗତ ୨୦୨୫ ମାର୍ଚ୍ଚ ୧ ତାରିଖ ଦିନ ଦାରିଙ୍ଗବାଡି ଅଞ୍ଚଳର ପିଡିତା ନାବାଳିକା ଜଣକ ଏକୁଟିଆ ଘରେ ଥିବା ବେଳେ ଅଭିଯୁକ୍ତ ରୋହିତ ଘର ଭିତରେ ପଶି ଜୋର ଜବରଦସ୍ତ ବଳାତ୍କାର କରିଥିଲା। ଏ ନେଇ ଥାନାରେ ଏତାଲା ହେବା ପରେ ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାର ଶୁଣାଣୀ କରି ଫାଷ୍ଟ ଟ୍ରାକ ପୋକସୋ କୋର୍ଟ ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ମାମଲାଟିକୁ ସ୍ବତନ୍ତ୍ର ପିପି ରାଜକୁମାର ବେହେରା ପରିଚାଳନା କରୁଥିଲେ।