ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ବସ୍ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା ; ଫାର୍ମରେ ଲୁଚିଥିଲା ଅଭିଯୁକ୍ତ , ୭୫ ଘଣ୍ଟା ପରେ ଗିରଫ

Published By : Ankita S | February 28, 2025 9:44 AM

ପୁନେ,୨୮/୦୨: ମହାରାଷ୍ଟ୍ର ପୁନେର ସ୍ବରଗେଟ୍ ବସଷ୍ଟାଣ୍ଡର ଏକ ଅଚଳ ବସ୍ ଭିତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ମହାରାଷ୍ଟ୍ର ପୋଲିସକୁ ବଡ ସଫଳତା ମିଳିଛି । ଅଭିଯୁକ୍ତ ଦତ୍ତାତ୍ରେୟ ରାମଦାସ ଗାଡେ ଗିରଫ ହୋଇଛି । ଫାର୍ମରେ ଲୁଚିଥିଲା ଅଭିଯୁକ୍ତ । ଘଟଣାର ୭୫ ଘଣ୍ଟା ପରେ ଶିରୁର ତେହସିଲରୁ ଅଭିଯୁକ୍ତକୁ କାବୁ କରିଛି ପୋଲିସ । ଏହି ମିଶନରେ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ପୋଲିସ ଟିମ୍ ନିୟୋଜିତ ହୋଇଥିଲେ ।

ଅଭିଯୁକ୍ତକୁ ଖୋଜିବା ପାଇଁ ୧୩ଟି ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା । ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ପୋଲିସ ଟିମ୍ ନିୟୋଜିତ ହୋଇଥିଲେ । ସର୍ଚ୍ଚ ଅପରେସନରେ ଅନୁସନ୍ଧାନକାରୀ କୁକୁର ସମେତ ଡ୍ରୋନ୍ ସାମିଲ ଥିଲା । ଅଭିଯୁକ୍ତ ବାବଦରେ ସୂଚନା ଦେବା ନେଇ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଫାର୍ମରେ ଲୁଚିଥିବା ବେଳେ ଅଭିଯୁକ୍ତ  ଦତ୍ତାତ୍ରେୟ ରାମଦାସ ଗାଡେକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନାମରେ ପୂର୍ବରୁ ୫ଟି ମାମଲା ରହିଛି ।

କହ ରଖୁଛୁ କି, ଗତ ୨୫ ତାରିଖ ଦିନ ମହାରାଷ୍ଟ୍ର ପୁନେର ବ୍ୟସ୍ତବହୁଳ ସ୍ବରଗେଟ୍ ବସଷ୍ଟାଣ୍ଡରେ ଏକ ଅଚଳ ବସ୍ ଭିତରେ ଜଣେ ୨୬ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ଘଟଣା ନୂଆଦିଲ୍ଲୀରେ ହୋଇଥିବା ନିର୍ଭୟା କାଣ୍ଡକୁ ମନେ ପକାଇ ଦେଇଥିଲା । ପୋଲିସ ସିସିଟିଭି ଆଧାରରେ ଅଭିଯୁକ୍ତ ଦତ୍ତାତ୍ରେୟ ରାମଦାସ ଗାଡେ (୩୬)କୁ ଚିହ୍ନଟ କରିଥିଲା । 

ପୀଡିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅଭିଯୋଗ ଅନୁସାରେ ମଙ୍ଗଳବାର ୫ଟା ୪୫ରେ ଯୁବତୀ ଜଣଙ୍କ ସତାରା ଜିଲ୍ଲା ଫଲଟନ ଯିବାକୁ ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ । ଏହି ସମୟରେ ଅଭିଯୁକ୍ତ ଜଣକ ତାଙ୍କ ନିକଟରେ ପହଞ୍ଚି ଦିଦି ବୋଲି ସମ୍ବୋଧନ କରିଥିଲେ । ପରେ ଯୁବତୀଙ୍କୁ ଫୁସଲାଇ ବସଷ୍ଟାଣ୍ଡର ନିଛାଟିଆ ସ୍ଥାନରେ ଅଚଳ ପଡିଥିବା ଏକ ବସ୍ ଭିତରକୁ ନେଇ ଯାଇଥିଲେ । ସେଠାର ଦୁଷ୍କର୍ମ ପରେ ଫେରାର ହୋଇଯାଇଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.