ୱାଶିଂଟନ୍, ୨୫/୦୧ : ଦୁଷ୍କର୍ମ ଅଭିଯୁକ୍ତ ସମ୍ଭାଳିବେ ଆମେରିକା ପ୍ରତିରକ୍ଷା ଦାୟିତ୍ଵ। ପିଟ୍ ହେଗସେଥ୍‌ଙ୍କୁ ଆମେରିକାର ପ୍ରତିରକ୍ଷା ସଚିବ ଭାବେ ଦାୟିତ୍ଵ ଦିଆଯାଇଛି। ସର୍ବଦା ବିବାଦରେ ଥିବା ହେଗସେଥ୍‌ଙ୍କୁ ସିନେଟ୍‌ରେ ନିର୍ବାଚିତ କରାଯାଇଛି। ତାଙ୍କ ବିରୋଧରେ ଜଣେ ମହିଳା ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ଏପରିକି ଏଥିରୁ ମୁକୁଳିବାକୁ ହେଗସେଥ୍‌ ଉକ୍ତ ମହିଳାଙ୍କୁ ୫୦ ହଜାର ଆମେରିକୀୟ ଡଲାର ଦେଇଥିଲେ। ତେବେ ହେଗସେଥ୍‌ ଏହି ଅଭିଯୋଗକୁ ସର୍ବଦା ଖଣ୍ଡନ କରିଛନ୍ତି। 

ଏହି ଖବରଟିକୁ ପଢନ୍ତୁ-ଟ୍ରମ୍ପଙ୍କ ଶପଥ ଗ୍ରହଣରେ କିପରି ଆସିଲା ଖଲିସ୍ତାନୀ ଆତଙ୍କୀ ପନ୍ନୁ, ଆମେରିକା ନିକଟରେ ଏହି ପ୍ରସଙ୍ଗ ଉଠାଇବ ଭାରତ

ସୂଚନାନୁଯାୟୀ, ୨୦୧୭ରେ ପିଟ୍ ହେଗସେଥ୍‌ଙ୍କ ବିରୋଧରେ ଜଣେ ମହିଳା  ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ଏଥିପାଇଁ ହେଗସେଥ୍ ତାଙ୍କୁ ୫୦ ହଜାର ଡଲାର କ୍ଷତିପୂରଣ ଦେଇଥିଲେ। ସେ ତାଙ୍କର ଶୁଣାଣିରେ କହିଥିଲେ ଯେ, ମୁଁ ଜଣେ ପରଫେକ୍ଟ ବ୍ୟକ୍ତି ନୁହେଁ। ମୋ ବିରୋଧରେ ମିଥ୍ୟା ଅଭିଯୋଗ କରାଯାଇଛି। ସେପଟେ ଏନେଇ ତାଙ୍କ ଓକିଲ ଟିମୋଥି ପାର୍ଲାଟୋରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି। ହେଗସେଥ୍ ଫକ୍ସ ନ୍ୟୁଜ୍‌ର ହୋଷ୍ଟ ଥିଲେ।