ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଜାମିନ ପରେ ବି ଜେଲରେ ଥିଲା ଅଭିଯୁକ୍ତ, ମିଳିଲା ୫ ଲକ୍ଷ ଟଙ୍କା କ୍ଷତିପୂରଣ

Published By : Tapas Panda | June 27, 2025 5:24 PM

ନୂଆଦିଲ୍ଲୀ: ଜାମିନ ମିଳିବା ପରେ ମଧ୍ୟ ଜେଲ୍‌ରେ ରହିବାକୁ ବାଧ୍ୟ ହୋଇଥିଲେ  ଅଭିଯୁକ୍ତ । ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ତାଗିଦ ପରେ ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିଛି । ରାଜ୍ୟର ଧର୍ମାନ୍ତରୀକରଣ ବିରୋଧୀ ଆଇନ ଅଧୀନରେ ପଞ୍ଜିକୃତ ଏକ ମାମଲା ସହିତ ଜଡିତ ଜଣେ ଅଭିଯୁକ୍ତଙ୍କୁ ଏପ୍ରିଲ ୨୯ରେ ସୁପ୍ରିମକୋର୍ଟରୁ ଜାମିନ ମିଳିଥିଲା । ଏହା ସତ୍ତ୍ୱେ, ପ୍ରାୟ ଗୋଟିଏ ମାସ ପରେ  ଜୁନ ୨୪ରେ ତାଙ୍କୁ ଗାଜିଆବାଦ ଜିଲ୍ଲା ଜେଲରୁ ମୁକ୍ତ କରାଯାଇଥିଲା । ଜୁନ୍ ୨୫ ତାରିଖରେ ସୁପ୍ରିମକୋର୍ଟ ମୁକ୍ତିରେ ବିଳମ୍ବ ପାଇଁ ଉତ୍ତର ପ୍ରଦେଶ ସରକାରଙ୍କୁ ଭର୍ତ୍ସନା କରିଥିଲେ। ଅଭିଯୁକ୍ତଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । 

ଏହା ସହିତ ରାଜ୍ୟ ସରକାରଙ୍କଠାରୁ ନିର୍ଦ୍ଦେଶ ପାଳନ ସମ୍ପର୍କରେ ଏକ ରିପୋର୍ଟ ମାଗିଥିଲେ ସୁପ୍ରିମକୋର୍ଟ । ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷର ଓକିଲ ଜଷ୍ଟିସ୍ କେ.ଭି. ବିଶ୍ୱନାଥନ୍ ଏବଂ ଜଷ୍ଟିସ୍ ଏନ. କୋଟିଶ୍ୱର ସିଂହ ଖଣ୍ଡପୀଠଙ୍କୁ କହିଥିଲେ ଯେ, କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ଅଭିଯୁକ୍ତଙ୍କ ଓକିଲ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି। ଜାମିନ ପାଇବା ପରେ, ଗାଜିଆବାଦର ନିମ୍ନ ଅଦାଲତ ମେ’ ୨୭ରେ ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବ୍ୟକ୍ତି ୨୮ ଦିନ ବିଳମ୍ବରେ ଜେଲରୁ ମକୁଳିଥିଲେ । 

ଏହାକୁ ନେଇ ସୁପ୍ରିମକୋର୍ଟ କହିଥିଲେ ଯେ, ସମ୍ବିଧାନ ଅନୁଯାୟୀ ବ୍ୟକ୍ତିଗତ ସ୍ୱାଧୀନତା ଏକ ଅତ୍ୟନ୍ତ ମୂଲ୍ୟବାନ ଅଧିକାର। ଛୋଟ ଯାନ୍ତ୍ରିକ ତ୍ରୁଟି କାରଣରୁ କାହାର ସ୍ୱାଧୀନତା ଛଡ଼ାଇ ନେବା ଗମ୍ଭୀର ଚିନ୍ତାର ବିଷୟ। ସୁପ୍ରିମକୋର୍ଟ ଗାଜିଆବାଦର ପ୍ରମୁଖ ଜିଲ୍ଲା ଏବଂ ସେସନ୍ସ ଜଜଙ୍କୁ ମଧ୍ୟ ଏହି ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାର କହିଛନ୍ତି ଯେ, ନିମ୍ନ ଅଦାଲତର ଆଦେଶରେ ଧର୍ମାନ୍ତରୀକରଣ ନିଷେଧ ଆଇନ, ୨୦୨୧ର ଧାରା ୫(୧) ସ୍ପଷ୍ଟ ଭାବରେ ଉଲ୍ଲେଖ ନଥିଲା  । ଏହି କାରଣରୁ ଜେଲ କର୍ତ୍ତୃପକ୍ଷ ମେ ୨୮ ତାରିଖରେ ଆଦେଶ ସଂଶୋଧନ ପାଇଁ ଏକ ଆବେଦନ ଦାଖଲ କରିଥିଲେ । କିନ୍ତୁ ସମୟସୀମା ମଧ୍ୟରେ ଏହାର ସମାଧାନ ହୋଇପାରିନଥିଲା। ଏହି କାରଣରୁ ସଂପୃକ୍ତ ବ୍ୟକ୍ତି ବିଳମ୍ବରେ ଜେଲରୁ ବାହାରିଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.