ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବାବା ସିଦ୍ଦିକ ହତ୍ୟା ମାମଲାରେ ନୂଆ ମୋଡ : : ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ଥିଲେ ସିଦ୍ଦିକ ଓ ତାଙ୍କ ପୁଅ

Published By : Suraj Kumar | November 12, 2024 10:42 PM

ନୂଆଦିଲ୍ଲୀ, ୧୨।୧୧ : ବାବା ସିଦ୍ଦିକ ହତ୍ୟା ମାମଲାରେ ନୂଆ ମୋଡ । ହତ୍ୟା ମାମଲାରେ ଅଭିଯୁକ୍ତ ଶିବ କୁମାର ଗୌତମ ପୁଲିସକୁ ଦେଇଛି ଚାଞ୍ଚଲ୍ୟକର ବୟାନ। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ କେବଳ ଏନସିପି ନେତା ବାବା ସିଦ୍ଦିକ ନଥିଲେ ସିଦ୍ଦିକଙ୍କ ପୁତ୍ର ଜୀଶାନ ମଧ୍ୟ ଗ୍ୟାଙ୍ଗର ଟାର୍ଗେଟରେ ଥିଲେ । 

ମୁମ୍ବାଇ ପୋଲିସ ବାବା ସିଦ୍ଦିକ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶିବ କୁମାର ଗୌତମକୁ ରିମାଣ୍ଡରେ ରଖି ପଚରାଉଚରା କରିଥିଲେ। ଶିବ କୁମାର କହିଥିଲା ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ତାକୁ ସ୍ପଷ୍ଟ ଆଦେଶ ମିଳିଥିଲା ଯେ ବାବା ସିଦ୍ଦିକ କିମ୍ବା ତାଙ୍କ ପୁଅ ଜୀଶାନ ଯିଏବି ଘଟଣା ସ୍ଥଳରେ ପ୍ରଥମ ଦେଖାମିଳିବ ତାକୁ ସୁଟ କରିବାକୁ । ଏହା ସହିତ ଶିବ କୁମାର ଏହା ମଧ୍ୟ ଗ୍ରହଣ କରିଛନ୍ତି ଯେ ସେ ଓ ତାଙ୍କ ଦୁଇ ସହଯୋଗୀ ଏହି ହତ୍ୟାକାଣ୍ଡ ଘଟେଇବା ପୂର୍ବରୁ ଅନେକ ଦିନ ଧରି ମୁମ୍ବାଇରେ ବାବା ସିଦ୍ଧିକଙ୍କ ଉପରେ ନଜର ରଖିଥିଲେ ।

ସୂଚନା ଅନୁଯାୟି ଗତ ଅକ୍ଚୋବର ୧୨ ତାରିଖ ଦିନ ବାବା ସିଦ୍ଧିକଙ୍କୁ ଗ୍ୟାଙ୍ଗର ସାର୍ପ ସୁଟର ମାନେ ଗୁଳି ମାରିବା ପରେ ପାର୍ବଣ ମାହୋଲର ସୁଯୋଗ ନେଇ ଲୋକ ମାନଙ୍କ ମଧ୍ୟରେ ମିଶି ଯାଇଥିଲେ । ପୁଲିସ ଆଖିରେ ଧୁଳି ଦେଇ ଖସିଯିବା ପାଇଁ ସାଙ୍ଗେସାଙ୍ଗେ ସେଇ ଅଞ୍ଚଳ ପରିତ୍ୟାଗ ନକରି କିଛି ସମୟ ଘଟଣାସ୍ଥଳରେ ଘୁରିବୁଲି ଥିଲା ଓ ପରେ ଭିଡର ସୁଯୋଗ ନେଇ ଘଟଣା ସ୍ଥଳରୁ ଗୌତମ ଚମ୍ପଟ ମାରିଥିଲା ।  

ପୋଲିସ ଠୁ ବଞ୍ଚିବା ପାଇଁ ଗୌତମ ପ୍ରଥମେ ଏକ ଅଟୋ ଯୋଗେ କୁର୍ଲା ଷ୍ଟେସନ, କୁର୍ଲା ଷ୍ଟେସନରୁ ଏକ ଲୋକାଲ ଟ୍ରେନ ଯୋଗେ ଥାନେ ଷ୍ଟେସନରେ ପହଞ୍ଚି ଥିଲା । ଥାନେ ଷ୍ଟେସନରୁ ପୁନେ ସିଟି ପାଇଁ ଆଉ ଏକ ଟ୍ରେନ ଧରିବା ସହ ପ୍ରମାଣ ନଷ୍ଟ କରିବା ପାଇଁ ରାସ୍ତାରେ ନିଜର ଫୋନକୁ ନଷ୍ଟ କରି ଫିଙ୍ଗିଦେଇଥିଲା । 

ପୁନେରେ ପହଞ୍ଚି ଗୌତମ ସାତଦିନ ରହିବା ପରେ ଟ୍ରେନ ଯୋଗେ ଉତ୍ତରପ୍ରଦେଶ ଅନ୍ତର୍ଗତ ଝାନ୍ସି ଠାରେ ପହଞ୍ଚି ସେଠାରେ ପାଞ୍ଚଦିନ ରହିଥିଲା । ସ୍ଥାନ ବଦଳେଇବା ପାଇଁ ଶେଷରେ ଲକ୍ଷ୍ନୋଠାରେ ପହଞ୍ଚି ନିଜ ସହଯୋଗି ମାନଙ୍କ ସହ ଯୋଗାଯୋଗ କରିବା ପାଇଁ ଏକ ନୂଆ ଫୋନ କିଣିଥିଲା । 

ଅଭିଯୁକ୍ତ ଗୌତମ ଲକ୍ଷ୍ନୋରେ ୧୧ ଦିନ ରହିବା ସହିତ ପରବର୍ତ୍ତୀ ରହଣି ପାଇଁ ବହରାଇଚ ଯିବା ପାଇଁ ଯୋଜନା କରୁଥିଲା । ଗୈାତମ ନେପାଳ ଯିବା ପୂର୍ବରୁ ବୈଷ୍ଣବି ଦେବୀ ଦର୍ଶନ କରିବାକୁ ଯିବାକୁ ଯୋଜନା କରିଥିଲା କିନ୍ତୁ ୟୁପି ଏସଟିଏଫ ୟୁନିଟ ତାକୁ ବହରାଇଚଠାରୁ ଗିରଫ କରିଥିଲା। 

ଗୌତମ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ୨୩ଗୋଟି ମାମଲା ରହିଛି। ପୁଲିସ ଗୌତମ ସହ ତାକୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିଥିବା ଅନୁରାଗ କସ୍ୟପ, ଜ୍ଞାନ ପ୍ରକାଶ ତ୍ରିପାଠୀ, ଆକାଶ ଶ୍ରୀବାସ୍ତବ ଓ ଅଖିଳେଶ ପ୍ରତାପ ସିଂ ଏପରି ମୋଟ ୪ଜଣଙ୍କୁ ଗିରଫ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.