ବ୍ରହ୍ମପୁର,୧୧/୧୧: ବ୍ରହ୍ମପୁର ଜେଲ୍‌ରେ ଥିବା ପୂର୍ବତନ  ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ଭେଟିବାକୁ ଜେଲ୍‌ରେ କଟକଣା  କରାଯାଉଛି । ଓକିଲ ଭେଟିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ସତ୍ତେ୍ୱ  ଜେଲ୍‌ରେ ଭେଟିବାକୁ ଅନୁମତି ମିଳୁନି । ସପ୍ତାହରେ ଘର ଲୋକ ଦୁଇ ଥର ଭେଟିଲେ ଆଉ ଓକିଲଙ୍କୁ ଭେଟିବାକୁ ମନା କରୁଛନ୍ତି ଜେଲ୍‌ କର୍ତ୍ତୃପକ୍ଷ । ସୋମବାର ବିକ୍ରମଙ୍କ ଓକିଲ ଦୀପକ କୁମାର ପଟ୍ଟନାୟକ ଏ  ନେଇ ଏକ ପିଟିସନ୍‌ ବ୍ରହ୍ମପୁର  ଏସ୍‌ଡିଜେଏମ୍‌ କୋର୍ଟରେ ଦେଇଥିଲେ । କୋର୍ଟ ଏହି ପିଟିସନ୍‌ର ଶୁଣାଣି କରିଛନ୍ତି ।  ସୂଚନାଯୋଗ୍ୟ ବିକ୍ରମଙ୍କୁ ଘର ଖାଦ୍ୟ  ଦେବା ସହ ତାଙ୍କୁ ଓକିଲ ସ୍ୱତନ୍ତ୍ର  ଭାବେ ଭେଟିବେ ବୋଲି ପୂର୍ବରୁ ଏକ  ପିଟିସନ୍‌ ଆଧାରରେ କୋର୍ଟ ନିର୍ଦ୍ଦେଶ  ଦେଇଥିଲେ ।

ସେପଟେ ଫୁଲବାଣୀ  ଜେଲ୍‌ରେ ଥିବା ଶିବ ଶଙ୍କର ଦାଶ  (ପିଣ୍ଟୁ)ଙ୍କ ପାଇଁ ମଧ୍ୟ ମାତ୍ରାଧିକ କଟକଣା, ତାଙ୍କର ଚିକିତ୍ସାରେ ଅବହେଳା ଓ ପରିବାର ଲୋକଙ୍କୁ ସାକ୍ଷାତରେ ଜେଲ୍‌ କର୍ତ୍ତୃପକ୍ଷ ସମସ୍ୟା କରୁଥିବା ଯୋଗୁ ତାଙ୍କ  ଓକିଲ ଶିବ ନାରାୟଣ ସାହୁ ଓ  କୈଳାସ ପଣ୍ଡା ଆଜି ବ୍ରହ୍ମପୁର ଏସ୍‌ଡିଜେଏମ୍‌ରେ ଏକ ପିଟିସନ୍‌ ଦେଇଛନ୍ତି । କୋର୍ଟ ଏହାର ଶୁଣାଣି  କରିଛନ୍ତି । ପିଣ୍ଟୁଙ୍କୁ ଆଭାସୀରେ ପରିବାର ଲୋକଙ୍କ ସହ କଥା  ହେବାରେ ମଧ୍ୟ କଟକଣା ହୋଇଥିବା ତାଙ୍କ ଓକିଲ ଅଭିଯୋଗ ଆଣିଛନ୍ତି ।