ପଟ୍ଟାମୁଣ୍ଡାଇ, ୧୩/୦୧ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଏସିଡ୍ ମାଡ଼। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବାଛରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏସିଡ୍ ମାଡ଼ରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତକୁ ପୁଲିସ ଅଟକ ରଖିଛି।
ସୂଚନା ଅନୁଯାୟୀ, ରବିନ୍ଦ୍ର ସାହୁ ଓ ବିଜୟ ସାହୁଙ୍କ ମଧ୍ୟରେ ଦୀର୍ଘ ସମୟରେ ଧରି ବିବାଦ ଲାଗି ରହିଥିଲା । ବିଜୟ ସାହୁ ପୂର୍ବ ରାଗ ରଖି ରବିନ୍ଦ୍ର ସାହୁଙ୍କ ଉପରକୁ ଏସିଡ୍ ମାଡ଼ କରିଥିଲେ। ଫଳରେ ରବିନ୍ଦ୍ର ଗୁରୁତର ହୋଇଥିଲେ। ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ରବିନ୍ଦ୍ର ବର୍ତ୍ତମାନ କଟକ ସ୍ଥିତ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ସେପଟେ ପୁଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି। ଏସିଡ୍ ଆଟାକ କରିଥିବା ବିଜୟ ସାହୁଙ୍କ ଅଟକ ରଖିଛି। ଘଟଣାସ୍ଥଳରୁ ତିନି ବୋତଲ ଏସିଡ୍ ମଧ୍ୟ ଜବତ କରିଛି।
ଏହି ଖବରଟିକୁ ପଢନ୍ତୁ- ଖସିଲା ପାରଦ, ଅସହ୍ୟ ଜାଡରେ କଲବଲ ରାଜ୍ୟବାସୀ; ୧୮ ଯାଏ ଜାରି ରହିବ ଶୀତ ପ୍ରକୋପ