ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଅଭିନେତା ଶ୍ରେୟସ ତଲପଡ଼େଙ୍କ ବିରୋଧରେ ଠକେଇ ଅଭିଯୋଗ, ମାମଲା ରୁଜୁ କଲା ପୋଲିସ

Published By : Tapas Panda | March 27, 2025 8:29 PM

ମୁମ୍ବାଇ: ବଲିଉଡ୍ ଅଭିନେତା ଶ୍ରେୟସ ତଲପଡେ ଅଡ଼ୁଆରେ ପଡ଼ିଛନ୍ତି। ଶ୍ରେୟସ ତଲପଡ଼େଙ୍କ ସମେତ ଅନ୍ୟ ୧୫ ଜଣଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଛି। ଉତ୍ତର ପ୍ରଦେଶର ମହୋବାରେ ଥିବା ଏକ ଚିଟ୍ ଫଣ୍ଡ କମ୍ପାନୀରେ ଲୋକେ କୋଟି କୋଟି ଟଙ୍କା ଜମା କରିଥିଲେ। ଲୋକଙ୍କଠାରୁ ଟଙ୍କା ପାଇବା ପରେ ଏହି କମ୍ପାନି ବନ୍ଦ ହୋଇଯାଇଥିଲା । ଏହା ପରେ ଠକେଇ ନେଇ ଏକ ମାମଲା ରୁଜୁ ହୋଇଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କମ୍ପାନିର ପ୍ରମୋଟର ଥିଲେ ଶ୍ରେୟସ ତଲପଡ଼େ ।

ମହୋବାରେ ଏହି ଚିଟ୍ ଫଣ୍ଡ କମ୍ପାନି ‘ଦି ଲୋନି ଅର୍ବାନ ମଲ୍ଟି ଷ୍ଟେଟ୍ କ୍ରେଡିଟ୍ ଆଣ୍ଡ୍ ଥ୍ରିଫ୍ଟ କୋଅପରେଟିଭ୍ ସୋସାଇଟି ଲିମିଟେଡ୍’ ନାମରେ ପରିଚାଳିତ ହେଉଥିଲା। ଏହି କମ୍ପାନୀ ଶହ ଶହ ଲୋକଙ୍କୁ ଟଙ୍କା ଡବଲ୍‌ ନେଇ ପ୍ରତିଶ୍ରୁତି  ଦେଇଥିଲା । କମ୍ପାନିରେ ଲୋକେ କୋଟି କୋଟି ଟଙ୍କା ଜମା କରିଥିଲେ ।  ଏହା ପରେ କମ୍ପାନି ବନ୍ଦ ହୋଇଯାଇଥିଲା । ଏହି କମ୍ପାନୀ ମହୋବା ସଦର ମୁଖ୍ୟାଳୟରେ ୧୦ ବର୍ଷ ଧରି କାର୍ଯ୍ୟ କରିଥିଲା। 

ସୂଚନା ଅନୁସାରେ, ଅଭିନେତା ଶ୍ରେୟସ ତଲପଡ଼େଙ୍କ ସହିତ ସମୀର ଅଗ୍ରୱାଲ, ସାନିଆ ଅଗ୍ରୱାଲ, ଆରକେ ଶେଟ୍ଟି, ସଞ୍ଜୟ ମୁଦଗିଲ, ଲଳିତ ବିଶ୍ୱକର୍ମା, ଡାଲଚାନ୍ଦ କୁଶୱାହା, ସୁନୀଲ ବିଶ୍ୱକର୍ମା, ସଚିନ ରାଇକୱାର, କମଲ ରାଇକୱାର, ସୁନୀଲ ରାଇକୱାର, ମହେଶ ରାଇକୱାର, ମୋହନ କୁଶୱାହା, ଜିତେନ୍ଦ୍ର ନାମଦେବ, ନାରାୟଣ ସିଂହ ରାଜପୁତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। କୋଟି କୋଟି ଟଙ୍କାର ଠକେଇ ଯୋଗୁଁ ସବୁଠି ହଇଚଇ ସୃଷ୍ଟି ହୋଇଛି । ସମସ୍ତଙ୍କ ବିରୋଧରେ ଧାରା ୪୧୯ ଏବଂ ୪୨୦ ଅଧୀନରେ ମାମଲା ରୁଜୁ ହୋଇଛି ।

ଶ୍ରେୟସ ତଲପଡ଼େ, ଅଭିନେତା

ଶ୍ରେୟସ ତଲପଡ଼େ ଜଣେ ବଲିଉଡ ଅଭିନେତା ହୋଇଥିବା ଜଣେ ଲୋକପ୍ରିୟ ଭଏସ ଓଭର ଆର୍ଟିଷ୍ଟ । ଶ୍ରେୟସ ଅଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା'ରେ ତାଙ୍କ କଣ୍ଠସ୍ୱର ଯୋଗୁଁ ଖବରର ଶିରୋନାମାରେ ଥିଲେ। ଆଗାମୀ ଦିନରେ ସେ 'ୱେଲକମ୍ ଟୁ ଜଙ୍ଗଲ'ରେ ନଜର ଆସିବେ। ଏହି ଫିଲ୍ମରେ ଅକ୍ଷୟ କୁମାର, ଦିଶା ପଟାନୀ, ରବୀନା ଟଣ୍ଡନ ଏବଂ ଅନ୍ୟ କଳାକାର ଅଭିନୟ କରିଛନ୍ତି। ହିନ୍ଦୀ ଫିଲ୍ମ ବ୍ୟତୀତ ଶ୍ରେୟସ ମରାଠୀ ଫିଲ୍ମରେ ମଧ୍ୟ ଖୁବ ସକ୍ରିୟ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.