ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ବଲିଉଡ଼୍ ପ୍ରଯୋଜକ କରଣ ଜୋହରଙ୍କୁ ଫିଲ୍ମ ଅପର୍ କଲେ କଙ୍ଗନା

Published By : Anindita Ratha | January 10, 2025 3:20 PM

ମୁମ୍ବାଇ, ୧୦/୦୧ : ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଫିଲ୍ମ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି। ଏନେଇ ଅଭିନେତ୍ରୀ ଫିଲ୍ମ ପ୍ରମୋସନ ପାଇଁ ଲାଗି ପଡ଼ିଥିବା ବେଳେ ଏହାରି ମଧ୍ୟରେ ପ୍ରଯୋଜକ ତଥା ନିର୍ଦ୍ଦେଶକ କରଣ ଜୋହରଙ୍କୁ କରିଛନ୍ତି ଫିଲ୍ମ ଅଫର୍ । ନିକଟରେ, ଅଭିନେତ୍ରୀ ସିଙ୍ଗିଙ୍ଗ୍ ରିଆଲିଟି ଶୋ 'ଇଣ୍ଡିଆନ୍ ଆଇଡଲ୍ ୧୫'ରେ ଅଂଶଗ୍ରହଣ କରିଥିଲେ, ଯେଉଁଠାରେ ସେ କରଣ ଜୋହରଙ୍କ ସହ କାମ କରିବାକୁ ଚାହାଁନ୍ତି ବୋଲି କହିଛନ୍ତି। ଏହା ସହ କରଣ ଜୋହରଙ୍କୁ ଫିଲ୍ମଟି ଅଫର୍ କରିଥିବା ଜଣାପଡିଛି। 

ତେବେ ଅଭିନେତ୍ରୀ କହିଛନ୍ତି, "କ୍ଷମା କରିବେ, କିନ୍ତୁ କରଣ ସାର୍ ମୋ ସହ ଏକ ଫିଲ୍ମ କରିବା ଉଚିତ। ମୁଁ ଏକ ବହୁତ ଭଲ ଫିଲ୍ମ ତିଆରି କରିବି ଏବଂ ତାଙ୍କୁ ଫିଲ୍ମରେ ଏକ ଭଲ ଭୂମିକା ମଧ୍ୟ ଦେବି, ଯାହା ଶାଶୁ-ବୋହୂଙ୍କ ମଧ୍ୟରେ ଲଢ଼େଇ ଉପରେ ଆଧାରିତ ହେବ ନାହିଁ। ଏହା ଏକ ଉପଯୁକ୍ତ ଚଳଚ୍ଚିତ୍ର ହେବ ଏବଂ ତାଙ୍କୁ ଏକ ଉପଯୁକ୍ତ ଭୂମିକା ମିଳିବ।" ପ୍ରକାଶ ଥାଉକି, କରଣ ଜୋହର ଏବଂ କଙ୍ଗନା ରାଣାୱତ ଉଭୟ ଉଭୟଙ୍କ ନାଁରେ ପ୍ରତିକ୍ରିୟା ଦେଇ ଅନେକ ଥର ଶିରୋନାମାରେ ରହିଛନ୍ତି । ତେବେ  ଫିଲ୍ମ 'ଏମରଜେନ୍ସି' ରେ କଙ୍ଗନା ରାଣାୱତଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମ ଚଳିତ ମାସ ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ରରେ କଙ୍ଗନାଙ୍କ ସମେତ ଅନୁପମ ଖେର, ଶ୍ରେୟସ ତଲପଡେ, ଦିବଙ୍ଗତ ଅଭିନେତା ସତୀଶ କୌଶିକ, ମିଲିନ୍ଦ ସୋମାନ, ମହିଲା ଚୌଧୁରୀ ଏବଂ ବିଶାକ ନାୟର ନଜର ଆସିବେ । ଏହି ଚଳଚ୍ଚିତ୍ରରେ କଙ୍ଗନା ଅଭିନୟ ସହ  ନିର୍ଦ୍ଦେଶନା  ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.