ବଲାଙ୍ଗୀର, ୧୯/୧୧ : ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ। କାର୍ଯ୍ୟାଳୟ ଭିତରେ କଲର ଟାଣି ମାଡ଼ ମାରିଲେ ମହିଳା। ଦେଓଗାଁ ତହସିଲ କାର୍ଯ୍ୟାଳୟ ଅତିରିକ୍ତ ତହସିଲଦାର ଷୋମକେଶ ନାଏକଙ୍କ ଉପରକୁ ଆକ୍ରମଣ ହୋଇଛି। ଜାତିଗତ ସାର୍ଟିଫିକେଟ୍ ନଦେବାରୁ ସିଆରପିଏଫ୍ ଚାକିରିରୁ ବିଦା ହୋଇଥିବା ଯୁବକଙ୍କ ପରିବାର ଏବଂ ଅନ୍ୟ କିଛି ଲୋକ ମାଡ଼ ମାରିଛନ୍ତି।