ଭୁବନେଶ୍ୱର,୨୫/୦୭: ରାଜଧାନୀରେ ଆୟୁର୍ବେଦିକ ମସାଜ୍ ସେଣ୍ଟରରେ ସେକ୍ସ ରାକେଟ୍ ଚଢ଼ଉ ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ନୂଆ ତଥ୍ୟ ପାଇଛି । ଏହି ଘଟଣାରେ ଗିରଫ ମାଷ୍ଟରମାଇଣ୍ଡ ଦୀପକ ଦାସ ଓ ସସ୍ମିତା ପ୍ରଧାନଙ୍କୁ ପୁଲିସ୍ ଗିରଫ କରିଛି । ଚାକିରିର ଲୋଭ ଦେଖାଇ ଯୁବତୀ ଓ ମହିଳାଙ୍କୁ ଏମାନେ ଅନୈତିକ କାର୍ଯ୍ୟରେ ଲାଗାଉଥିବା ପୁଲିସ୍ ଜାଣିବାକୁ ପାଇଛି ।
ଅଧିକ ପଢ଼ନ୍ତୁ :- ଆୟୁର୍ବେଦିକ ମସାଜ୍ ପାର୍ଲରରେ ସେକ୍ସ ରାକେଟ୍! ନିର୍ଯାତନା ସହିନପାରି ଖସି ଆସିଲେ ଯୁବତୀ, ମାଲିକଙ୍କ ସହ ଜଣେ ଗ୍ରାହକ ଅଟକ, ୨ ଯୁବତୀ ଉଦ୍ଧାର
ଦୀପକଙ୍କ ଘର ଯାଜପୁର ଜିଲ୍ଳା ଦଶରଥପୁର ଗାଁରେ । ପତ୍ନୀ ସସ୍ମିତାଙ୍କ ଘର ଖୋର୍ଦ୍ଧା ଟାଙ୍ଗୀ ବଡ଼ପାରି । ଏମାନେ ନିଳାଦ୍ରୀ ବିହାର ବୁଦ୍ଧ ପାର୍କ ନିକଟରେ ଏକ ଆୟୁର୍ବେଦିକ ପାର୍ଲର କରିଥିଲେ । ପାର୍ଲର ନାଁରେ ଏମାନେ ଗତ କିଛି ମାସ ହେବ ସେକ୍ସ ରାକେଟ୍ ଚଳାଉଥିଲେ । ଚାକିରି ଖୋଜୁଥିବା ମହିଳା ଓ ଯୁବତୀଙ୍କୁ ସସ୍ମିତା ଯୋଗାଯୋଗ କରୁଥିଲେ । ତା’ପରେ ତାଙ୍କୁ ଦେହ ବେପାରରେ ଲଗାଉଥିଲେ । ଯଦି କେହି ବିରୋଧ କରୁଥିଲେ ଏହି ଦମ୍ପତି ସେମାନଙ୍କୁ ଧମକ ଦେଉଥିଲେ । ଫଳରେ ଭୟରେ କେହି ମୁହଁ ଖୋଲୁ ନଥିଲେ । ଏମିତିକି କିଛି ଯୁବତୀ ଲୁଚି କାମ ଛାଡି ପଳାଇଥିଲେ। ଲୋକ ଲଜ୍ଜ୍ୟା ଭୟରେ ଥାନାରେ ଏତଲା ଦେଉ ନଥିଲେ କି ଘଟଣା ବିଷୟରେ କାହାକୁ ଜଣାଉ ନଥିଲେ । ଗତକାଲି ଜଣେ ଯୁବତୀ ଏହାକୁ ବିରୋଧ କରିବା ସହ ଥାନାକୁ ଆସି ଅଭିଯୋଗ କରିଥିଲା । ପୁଲିସ୍ ତୁରନ୍ତ ସେଠାରେ ଚଢ଼ଉ କରି ଅନ୍ୟ ଯୁବତୀଙ୍କୁ ଉଦ୍ଧାର କରିବା ସହ ଦୀପକ ଓ ସସ୍ମିତାଙ୍କୁ ଗିରଫ କରିଥିଲା ।