ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

‘ବିଗ୍‌ ବସ୍‌’ରେ ଅଦିତିଙ୍କ ୱାଇଲ୍ଡ କାର୍ଡ ଏଣ୍ଟ୍ରି! ଆଲୋଚନା କରୁଛନ୍ତି ଶୋ’ର ନିର୍ମାତା

Published By : Krishna Priya | November 12, 2024 8:02 AM

ମୁମ୍ବାଇ ୧୨/୧୧: ‘ବିଗ୍‌ ବସ୍‌-୧୮’ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି କରିବେ ଲୋକପ୍ରିୟ ମଡେଲ ଓ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଅଦିତି ମିସ୍ତ୍ରୀ । ଏ ନେଇ ଶୋ’ ନିର୍ମାତା ତାଙ୍କ ସହ ଆଲୋଚନା କରୁଛନ୍ତି । ସୋସିଆଲ ମିଡିଆରେ ଫିଟ୍‌ନେସ ପାଇଁ ବେଶ ଜଣାଶୁଣା ଚେହେରା ଅଦିତି ବୋଲ୍ଡ ବିଷୟବସ୍ତୁ ପାଇଁ ସୋସିଆଲ ମିଡିଆରେ ସର୍ବଦା ଖବରରେ ଥାନ୍ତି । ମଡେଲିଂ ଦୁନିଆରେ ମଧ୍ୟ ସେ ସଫଳତା ହାସଲ କରିଛନ୍ତି । ୨୪ ବର୍ଷୀୟା ଏହି ମଡେଲଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ୨୪ ଲକ୍ଷ ଫଲୋଅର୍‌ ଅଛନ୍ତି । ତାଙ୍କର ଏକ ଆପ୍‌ ମଧ୍ୟ ଅଛି, ଯେଉଁଥିରେ ଫ୍ୟାନ୍‌ ତାଙ୍କୁ କଲ୍‌ କରି କଥା ହୋଇପାରୁଛନ୍ତି । 

ଅଦିତିଙ୍କ ସମେତ ନିର୍ମାତା ଅନେକ ଚର୍ଚ୍ଚିତ ଚେହେରାଙ୍କ ସହ ଆଲୋଚନା କରୁଥିବା ଖବର ସାମ୍ନାକୁ ଆସିଛି । ତେବେ, ଅଦିତିଙ୍କ ଏଣ୍ଟ୍ରିରେ ଶୋ’ର ଟିଆର୍‌ପି ବଢ଼ିବ ବୋଲି ସେମାନଙ୍କ ଆଶା । ଅଭିନେତା ତଥା ରାଜନେତା ରବି କିଶନ ଗତ ଦୁଇ ସପ୍ତାହ ଧରି ସଲମାନ ଖାନ୍‌ଙ୍କ ସ୍ଥାନରେ ବିଗ୍‌ ବସ୍‌ ୱିକେଣ୍ଡ କା ୱାର୍‌ ଏପିସୋଡ୍‌ ହୋଷ୍ଟ୍‌ କରୁଛନ୍ତି । ସଲମାନ ଏବେ ହାଇଦ୍ରାବାଦରେ ଅପ୍‌କମିଙ୍ଗ ଫିଲ୍ମ ‘ସିକନ୍ଦର୍‌’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ସେଥିପାଇଁ ‘ବିଗ୍‌ ବସ୍‌’ ନିର୍ମାତା ତାଙ୍କ ସ୍ଥାନରେ ରବି କିଶନଙ୍କୁ ସାମିଲ କରିଛନ୍ତି । ରବିଙ୍କ ସେଗ୍‌ମେଣ୍ଟ୍‌ର ନାଁ ହାୟ ଦୈୟା, ରବି ଭୈୟା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.