ପ୍ରମୂଖ ଖବର
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଆଦିମ ବଣ୍ଡା ଜନଜାତି ମହିଳାଙ୍କ ପୁରାତନ ଅଳଙ୍କାରକୁ ବିଶ୍ୱ ଦରବାରରେ ପରିଚିତ କରିବା ପାଇଁ ପ୍ରଶାସନର ପ୍ରୟାସ

Published By : Suraj Kumar | January 20, 2025 10:38 PM

ମାଲକାନଗିରି, ୨୦।୧(ଆପ୍ର ) : ଆଦିମ ବଣ୍ଡା ଜନଜାତି ମହିଳାଙ୍କ ପୁରାତନ ଅଳଙ୍କାରକୁ ବିଶ୍ୱ ଦରବାରରେ ପରିଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ  ପ୍ରୟାସ ଆରମ୍ଭ ହୋଇଛି। ଜିଲ୍ଲା ଦକ୍ଷତା ବିକାଶ ଏବଂ ନିଯୁକ୍ତି ବିଭାଗ ପକ୍ଷରୁ ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା (ବଣ୍ଡା ଘାଟି)ର ଆଦିମ ବଣ୍ଡା ଜନଜାତିର ମହିଳାମାନଙ୍କୁ   ସ୍ୱତନ୍ତ୍ର ପ୍ରକଳ୍ପ ଅଧୀନରେ ପାରମ୍ପରିକ ପୁରାତନ ଅଳଙ୍କାର ଓ ମାଳି ତିଆରି ପାଇଁ ଦକ୍ଷତା ତାଲିମ ଆରମ୍ଭ ହୋଇଛି।

ପ୍ରାରମ୍ଭିକ ପର୍ଯ୍ୟାୟରେ ୧୨୦ଜଣ ବଣ୍ଡା ମହିଳା ଓ ଯୁବତୀଙ୍କୁ ପୁନ୍ତି ମାଳି ପାରମ୍ପରିକ ପୁରାତନ ଅଳଙ୍କାର ନିର୍ମାଣ ପ୍ରଶିକ୍ଷଣ ଦିଆଯାଉଛି। ଏହି ତାଲିମ ପାଇଁ ପ୍ରାୟ ୧୨. ୫ଲକ୍ଷ ଟଙ୍କା ପ୍ରକଳ୍ପ ମୂଲ୍ୟ ସହିତ ତାଲିମ ଦିଆଯିବ। ଏହି ତାଲିମ ବଣ୍ଡା ଜନଜାତିର ମହିଳାମାନଙ୍କୁ ମାଳି ଓ ଅଳଙ୍କାର ନିର୍ମାଣରେ ସେମାନଙ୍କର ଦକ୍ଷତା ବୃଦ୍ଧି କରିବ ଏବଂ ଉତ୍ତମ ନିଯୁକ୍ତି ସୁଯୋଗ ପ୍ରଦାନ କରି ସେମାନଙ୍କ ଜୀବନର ମାନ ଉନ୍ନତ କରିବାରେ ଅତ୍ୟନ୍ତ ସାହାଯ୍ୟ କରିବ। ଆଦିମ ବଣ୍ଡା ଜନଜାତିଙ୍କ ପୁରାତନ ଅଳଙ୍କାର ବିଶ୍ୱ ଦରବାରରେ ପରିଚିତ କରିବା ପାଇଁ  ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି ବୋଲି ଜିଲ୍ଲା ଦକ୍ଷତା ବିକାଶ ଏବଂ ନିଯୁକ୍ତି ଅଧିକାରୀ ମନ୍ଵସୀ ସେଠୀ ସୂଚନା ଦେଇଛନ୍ତି।

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକସ୍ଥ  ମୁଦୁଲିପଡା ଓ ଅଣ୍ଡରହଲ ପଞ୍ଚାୟତରେ କେଉଁ ଆବାହନ କାଳରୁ ବସବାସ କରିଆସୁଛନ୍ତି   ଆଦିମ ବଣ୍ଡା ଜନଜାତି। ବଣ୍ଡା ଜନଜାତି ମହିଳାମାନଙ୍କ କଳା, ସଂସ୍କୃତି ଓ ପାରମ୍ପାରିକ ଅଳଙ୍କାର ବେଶଭୁଷା ସମ୍ପୂର୍ଣ ନିଆରା। ତେବେ ବଣ୍ଡା ଜନଜାତିଙ୍କ ପାରମ୍ପରିକ ଅଳଙ୍କାର ସମ୍ପୂର୍ଣ ଭିନ୍ନ ସହ  ଆକର୍ଷଣୀୟ ହୋଇଥିବା ବେଳେ ଦିନକୁ ଦିନ  ଏହା ଲୋପ ପାଇବାକୁ ଯାଉଛି। ତେବେ ଏହାକୁ ପୁନର୍ବାର ଉଦଜୀବିତ କରିବା ଲାଗି ଆଗେଇ ଆସିଛି ମାଲକାନଗିରି ଜିଲ୍ଲା ପ୍ରଶାସନ। ବଣ୍ଡା ମହିଳାଙ୍କୁ ସ୍ବତନ୍ତ୍ର ତାଲିମ ଦେଇ ପ୍ରାଚୀନ ଅଳଙ୍କାର ପ୍ରସ୍ତୁତ କରାଯାଉଛି। ଏହାକୁ ବିକ୍ରି କରି ବଣ୍ଡା ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଆଗକୁ ବିଭିନ୍ନ ଅନଲାଇନ୍ ପ୍ଲାଟଫର୍ମରେ ଏହି ପାରମ୍ପାରିକ ଗହଣା ବିକ୍ରି ପାଇଁ ଲକ୍ଷ୍ୟ ରହିଛି। 

ମାଲକାନଗିରି ଜିଲ୍ଲା ପ୍ରଶାସନ ଉଦ୍ୟମରେ ପାରମ୍ପାରିକ ଅଳଙ୍କାର ତିଆରି କରି ବଣ୍ଡା ରମଣୀମାନେ ଦୁଇ ପଇସା ରୋଜଗାର କରୁଛନ୍ତି। ଆଗକୁ ବଣ୍ଡା କଳା, ସଂସ୍କୃତିକୁ ବିଶ୍ବ ଦରବାରରେ ପହ‌ଞ୍ଚାଇବାର ଲକ୍ଷ୍ୟ ରହିଛି। ବିଭିନ୍ନ ଅନଲାଇନ ପ୍ଲାଟଫର୍ମରେ ଏହି ବିରଳ ଅଳଙ୍କାର ବିକ୍ରି କରାଯିବ। ବଣ୍ଡା ମହିଳାମାନେ ମୁଣ୍ଡରେ ପିନ୍ଧୁ ଥିବା ମାଳି ବା ରିନାମ୍ବ, ଗଳାର ମାଳି ଲୁବେଇ ଡାକ୍, ବେକରେ ପିନ୍ଧୁଥିବା ଚଙ୍ଗୁ, କଏନ ପଇସା ଓ କଉଡ଼ି ମାଳ ଗୁତେ, କାନ ଫୁଲ ଜୁନାଙ୍ଗ, ଅଣ୍ଟାରେ ପିନ୍ଧା ଯାଉଥିବା ବସ୍ତ୍ର ରିଙ୍ଗା ଆଦିର ଅନ୍ତର୍ଜାତୀୟ ବଜାରରେ ବେଶ୍ ଚାହିଦା ରହିଛି। ଏହା ପ୍ରସ୍ତୁତ କରିବା ଲାଗି ବଣ୍ଡା ମହିଳାଙ୍କୁ ଏକ ମାସ ତାଲିମ ଦେଉଛି କୌଶଳ ବିକାଶ ତଥା କର୍ମ ନିୟୋଜନ ବିଭାଗ। ଆଗକୁ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଆଦିବାସୀ ମେଳାରେ ଏହି ବିରଳ ଅଳଙ୍କାର ବିକ୍ରି କରିବାକୁ ଲକ୍ଷ୍ୟ ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.