ଭୋଗରାଇ,୨୩/୧୦: ବାତ୍ୟା 'ଦାନା' ପାଇଁ ପଶ୍ଚିମବଙ୍ଗ ଦୀଘାରେ ପ୍ରଶାସନ ପକ୍ଷରୁ ହାଇଆଲର୍ଟ । ବୁଧବାର ଦିନ ୧୨ ଟା ସୁଦ୍ଧା ସମସ୍ତ ପର୍ଯ୍ୟଟକଙ୍କୁ ଦୀଘା ଖାଲି କରିବାକୁ ପଶ୍ଚିମବଙ୍ଗ ପ୍ରଶାସନର କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏନେଇ ମଙ୍ଗଳବାର ରାତି ୧୦ ଟାରେ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା ।
ନ୍ୟୁ ଦୀଘା, ପୁରୁଣା ଦୀଘା, ଶଙ୍କରପୁର, ତାଜପୁର, ମନ୍ଧାରମଣି ଅଞ୍ଚଳରେ ପାଖାପାଖି ୧୩୦୦ ହୋଟେଲ ରହିଛି । ଏହି ସବୁ ହୋଟେଲରେ ଦେଶ ବିଦେଶରୁ ଆସି ରହିଥିବା ପର୍ଯ୍ୟଟକ ମାନଙ୍କୁ ଅକ୍ଟୋବର ୨୩ ଅର୍ଥାତ ବୁଧବାର ଦିନ ୧୨ ଟା ସୁଦ୍ଧା ହୋଟେଲ ଛାଡିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଏହା ସହ ଅକ୍ଟାବର ୨୬ ତାରିଖ ପର୍ଯ୍ୟନ୍ତ ଏ ସମସ୍ତ ହୋଟେଲରେ କୌଣସି ବୁକିଂ ନକରିବାକୁ ମଧ୍ୟ ପ୍ରଶାସନ ଡ଼ାକବାଜି ଯନ୍ତ୍ର ଦ୍ୱାରା ନିର୍ଦ୍ଦେଶ ଦେଇଛି ।