ନୂଆଦିଲ୍ଲୀ, ୧୬/୦୨ : ମହାଦେବଙ୍କ ପ୍ରେମରେ ବିଦେଶିନୀ ମଡେଲ୍। ଶିବଙ୍କ ଭକ୍ତିରେ ଲୀନ ଆଫଗାନ ହସିନା। ଭାରତର ବୋହୂ ହେବାକୁ ପ୍ରବଳ ଇଚ୍ଛା। ମୁମ୍ଵାଇକୁ କରିଛନ୍ତି ଘର। ମହାଶିବରାତ୍ରିରେ କଲେ ଭାବପ୍ରବଣ କଲାଭଳି ପୋଷ୍ଟ। ଏହି ଆଫଗାନ ମଡେଲ ଜଣଙ୍କ ହେଉଛନ୍ତି ସ୍ପିଲ୍ଟସଭିଲା-୧୬ର ପ୍ରତିଯୋଗୀ ସଦଫ ଶଙ୍କର।
ଜାଗରରେ ସଦଫ ଶଙ୍କର ଭୋଳାଭାବାଙ୍କୁ ପୂଜାର୍ଚ୍ଚନା କରିବା ସହ ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ମନ୍ଦିରରେ ଦୀପ ଜାଳିବା ସହ ଭଗବାନ ଶିବଙ୍କୁ ପୂଜା କରୁଥିବା ନଜର ଆସିଛନ୍ତି। ଏହି ପୋଷ୍ଟରେ ସଦଫ ଲେଖିଛନ୍ତି ଯେ, ମୋ ପ୍ରିୟ ମହାଦେବ, ମହାଶିବରାତ୍ରିର ଏହି ପାବନ ଅବସରରେ ମୋ ହୃଦୟ କୃତଜ୍ଞତା, ପ୍ରେମ ଏବଂ ଆପଣଙ୍କ ପ୍ରେମରେ ଭରି ଯାଇଛି। ଆପଣ କେବଳ ମୋର ପୂଜନୀୟ ଈଶ୍ଵର ନୁହଁନ୍ତି, ଆପଣ ସେହି ଶାନ୍ତି... ଯେତେବେଳେ ଦୁନିଆର ଭାରରେ ମୁଁ ଭାଙ୍ଗିଯାଏ, ସେତେବେଳେ ତୁମ ପାଖକୁ ଫେରିଯାଏ। ତୁମେ ସେହି ନୀରବତା ଯାହା ମୋର ଲୁହ ବହିବା ପୂର୍ବରୁ ଅନୁଭବ କରିପାରନ୍ତି। ତୁମେ ସେହି ଶକ୍ତି ଯେତେବେଳେ ମୁଁ ଭାଙ୍ଗିପଡେ ଆପଣ ମୋ ମେରୁଦଣ୍ଡକୁ ମଜବୁତ କରନ୍ତି।
ସଦଫ ପୁଣି ଲେଖିଛନ୍ତି ଯେ, ମୋତେ କେହି ନବୁଝିଲା ବେଳେ ମୁଁ ଆପଣଙ୍କୁ ସ୍ମରଣ କରେ। ଆପଣ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି। ଯେତେବେଳେ ମୁଁ ଥକିଯାଏ, ସେତେବେଳେ ମୋର ମନେପଡେ ଆପଣ ଗଙ୍ଗାକୁ ନିଜ ଜଟାରେ ଧାରଣ କରି ଧ୍ୟାନରେ ବସନ୍ତି। ଯେତେବେଳେ ମୁଁ ଭାଙ୍ଗିପଡେ, ମନେ ପଡେ ଯେ ତୁମ ହାତରେ ବିନାଶ ମଧ୍ୟ ରୂପାନ୍ତରିତ ହୁଏ। "ମହାଦେବ, ତୁମ ପ୍ରେମ ମୋତେ ଘର ପରି ଅନୁଭବ ହୁଏ। ଏହା ମୋତେ ସୁରକ୍ଷିତ ଅନୁଭବ କରାଏ, ଦୁନିଆ ଯେତେ କୋଳାହଳପୂର୍ଣ୍ଣ ହେଉ, ମୁଁ ସବୁବେଳେ ସୁରକ୍ଷିତ।"
ସଦଫ ପ୍ରାୟ ୧୦ ବର୍ଷ ହେବ ଭାରତରେ ରହୁଛନ୍ତି। ସେ ଜଣେ ଭାରତୀୟଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ସେ ମୁମ୍ଵାଇରେ ଏକ ଘର ତିଆରି କରିଛନ୍ତି। ଭାରତୀୟ ପରମ୍ପରା ଏବଂ ସଂସ୍କୃତି ତାଙ୍କୁ ବାନ୍ଧି ରଖିଛି। ସ୍ପିଲ୍ଟସଭିଲା ହୋଷ୍ଟ କରଣ କୁନ୍ଦ୍ରା ତାଙ୍କୁ ଶଙ୍କର ସରନେମ୍ ନେଇ ପ୍ରଶ୍ନ କରିଥିଲେ। ସଦଫ କହିଥିଲେ ଯେ, ଶିବ ତାଙ୍କ ଆସ୍ଥାର କେନ୍ଦ୍ର। ଏଥିପାଇଁ ସେ ତାଙ୍କ ସରନେମ୍ ଶଙ୍କର ରଖିଛନ୍ତି। ସେ ସର୍ବଦା ଶିବଙ୍କ ପୂଜାପାଠ ଓ ବ୍ରତ କରନ୍ତି।
ଏହି ଖବରଟିକୁ ପଢନ୍ତୁ- ସବରିମାଳା ମନ୍ଦିରରେ ମହିଳାଙ୍କ ଏଣ୍ଟ୍ରି ଉପରେ ଏବେ ୯ ଜଣିଆ ବିଚାରପତି ଦେବେ ରାୟ, ଆସିଗଲା ତାରିଖ