ପ୍ରମୂଖ ଖବର
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

୪ ଦଶନ୍ଧି ପରେ ବି ମିଳୁନି ଘରଡିହ ପଟ୍ଟା, ସରକାରୀ ସହାୟତାରୁ ବଞ୍ଚିତ ପଡ଼ାବାସୀ

Published By : Rasmita Pradhan | July 15, 2025 11:27 AM

କର୍ଲାମୁଣ୍ଡା, ୧୫/୦୭ : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁଶୁର୍ଲା ଗାଁର କଲୋନୀ ପଡାରେ ରହୁଥିବା ପ୍ରାୟ ୪୦ଟି ପରିବାର ଦୀର୍ଘ ୪୦ ବର୍ଷ ହେଲା ବସବାସ କରି ଆସୁଛନ୍ତି। ହେଲେ ଆଜି ଯାଏଁ ସେମାନଙ୍କୁ ଘରଡିହ ପଟ୍ଟା ମିଳିନି। ବ୍ଲକ ପ୍ରଶାସନ ଠୁ ଜିଲ୍ଲା ପ୍ରଶାସନ ଯାଏଁ ବାରମ୍ବାର ଲିଖିତ ଆବେଦନ କରିଥିଲେ ହେଁ, ଏମାନଙ୍କ କଥାକୁ ପ୍ରଶାସନ ଗୁରୁତ୍ୱ ଦେଉନଥିବା ପଡ଼ାବାସୀ ଅଭିଯୋଗ କରିଛନ୍ତି। ଖୁବ ଶୀଘ୍ର କର୍ଲାମୁଣ୍ଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସେମାନେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। 

ସୂଚନାନୁଯାୟୀ, କଲୋନୀ ପଡାବାସୀ ପୂର୍ବରୁ କୁଶୁର୍ଲା ବସ୍ତିରେ ରହୁଥିଲେ। ୧୯୮୭ ମସିହାରେ ତତ୍କାଳୀନ ରାଜ୍ୟ ସରକାର କୁଶୁର୍ଲାର ଘଣ୍ଟୁବାହାଲି ଭାଗ ଠାରେ ୨୦ ଟି ପରିବାରକୁ ଥଇଥାନ କରିବା ପାଇ ସ୍ୱତନ୍ତ୍ର କଲୋନି ପଡା ସ୍ଥାପନ କରିଥିଲେ। ସେହି ଅନୁସାରେ ଘରଡିହ ନଥିବା କୋଡିଏଟି ପରିବାରକୁ ଏହି କଲୋନୀରେ ଘର ଯୋଗାଇ ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ କେବଳ ୪ଜଣ ସ୍ବର୍ଗତ ଚେରୁ ନାଗ, ସ୍ବର୍ଗତ ଦୂତିଆ ନାଗ, ସ୍ବର୍ଗତ କଲାବୁଟୁ ନାଗ ଓ ବିଟୁ ନାଗଙ୍କୁ ଡିହ ପଟ୍ଟା ପ୍ରଦାନ କରାଯାଇଥିଲା। ଅବଶିଷ୍ଟ ରହିଯାଇଥିବା ୧୬ଟି ପରିବାରକୁ ପଟ୍ଟା ଅଧ୍ୟାବଧି ଦିଆଯାଇନଥିବା ପଡ଼ାର ରୋହିତ ନାଗ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏହି ୨୦ଟି ପରିବାର ରହିବା ପରେ ବର୍ତ୍ତମାନ ସୁଦ୍ଧା ଏହି କଲୋନୀରେ ଆଦିବାସୀ, ହରିଜନ, ଓବିସି ବର୍ଗର ପ୍ରାୟ ୪୦ ଟି ପରିବାର ବସବାସ କରୁଛନ୍ତି । ସେମାନଙ୍କୁ ବି ପଟ୍ଟା ମିଳିନି। ଏହି ପଡ଼ାରେ ପୂର୍ବରୁ ତିଆରି ହୋଇଥିବା କଲୋନୀ ଘର ଗୁଡିକ ଏବେ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଥିବା ବେଳେ ଅନେକ ପରିବାର ଏବେବି ମାଟି ଘରେ ପଲିଥିନ ଟାଙ୍ଗି ରହୁଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ଏହି ପଡ଼ାକୁ ସରକାର କଂକ୍ରିଟ ରାସ୍ତା, ବିଜୁଳି ଯୋଗାଣ ବ୍ୟବସ୍ଥା କରିଥିବାବେଳେ କାହିଁକି ଘରଡିହ ପଟ୍ଟା ଦେଉନାହାଁନ୍ତି। ପଟ୍ଟା ନଥିବାରୁ ସେମାନେ ଯୋଗ୍ୟ ଥିଲେବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରୁନାହାନ୍ତି । ଏନେଇ ତହସିଲଦାର ଅରୁଣ ବର୍ଗେଙ୍କୁ ପଚାରିବାରୁ ସେ ଜିଲ୍ଲା ପ୍ରଶାସନଙ୍କୁ ଜଣାଇବା ସହ ଆଲୋଚନା କରିବେ ବୋଲି କହିଛନ୍ତି। ତେବେ ବର୍ତ୍ତମାନର ସରକାର ଏଦିଗରେ ଗୁରୁତ୍ୱ ଦେଉଥିବାରୁ ରାଜସ୍ବ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଇ ଘରଡିହ ପଟ୍ଟା ଯୋଗାଇଦେବା ପାଇଁ ପଡ଼ାବାସୀ ଓ ବୁଦ୍ଧିଜୀବିମାନେ ଦାବି କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.