ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା: ଭାରତ ସହ ଆମେରିକା ସେୟାର ବଜାରରେ ପ୍ରଭାବ, ବୋଇଂର ୧ ଲକ୍ଷ କୋଟି ଟଙ୍କା କ୍ଷତି

Published By : Harapriya Biswal | June 12, 2025 5:44 PM

ନୂଆଦିଲ୍ଲୀ,୧୨।୬: ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଖବର ପରେ ଭାରତୀୟ ସେୟାର ବଜାରରେ ହ୍ରାସ। ତଳକୁ ଖସି ଯାଇଛି ଟାଟା ଗ୍ରୁପର ସେୟାର ଖସି ଆସିଛି। ଅନ୍ୟପକ୍ଷରେ, ଏହାର ପ୍ରଭାବ ଆମେରିକାରେ ଦେଖାଯାଇଛି। ବିମାନ ନିର୍ମାତା କମ୍ପାନୀ ବୋଇଂର ସେୟାର ମଧ୍ୟ ହ୍ରାସ ପାଉଛି। ବିଶେଷ କଥା ହେଉଛି ଯେ ଆମେରିକାର ସେୟାର ବଜାର ଏପର୍ଯ୍ୟନ୍ତ ଖୋଲିନାହିଁ। ବୋଇଂ ସେୟାରରେ ପ୍ରି ମାର୍କେଟରେ ହିଁ ପ୍ରାୟ ୮ ପ୍ରତିଶତ ହ୍ରାସ ପାଇଥିବାର ଦେଖିବାକୁ ମିଳିଛି। ଯାହା ଯୋଗୁଁ ପ୍ରି ମାର୍କେଟରେ କମ୍ପାନୀର ମାର୍କେଟ କ୍ୟାପ୍‌କୁ ୧୨  ବିଲିୟନ ଡଲାରରୁ ଅଧିକ ଅର୍ଥାତ୍ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି।

ବିମାନ ନିର୍ମାତା କମ୍ପାନୀ ବୋଇଂର ସେୟାର ୮ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଏହା ସହ କମ୍ପାନୀର ସେୟାର ୨୦୦ ଡଲାର ତଳକୁ ଆସିଛି। ଗୁରୁବାର ଗୁଜରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଆମେରିକୀୟ ବଜାର ଖୋଲିବା ପୂର୍ବରୁ ଧିମା ଆରମ୍ଭ ହୋଇଛି। ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଏକ ବୋଇଂ 787-8 ଡ୍ରିମଲାଇନର ବିମାନ ସାମିଲ ଥିଲା। ବୋଇଂର ସେୟାର ମୂଲ୍ୟ ୭.୬୭ ପ୍ରତିଶତ ବୃଦ୍ଧି ପାଇ ପ୍ରତି ସେୟାର ୧୯୭.୫୮ ଟଙ୍କାରେ କାରବାର ହେଉଥିଲା। ଆଜିର ହ୍ରାସ ଷ୍ଟକରେ ଲଗାତାର ତୃତୀୟ ଦିନ ହ୍ରାସର ହେବ। ବୁଧବାର ଦିନ, ବୋଇଂ ସେୟାର ୦.୮ ପ୍ରତିଶତ ହ୍ରାସ ପାଇ ପ୍ରତି ସେୟାର ୨୧୪ ଡଲାର ପ୍ରତି ସେୟାରରେ ବନ୍ଦ ହୋଇଥିଲା। ତଥାପି, ଗତ ତିନି ମାସ ଧରି ସେୟାର ଗତିରେ ଭଲ ରହିଥିଲା। ଏହି ସମୟ ମଧ୍ୟରେ ଏହା ୨୪ ପ୍ରତିଶତ ବୃଦ୍ଧି ପାଇଛି। ମିଣ୍ଟ ରିପୋର୍ଟ ଅନୁସାରେ, ବୋଇଂ କହିଛି, ଆମେ ପ୍ରାରମ୍ଭିକ ରିପୋର୍ଟ ବିଷୟରେ ଅବଗତ ଅଛୁ ଏବଂ ଅଧିକ ସୂଚନା ସଂଗ୍ରହ କରିବାକୁ କାମ କରୁଛୁ।’

ବୋଇଂର ସେୟାରରେ ଯଦିଓ ପ୍ରି ମାର୍କେଟରେ ହ୍ରାସ ଦେଖିବାକୁ ମିଳିଛି, କିନ୍ତୁ ତାହା ଖୁବ୍ ବଡ। ଏହା କାରଣରୁ ପ୍ରି ମାର୍କେଟ ସେସନ୍‌ରେ କମ୍ପାନୀର ଭାଲ୍ୟୁଏସନ୍‌କୁ ଖୁବ୍ ବଡ଼ କ୍ଷତି ହୋଇଥାଏ। ଗୁରୁବାର ଭାରତୀୟ ସେୟାର ବଜାରରେ ବଡ଼ ଧରଣର କ୍ଷତି ଦେଖିବାକୁ ମିଳିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ପ୍ରମୁଖ ସୂଚକାଙ୍କ ୮୨୩.୧୬ ହ୍ରାସ ପାଇ ୮୧,୬୯୧.୯୮ ପଏଣ୍ଟରେ ବନ୍ଦ ହୋଇଛି। ସେଭଳି ସେନସେକ୍ସ ସେୟାର ବଜାର ବନ୍ଦ ହେବା ପୂର୍ବରୁ ୯୯୧.୯୮ ପଏଣ୍ଟ୍ର ହ୍ରାସ ପାଇ ୮୧,୫୨୩ ପଏଣ୍ଟ ସହ ଦିନର ଲୋୟର ଲେବଲରେ ପହଁଞ୍ଚି ଯାଇଥିଲା। ସେଭଳି ଅନ୍ୟପଟେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ପ୍ରମୁଖ ସୂଚକାଙ୍କ ନିଫ୍ଟି ମଧ୍ୟ ୨୫୩.୨୦ ପଏଣ୍ଟ ହ୍ରାସ ପାଇ ୨୪,୮୮୮.୨୦ ପଏଣ୍ଟରେ ବନ୍ଦ ହୋଇଛି। ଏହି ହ୍ରାସ ଯୋଗୁଁ ସେୟାର ବଜାରରେ ନିବେଶକଙ୍କ ୪ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.