ନୂଆଦିଲ୍ଲୀ - ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ସ୍ୱତନ୍ତ୍ର ସୁରକ୍ଷା ଅଡିଟ୍ ରିପୋର୍ଟ ଆଧାରରେ ଭିଏସଆର ଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡ୍ର ଚାରୋଟି ବିମାନକୁ ତତ୍କାଳ ଗ୍ରାଉଣ୍ଡ କରିବାକୁ ନିର୍ଦ୍ଦେଶ ଜାରି କରିଛି। ଏହି ବିମାନ ମୁଖ୍ୟତଃ ଲିୟରଜେଟ୍ ୪୦ / ୪୫ ମଡେଲର , ଯାହାର ପଞ୍ଜୀକରଣ ସଂଖ୍ୟା VT-VRA, VT-VRS , VT-VRV ଓ VT-TRI , ଅଡିଟ୍ରେ ବିମାନ ଯୋଗ୍ୟତା , ଉଡ଼ାଣ ପରିଚାଳନା ଓ ସୁରକ୍ଷା ପ୍ରକ୍ରିୟା ଗୁଡ଼ିକରେ ଗୁରୁତର ଉଲ୍ଲଙ୍ଘନ ଜଣାପଡ଼ିଛି, ଯେଉଁଥି ପାଇଁ କମ୍ପାନୀର ରକ୍ଷଣାବେକ୍ଷଣରେ ଅଭାବ ପରିଲିଖିତ ହୋଇଛି।

ଏହି ନିଷ୍ପତ୍ତି ବାରାମତିରେ ୨୮ ଜାନୁଆରୀରେ ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣା ପରେ ନିଆଯାଇଛି,ଯାହାର ଭିଏସଆର ଭେଞ୍ଚର୍ସର ଲିୟରଜେଟ୍ ୪୫ ଟି ବିମାନ ( ଭିଟି-ଏସଏସକେ)ର କ୍ରାଶ ହେବାରେ ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ବାରାମତୀ ବିମାନ ବନ୍ଦରରେ ଦ୍ୱିତୀୟ ଲ୍ୟାଣ୍ଡିଂ ପ୍ରୟାସ ବେଳେ ଖରାପ ଦୃଶ୍ୟତାର କାରଣରୁ ହୋଇ ଥିଲା। ଏହି ଦୁର୍ଘଟଣା ଆଭିଏସନ କ୍ଷେତ୍ରରେ ସୁରକ୍ଷା ଚିନ୍ତାକୁ ବୃଦ୍ଧି କରିଛି , କାରଣ ଭିଏସଆର କମ୍ପାନୀର ଏହା ଗତ କିଛି ବର୍ଷରେ ତୃତୀୟ ବଡ଼ ଦୁର୍ଘଟଣା ଥିଲା।

ବାରାମତୀ ଦୁର୍ଘଟଣାର ତୁରନ୍ତ ପରେ ବିମାନ ଦୁର୍ଘଟଣା ଯାଞ୍ଚ ବ୍ୟୁରୋ ଯାଞ୍ଚ ଆରମ୍ଭ କରିଥିଲା, ଡିଜିସିଏ କମ୍ପାନୀର ପୂରା ସୁରକ୍ଷା ବ୍ୟବସ୍ଥାର ଗହନ ଯାଞ୍ଚ ପାଇଁ ଟିମ୍ ଗଠନ କରିଥିଲା। ଏବେ କାର୍ଯ୍ୟାନୁଷ୍ଠାନ ନେଇ ଡିଜିସିଏ ସ୍ପଷ୍ଟ କରିଛି ଯେ, ଭିଏସଆରର ଏହି ବିମାନ ସେପର୍ଯ୍ୟନ୍ତ ଉଡ଼ାଣ ଭରି ପାରିବ ନାହିଁ,ଯେପର୍ଯ୍ୟନ୍ତ ନିରନ୍ତର ବିମାନ ଯୋଗ୍ୟତା ମାନଦଣ୍ଡ ସଂପୂର୍ଣ୍ଣ ପୁନଃସ୍ଥାପିତ ହୋଇ ନାହିଁ। କମ୍ପାନୀକୁ ଅଭାବ ରିପୋର୍ଟିଂ ଫର୍ମ ଜାରି କରାଯାଇଛି। ଯେଉଁଥିରେ ରୁଟ୍ କଜ୍ ଆନାଲିସିସ୍ ପୈଠ କରିବାକୁ କୁହାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ଆଭିଏସନ ସୁରକ୍ଷାକୁ ଦୃଢ କରିବା ଦିଗରେ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ।

ଅଡ଼ିଟ ୪ଫେବ୍ରୁଆରୀରୁ ୧୬ ଫେବ୍ରୁଆରୀ ଯାଏ ଚାଲିଲା , ଯେଉଁଥିରେ ଡେପୁଟୀ ଡାଇରେକ୍ଟର ଜେନେରାଲ ଆରକେ ଆନନ୍ଦଙ୍କ ନେତୃତ୍ୱରେ ଟିମ୍ କମ୍ପାନୀର ସମସ୍ତ ଦିଗକୁ ଯାଞ୍ଚ କରିଥିଲା । ରିପୋର୍ଟରେ ଜରୁରୀ ପ୍ରକ୍ରିୟାର ପାଳନ ନକରିବା , ରକ୍ଷଣାବେକ୍ଷଣରେ ଅବହେଳା ଓ ସୁରକ୍ଷା ମାନଦଣ୍ଡରେ ଅଭାବ ଭଳି ଗୁରୁତର ତ୍ରୁଟି ନଜର ଆସିଛି। ଏହିସବୁ କାରଣ ଡିଜିସିଏକୁ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ବଧ୍ୟ କଲା , ଯାହାକି ଭବିଷ୍ୟତରେ ଏମିତି କୌଣସି ଦୁର୍ଘଟଣା ନହେଉ।