ନୂଆଦିଲ୍ଲୀ – ଗତ ବର୍ଷ ଚନ୍ଦ୍ରଯାନ-୩ ଇତିହାସ ରଚି ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ସଫଳତାପୂର୍ବକ ଅବତରଣ କରିଥିଲା। ଏହାପରେ ୧୪ ଚନ୍ଦ୍ର ଦିବସ(lunar day)  ଯାଏ ସେ ଚନ୍ଦ୍ର ପୃଷ୍ଠରେ ଆକ୍ଟିଭ ରହିଥିଲା ଏବଂ ଏହା ଦ୍ୱାରା ପଠାଯାଇ ଥିବା ଇନପୁଟ୍ସ ଆଧାରରେ ଅନେକ ଯାଞ୍ଚ ହୋଇଛି , ଯାହା ଏବେ ଅନେକ ସମୟରେ ସାମନାକୁ ଆସୁଛି। ଏବେ ଚନ୍ଦ୍ରଯାନ -୪ ମିଶନ ଉପରେ ସମସ୍ତଙ୍କ ନଜର। 

୨୦୨୯ ମସିହାରେ ଏହାକୁ ଲଞ୍ଚ କରାଯିବ ଏବଂ  ଏହାର ସମ୍ଭାବିତ ଖର୍ଚ୍ଚ ମୂଲ୍ୟ ୨୧୦୪ କୋଟି ଟଙ୍କା। ଗତ ଦିନରେ ଇସ୍ରୋ ଖୁସି ଖବର ଦେଇଥିଲା କି, ଚନ୍ଦ୍ରଯାନ-୪ ଚନ୍ଦ୍ରରୁ ୨-୩ କିଲୋ ମାଟିର ସାମ୍ପଲ ଆଣିକି ଆସିବ। 

ଚନ୍ଦ୍ରଯାନ-୪ରେ ୫ ପ୍ରକାରର ମଡ୍ୟୁଲ କାମ କରିବ। ଏସେଣ୍ଡର ମଡ୍ୟୁଲ (ଏଏମ) , ଡିସେଣ୍ଡର ମଡ୍ୟୁଲ (ଡିଏମ), ରି ଏଣ୍ଟ୍ରି ମଡ୍ୟୁଲ (ଆରଏମ) , ଟ୍ରାନ୍ସଫର ମଡ୍ୟୁଲ (ଟିଏମ)ଓ ପ୍ରପଲ୍ସନ (ପିଏମ)। ତାକୁ ଦୁଇଟି ଅଲଗା ଅଲଗା ଏମଭିଏମ୍‌-୩ ଲଞ୍ଚ ଭାଇକଲ୍ସରେ ଲଞ୍ଚ କରାଯିବ। 

ଇକୋନମିକ୍ ଟାଇମ୍ସର ରିପୋର୍ଟ ଅନୁସାରେ , ଇସ୍ରୋ କହିଛି ଯେ, ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡ କରିବା ପରେ ରୋବୋଟିକ୍‌ ଆର୍ମ ,ଯାହାକୁ ସରଫେସ୍‌ ସାମ୍ପଲିଂ ରୋବୋଟ ମଧ୍ୟ କୁହାଯାଏ , ତାହା ଲ୍ୟାଣ୍ଡିଂ ସାଇଟ୍‌ର ଆଖପାଖରୁ ଦୁଇରୁ ତିନି କିଲୋର ମାଟି ଆଣିବା ଓ ପୁଣି ଏହାକୁ ଏଏମ୍‌ରେ ଲାଗିଥିବା କଣ୍ଟେନରରେ ଭର୍ତ୍ତି କରିବ। ସାମ୍ପଲ୍ସ ଥିବା କଣ୍ଟେନରକୁ ପୃଥିବୀକୁ ଯାତ୍ରା କରିବା ବେଳେ ଏହାକୁ ସିଲ୍‌ କରିଦିଆ ଯିବ। 

ଇସ୍ରୋ ଏକ ବୟାନରେ କହିଛି କି ମାଟିକୁ ଏକାଠି କରିବାର ବିଭିନ୍ନ ପର୍ଯ୍ୟାୟର ନିରୀକ୍ଷଣର ଭିଡ଼ିଓ କ୍ୟାମେରା ମାଧ୍ୟମରେ କରାଯିବ।