ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଲିଙ୍ଗପଡା ଯୁବତୀଙ୍କ ଗଳାକାଟି ହତ୍ୟା ଘଟଣା : ୫ ଦିନ ପରେ ସୁସ୍ଥ ହୋଇ ମେଡ଼ିକାଲରୁ ଥାନାକୁ ଫେରିଲା ଅଭିଯୁକ୍ତ

Published By : Suraj Kumar | March 2, 2025 4:39 PM

ସୋର, ୨/୩(ସ୍ୱପ୍ର): ସୋର ପୌର ପାଳିକା ଅନ୍ତର୍ଗତ ଲିଙ୍ଗପଡା ଗ୍ରାମରେ ପ୍ରେମପାଇଁ ଗତ ଫେବୃଆରୀ ୨୪ ତାରିଖରେ ଯୁବତୀଙ୍କ ଗଳାକାଟି ହତ୍ୟା  କରାଯାଇଛି। ଏହି ଘଟଣାରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରୁ ଅଭିଯୁକ୍ତ ଡ଼ିସଚାର୍ଜ ହୋଇଥିବା ଜଣାପଡିଛି। 

ଗତ ୨୪ ତାରିଖ ପୂର୍ବାହ୍ନରେ ଏହି ଗ୍ରାମର ଜ୍ୟୋତିର୍ମୟୀ ରଣାଙ୍କୁ ତାଙ୍କ ପ୍ରେମିକ ଚୂଡ଼ାମଣି ଧଳସାହି ଗ୍ରାମର ବିଶ୍ୱରଞ୍ଜନ ପୁହାଣ ପ୍ରେମରେ ବିଫଳ ହୋଇ ଏକ ଧାରୁଆ ଅସ୍ତ୍ରରେ ଗଳା କାଟି ଫେରାର ହୋଇଯାଇଥିଲା। ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ବାବଦରେ ଜ୍ୟୋତିର୍ମୟୀଙ୍କ ମାଆ ତୁଳସୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ବାଲେଶ୍ୱର ଏସପିଙ୍କ ତତ୍ୱାବଧାନରେ ୪ ଗୋଟି ଟିମ କରି ବିଭିନ୍ନ ସ୍ଥାନରେ ଛାନଭିନ ଆରମ୍ଭ କରିଥିଲେ। ସେଥିରେ ଏକ ଟିମ ବିଶ୍ୱରଞ୍ଜନଙ୍କ ଗ୍ରାମ ନିକଟରେ ଜଗିରହିଥିଲା। 

ଗତ ୨୬ ତାରିଖ ସକାଳେ ଏହି ଟିମ ଅଭିଯୁକ୍ତ ଗ୍ରାମରେ ବୁଲୁଥିବା ଖବର ପାଇ ତାର ପିଛା କରିଥିଲା। ବିଶ୍ୱରଞ୍ଜନ ଏହା ଜାଣିପାରି ସେଠାରୁ ଖସି ଯିବାକୁ ଚେଷ୍ଟା କରି   ଗ୍ରାମ ନିକଟ ଏକ ଜଙ୍ଗଲିଆ ସ୍ଥାନରେ ବୁଦା ମୂଳରେ ବିଷ ପିଇ ଦେଇଥିଲେ। ପୁଲିସ ତାକୁ ସେଠାରୁ ଧରି ବାସୁଦେବପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାକୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ତେବେ ପୁଲିସ ସେଠାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରିଥିଲା। ସେଠାରେ ଚିକିତ୍ସା ହେଉଥିବା ବେଳେ ଡାକ୍ତର ତାଙ୍କୁ ପାଞ୍ଚ ଦିନ ପରେ ଆଜି ଡ଼ିସଚାର୍ଜ କରିବା ପରେ ପୁଲିସ ସେଠାରୁ ସୋର ଥାନାକୁ ଆଣିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.