ନୂଆଦିଲ୍ଲୀ,୧୨/୧୧; ଭାରତୀୟ ମହିଳା କ୍ରିକେଟ ଟିମ୍ ଐତିହାସିକ ବିଶ୍ୱକପ ବିଜୟୀ ହେବା ପରେ ତାଙ୍କୁ ବହୁ ବଡ଼ ବଡ଼ ବିଜ୍ଞାପନର ଚେହାରା ପାଲଟିଛନ୍ତି । ବିଶ୍ୱକପ ଜିତିବାର ୩ ଦିନ ପରେ ଜେମିମା ରୋଡ୍ରିଗ୍ସ ଓ ଦ୍ରୁତ ବୋଲର ରେଣୁକା ସିଂହ କେଏଫସି ଗ୍ରେଟ୍ ଫେଷ୍ଟିଭାଲକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା । ସେହିପରି ଜୋମିମା ବୋଟ୍ ପାଇଁ ବ୍ୟାଟକୁ ଗୀତାର କରି ବଜାଇ ବ୍ରାଣ୍ଡର ପ୍ରୋମାସୋନ କରିଥିବା ଦେଖିବାକୁ ମିଳିଛି । ବିଶ୍ୱକପ ବିଜୟ ପରେ ମହିଳା କ୍ରିକେଟରଙ୍କ ବିଭିନ୍ନ ପ୍ଲାଟଫର୍ମରେ ନିୟୋଜିତ ହେବାର ଅଦ୍ଭୂତପୂର୍ବ ୬ ଗୁଣା ବୃଦ୍ଧା ହୋଇଛି ।

ବିଶ୍ୱକପ ପରେ ହୋଇଥିବା ଏକ ଡିଜିଟାଲ ସର୍ଭେରେ ସ୍ମୃତି ମାନ୍ଧାନାଙ୍କ ମୋଟ ୧୩.୩ ଏମ୍ ଫୋଲର୍ସ ଅଛନ୍ତି । ନୂଆ ଫୋଲର୍ସ ୫୮୧ କେ ହୋଇଛନ୍ତି । ୪.୩୭ ପ୍ରତିଶତ ବଢିଛି । ସେହିପରି ଜେମିମାଙ୍କର ୫୮୧ ନୂଆ ସହ ମୋଟ୍ ଫଲୋର୍ସ ୩.୨ଏମ୍ ଅଛନ୍ତି । ଯାହା ୪୭.୩ ବଢିଛି । ସେହିପରି ମହିଳା କ୍ରିକେଟ ଦଳର ଅଧିନାୟିକା ହର୍ମନପ୍ରୀତ କୌର ୩୮୦କେ ଫଲୋର୍ସ ବଢିବା ସହ ୨.୮ ଏମ୍ ଫଲୋର୍ସ ଅଛନ୍ତି । ଶେଫାଳି ବର୍ମାଙ୍କର ୧୩୨କେ ନୂଆ ଫଲୋର୍ସ ସହ ମୋଟ ୭୭୪କେ ଫଲୋର୍ସ ଅଛନ୍ତି ।

ଫାଇନାଲ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ଜେମିମାଙ୍କ ପ୍ରଦର୍ଶନ ଖୁବ ଚମତ୍କାର ଥିଲା । ଯାହା ସର୍ଫ ଏକ୍ସେଲକୁ ଏହାର ପ୍ରସିଦ୍ଧ ଲାଇନ୍ ''ଦାଗ୍ ଆଚ୍ଛା ହେଁ'' ସହିତ ଯୋଡ଼ିଥିଲା । ''ଜବ୍ ଦେଶ କି ମାଟି କେ ଲିଏ ଦାଗ୍ ଲଗେ, ତୋ ଦାଗ୍ ଆଚ୍ଛା ହୈ'' ବାର୍ତ୍ତା ଦେଇଥିଲା ବ୍ରାଣ୍ଡ । ସେମି ଫାଇନାଲରେ ଜେମିମା ଶତକୀୟ ପାଳି ଖେଳି ଶେଷ ଯାଏ କ୍ରିଜରେ ଉପସ୍ଥିତ ଥିଲେ । ତାଙ୍କ ଜର୍ସିରେ ଦାଗ ଦେଖିବାକୁ ମିଳିଥିଲା ।