ପ୍ରମୂଖ ଖବର
  • ଲାଞ୍ଚ ନେଉଥିବା ବେଳେ ମହିଳା କନିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ,୧୦ ହଜାର ଟଙ୍କା ଜବତ
  • ||
  • କୋରାପୁଟ : ADEOଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହେଲା ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ସହ ୨୮୫ ଗ୍ରାମ୍ ସୁନା
  • ||
  • କଟକ : ବେଲେଶ୍ୱର ଡବଲ ମର୍ଡର ଘଟଣା: ୫ ବର୍ଷ ପରେ ଅଭିଯୁକ୍ତ ଗିରଫ
  • ||
  • ଆଠଗଡ଼ : ଟ୍ରେନ୍‌ରୁ ପାଲ ଚୋରି କରୁଥିଲେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ
  • ||
  • ରାଜସ୍ଥାନ: ଟ୍ରେଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ଏକାଧିକ ଆହତ
  • ||
  • ବେଆଇନ ଭାବେ ଅନ୍ୟ ଦେଶରେ ରହିବା ଆଇନଗତ ଅଧିକାର ନୁହେଁ । ବେଆଇନ ଭାବେ ରହୁଥିବା ଲୋକଙ୍କୁ ଭାରତ ନେବାକୁ ପ୍ରସ୍ତୁତ: ମୋଦି
  • ||
  • ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ, ପ୍ରଶ୍ନକାଳକୁ ଅଚଳ କରିଦେଲେ ବିରୋଧି, ଦିନ ୧୨ଟା ଯାଏ ଗୃହ ମୁଲତବୀ ଘୋଷଣା
  • ||
  • କଳାହାଣ୍ଡି : କାର୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • ଆଜି ବିଜେପିର କୋର କମିଟି ବୈଠକ: ଅଧ୍ୟକ୍ଷତା କରିବେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସଭାପତି ଚୟନ ନେଇ ଆଲୋଚନା
  • ||
  • ଗରମରୁ ସାମାନ୍ୟ ଆଶ୍ୱସ୍ତି: ଆଜିଠୁ କମିବ ରାତି ତାପମାତ୍ରା,୧୬ରୁ ପୁଣି ବଢ଼ିବ ତାତି
  • ||

ଅରବିନ୍ଦ କେଜରିୱାଲଙ୍କ ପଞ୍ଜାବ ପୋଲିସ ସୁରକ୍ଷା ହଟାଇଲା ଦିଲ୍ଲୀ ପୋଲିସ୍

Published By : Anindita | January 24, 2025 9:10 AM

ନୂଆଦିଲ୍ଲୀ,୨୪/୦୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜନୀତି । ଏହାରି ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପରୁ ସୁରକ୍ଷା ବ୍ୟବସ୍ଥାକୁ ହଟାଇଛି ପଞ୍ଜାବ ପୋଲିସ  । ତେବେ ଦିଲ୍ଲୀ ପୋଲିସ କେଜରିୱାଲଙ୍କୁ ‘ଜେଡ୍ ପ୍ଲସ୍’ ସୁରକ୍ଷା ଦେଉଥିବା ନେଇ ପଞ୍ଜାବ ପୋଲିସକୁ ପତ୍ର ଲେଖି ଦିଲ୍ଲୀ ପୋଲିସ୍ ଜଣାଇ ଦେଇଛି। ଯାହାକୁ ନେଇ କେଜରିୱାଲଙ୍କୁ ପଞ୍ଜାବ ପୋଲିସ ପକ୍ଷରୁ ମିଳୁଥିବା ସୁରକ୍ଷା  ହଟାଇ ଦିଆଯାଇଛି। 

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଦିଲ୍ଲୀ ପୋଲିସ ଅନେକ ପୂର୍ବରୁ କେଜରିୱାଲଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଦେଇଛି। ଏଣୁ ତାଙ୍କ ସୁରକ୍ଷାରେ ପଞ୍ଜାବ ପୋଲିସ ଜବାନଙ୍କ କୌଣସି ଆବଶ୍ୟକତା ନାହିଁ।  ଅଧିକାରୀ କହିଛନ୍ତି ଯେ ଦିଲ୍ଲୀ ପୋଲିସ ପଞ୍ଜାବ ପୋଲିସ ପକ୍ଷରୁ କେଜରିୱାଲଙ୍କୁ ଦିଆଯାଇଥିବା ସ୍ୱତନ୍ତ୍ର ସୁରକ୍ଷାକୁ ହଟାଇ ଦିଆଯାଇଛି। ଏ ନେଇ ପଞ୍ଜାବ ପୋଲିସ ଅଧିକାରୀଙ୍କୁ ସୂଚିତ କରିଦିଆଯାଇଛି। 

ଅଧିକାରୀ କହିଛନ୍ତି ଯେ, ଗତ ସପ୍ତାହରେ ଦିଲ୍ଲୀ ପୋଲିସ ପତ୍ର ଲେଖି ପଞ୍ଜାବ ପୋଲିସକୁ ସୂଚନା ଦେଇଛି ଯେ ଯଦି ପଞ୍ଜାବରୁ କୌଣସି ଭିଆଇପି ଅଥବା ଏପରି କୌଣସି ବ୍ୟକ୍ତି ଦିଲ୍ଲୀ ଆସୁଛନ୍ତି ଯାହାଙ୍କୁ ସୁରକ୍ଷା ମିଳିବା ଉଚିତ୍।  ତେବେ ପଞ୍ଜାବ ପୋଲିସ ଏହାର ସୂଚନା ଦିଲ୍ଲୀ ପୋଲିସକୁ ଦେବ। ଏହା ଦ୍ୱାରା ଦିଲ୍ଲୀ ପୋଲିସ ସେହି ଭିଆଇପିଙ୍କୁ ମିଳିଥିବା ଧମକ ଅଥବା ତାଙ୍କ ପଦବୀକୁ ଦେଖି କଡା ସୁରକ୍ଷାର ବ୍ୟବସ୍ଥା କରିବ। ତେବେ ଇଣ୍ଟେଲିଜେନ୍ସି ବ୍ୟୁରୋ କେଜରିୱାଲଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଦିଲ୍ଲୀ ପୋଲିସକୁ ଇନପୁଟ୍ ଦେଇଥିଲେ। ଗୁଇନ୍ଦା ରିପୋର୍ଟରେ କୁହାଯାଇଥିଲା ଖାଲିସ୍ତାନୀ ତତ୍ୱ ତାଙ୍କ ଉପରେ ଆକ୍ରମଣ କରିପାରନ୍ତି। ଏଥିପାଇ କେନ୍ଦ୍ର ଗୃହମନ୍ତ୍ରାଳୟ ଗତ ଦିନରେ ଦିଲ୍ଲୀ ପୋଲିସକୁ ଆଲର୍ଟ ମଧ୍ୟ କରିଥିଲା। ସେପଟେ ଏନେଇ କେଜରିୱାଲ ଦିଲ୍ଲୀ ବିଜେପିକୁ ଟାର୍ଗେଟ କରିଥିବା ଜଣାପଡ଼ିଛି।  


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.