ପ୍ରମୂଖ ଖବର
  • ଯାଜପୁର : ଟ୍ରାନ୍ସଫର୍ମର ଚୋରି ଗ୍ୟାଙ୍ଗ ଗିରଫ, କାର୍ ସହ ବହୁ ସାମଗ୍ରୀ ଜବତ
  • ||
  • ଗଞ୍ଜାମ : ଏକତରଫା ପ୍ରେମରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା, ଘର ଭିତରେ ପଡ଼ିଛି ରକ୍ତାକ୍ତ ମୃତଦେହ
  • ||
  • ମାଲକାନଗିରି : ଧମତରି ଜିଲ୍ଲାରେ ମାଓ ଡମ୍ପ୍ ଠାବ, ଲ୍ୟାଣ୍ଡମାଇନ୍‌ ଏବଂ ବୋମା ଜବତ
  • ||
  • ଗାଧୋଇବା ବେଳେ ଅଘଟଣ, ଚନ୍ଦ୍ରଭାଗାରେ ବୁଡ଼ି ଯାଉଥିବା ପର୍ଯ୍ୟଟକ ଉଦ୍ଧାର
  • ||
  • ଓଡିଶା-ପଶ୍ଚିମବଙ୍ଗ ସୀମାରେ ହାଇ ଆଲର୍ଟ, ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲୁ ରହିବ ପ୍ରକ୍ରିୟା
  • ||
  • ଛତ୍ରପୁର : ମାଛ ଧରୁଥିବା ବେଳେ ଅଘଟଣ, ପାଣିରେ ବୁଡି ମତ୍ସ୍ୟଜୀବୀଙ୍କ ମୃତ୍ୟୁ
  • ||

ପରମାଣୁ ବୋମାର ଧମକ ଦେଉଥିବା ପାକିସ୍ତାନର ଅଛି କେତେ ଦମ୍ , ଆସନ୍ତୁ ଜାଣିବା

Published By : Prameya | May 1, 2025 9:13 PM

ନୂଆଦିଲ୍ଲୀ : ଗତ ୨୨ ଅପ୍ରେଲରେ କାଶ୍ମୀରର ପହଲଗାମ୍‌ରେ ଆତଙ୍କୀ ହମଲାରେ ୨୬ ଜଣ ଲୋକଙ୍କ ମୃତ୍ୟୁ ପର ଠାରୁ ଆକ୍ସନ ମୋଡରେ ଭାରତ। ଏହାକୁ ନେଇ ପଡୋଶୀ ଦେଶ ପାକିସ୍ତାନରେ ଭୟର ମାହୋଲ। ସେଠାର ପ୍ରତିରକ୍ଷା ମନ୍ତ୍ରୀ ଯାଏ ଘୋଷଣା କରି ଦେଇଛନ୍ତି ଯେ, ଭାରତ କେବେ ବି ପାକିସ୍ତାନ ଉପରେ ହମଲା କରି ପାରେ। ଏହିପରି ଉତ୍ତେଜିତ ପରିବେଶ ଭିତରେ ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ଓ ବିଦେଶ ମନ୍ତ୍ରୀ ଇଶାକ୍ ଡାରଙ୍କ ଠାରୁ ନେଇ ଅନେକ ନେତା ପରମାଣୁ ବୋମାର ଧମକ ଭାରତକୁ ଦେଇ ସାରିଛନ୍ତି। 

ପାକିସ୍ତାନ ୧୯୯୮ରେ ହିଁ ପରମାଣୁ ଶକ୍ତି ସଂପନ୍ନ ଦେଶ ହୋଇ ସାରିଛି। ସେବେ ଠାରୁ ସେ ଅନେକ ପରମାଣୁ ଅସ୍ତ୍ରଶସ୍ତ୍ର ବିକଶିତ କରି ସାରିଛି। ହେଲେ ଭାରତ ପରି ପ୍ରଥମେ ପ୍ରୟୋଗ ନୀତି  ପାକିସ୍ତାନର ନାହିଁ। ଏହି ନୀତି ଅନୁସାରେ ଏମିତି ଶପଥ ନିଆଯାଏ କି, ଯେପର୍ଯ୍ୟନ୍ତ ତାକୁ ଉସୁକା ଯିବା ନାହିଁ , ସେ ପରମାଣୁ ଅସ୍ତ୍ରର ବ୍ୟବହାର କରିବ ନାହିଁ। ଭାରତ ଏହିପରି ନୀତିର ପାଳନ କରିଥାଏ , କିନ୍ତୁ ପାକିସ୍ତାନ ଏହି ମାମଲାରେ ନିଷ୍କ୍ରିୟ ।  

୧୯୯୦ରେ ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁଇନ୍ଦା ଏଜେନ୍ସି ଏକ ଅନୁମାନ କରିଥିଲା ଯେ, ୨୦୨୦ ସୁଦ୍ଧା ପାକିସ୍ତାନରେ ୬୦ରୁ ୮୦ ପରମାଣୁ ଅସ୍ତ୍ର ରହିଥିବ , କିନ୍ତୁ ଏହାର ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁଁ , ପାକିସ୍ତାନ ଅଫିସିଆଲି ଭାବେ ମୋଟ ୧୭୦ ଟି ପରମାଣୁ ଅସ୍ତ୍ର ବିକଶିତ କରି ପାରିଛି , ଯାହା ଜଳ , ସ୍ଥଳ ଓ ଆକାଶରେ ଆକ୍ରମଣ କରିପାରେ। ପରମାଣୁ ବିଶେଷଜ୍ଞଙ୍କ ମୁତାବିକ , ଚଳିତ ବର୍ଷ ଶେଷ ସୁଦ୍ଧା ଏହି ସଂଖ୍ୟା ୨୦୦ ଯାଏ ବଢିପାରେ। 

ପାକିସ୍ତାନର ଦୁଇଟି ସ୍ଥାନରେ ମୁତୟନ ମିରାଜ- 

ପାକିସ୍ତାନର ଦୁଇଟି ସ୍ଥାନରେ ମିରାଜ -3  ଓ ମିରାଜ-୫ ଲଢୁଆ ବୋମାବର୍ଷକ ବିମାନ ପରମାଣୁ ଅସ୍ତ୍ର ସଜ୍ଜିତ। ନ୍ୟୁଜୱିକ୍‌ର ଏକ ରିପୋର୍ଟରେ କୁହାଯାଇଛି ଯେ, ଫେଡରେସନ ଅଫ୍‌ ଆମେରିକାନ ସାଇଣ୍ଟିଷ୍ଟସଙ୍କ ସହ ପରମାଣୁ ସୂଚନା ପ୍ରକଳ୍ପ ଅନୁସାରେ, ମିରାଜ -୫ ଏକ ଛୋଟ ଅସ୍ତ୍ରାଗାର ଭାବେ ପରମାଣୁ ଗୁରୁତ୍ୱାକର୍ଷଣ ବୋମାର ବ୍ୟବହାର କରିଥାଏ। ଏହା ବ୍ୟତୀତ ମିରାଜ -୩ ରା’ଡ ଏୟାର-ଲଞ୍ଚ କ୍ରୁଜ୍‌ ମିସାଇଲ (ଏଏଲସିଏମ) ସହ ଆଡ୍‌-ଅନ୍‌ ରା’ଡ-୨କୁ ମଧ୍ୟ ଲଞ୍ଚ କରିପାରେ। 

ପାକିସ୍ତାନ ମିସାଇଲ ରେଞ୍ଜ କେତେ ? 

ପାକିସ୍ତାନ ସଶସ୍ତ୍ର ବାହିନୀର ମିଡ଼ିଆ ଓ ଜନସଂପର୍କ ଶାଖା ଇଣ୍ଟର-ସର୍ଭିସେଜ୍‌ ପବ୍ଲିକ୍‌ ରିଲେସନ୍ସ ଦ୍ୱାରା ୨୦୧୧ରେ ଜାରି ଏକ ପ୍ରେସ୍‌ ବିଜ୍ଞପ୍ତି ଅନୁସାରେ, ରା’ଡ ପରମାଣୁ ଅସ୍ତ୍ର ଓ ପାରମ୍ପରିକ ଅସ୍ତ୍ରକୁ ବହୁତ ସଠିକତା ସହ ଟାର୍ଗେଟ୍‌ରେ ଖସାଇ ପାରେ। ଏହା ୩୫୦ କିଲୋମିଟରର ଦୂରତା ଯାଏ ଅତିକ୍ରମ କରିପାରେ। ଫେବ୍ରୁଆରୀ ୨୦୨୦ରେ କରାଯାଇ ଥିବା ପରୀକ୍ଷଣ ଫଳ ଅନୁସାରେ, ରା’ଡ-୨ ର ରେଞ୍ଜ ଏହାଠାରୁ ଅଧିକ, ଯାହା ସର୍ବାଧିକ ୬୦୦ କିଲୋମିଟର ଦୂରତାର ଟାର୍ଗେଟ୍‌କୁ ଲକ୍ଷ୍ୟଭେଦୀ କରିପାରେ। ପାକିସ୍ତାନ ଏହି ଟାର୍ଗେଟ୍‌ କ୍ଷମତାକୁ ନେଇ ଡେଉଁଛି। ଆଉ ଭାରତକୁ ଧମକ ଦେଉଛି।

ଭାରତ ପାଖରେ କେତେ ପରମାଣୁ ଅସ୍ତ୍ର ଅଛି ? 

ଭାରତ କେବଳ ପରମାଣୁ ଅସ୍ତ୍ରର ସଂଖ୍ୟା ମାମଲାରେ ପାକିସ୍ତାନ ଠାରୁ ଆଗରେ ନାହିଁ, ଏହାସହ ଆକ୍ରମଣାତ୍ମକ କ୍ଷମତା ମାମଲାରେ ସେ ୩ଗୁଣା ଅଧିକ ସଂପନ୍ନ। ପାକିସ୍ତାନ ଯେଉଁଠି ୧୯୯୮ରୁ ପରମାଣୁ ସଂପନ୍ନ ଦେଶ । ଅନ୍ୟପଟେ ଭାରତ ୫୦ରୁ ଅଧିକ ବର୍ଷରୁ ପରମାଣୁ କ୍ଷମତା ସଂପନ୍ନ ଦେଶ ହୋଇ ପାରିଛି। ଭାରତ ପ୍ରଥମ ଥର ୧୯୭୪ରେ ହିଁ ପରମାଣୁ ଅସ୍ତ୍ରର ପରୀକ୍ଷଣ କରି ଥିଲା। ଏହାପରେ ଭାରତ ସେତେବେଳେ ଦୁନିଆର ୬ଷ୍ଠ ପରମାଣୁ ଅସ୍ତ୍ର ରଖିବାର ଦେଶ ହୋଇଥିଲା। ୨୦୨୨ ସୁଦ୍ଧା ଭାରତରେ ପରମାଣୁ ଅସ୍ତ୍ର ସଂଖ୍ୟା ୧୬୦ଥିଲା , ଥିଲା, ଯାହା ୨୦୨୪ରେ ବଢି ୧୮୦ରୁ ଅଧିକ ହୋଇ ସାରିଛି। 

ପାକିସ୍ତାନ ଠାରୁ ୩ଗୁଣା ଶକ୍ତିଶାଳୀ ଭାରତ –

ପାକିସ୍ତାନ ତୁଳନାରେ ଆକ୍ରମଣାତ୍ମକ କ୍ଷମତାର କଥା କହିବା ତ ଭାରତର ପୁରୁଣା ହୋଇ ସାରିଥିବା ମିରାଜ ୨୦୦୦ ଏଚ୍‌ / ଆଇ, ଜାଗୁଆର ଆଇଏସ୍‌/ଆଇବି ଓ ଫ୍ରାନ୍ସ ନିର୍ମିତ ରାଫେଲ ବିମାନର ମାଧ୍ୟମରେ ପାଖାପାଖି ଏକାଠି ୪୮ ପରମାଣୁ ଅସ୍ତ୍ରକୁ ଖସାଇ ପାରେ। ମିରାଜ ୨୦୦୦ ଏଚ୍‌ / ଆଇ, ଜାଗୁଆର ଆଇଏସ/ ଆଇବିଙ୍କୁ ୧୯୮୦ର ଦଶକର ଆରମ୍ଭରେ ମୁତୟନ କରାଯାଇ ଥିଲା, ଯାହାର ରେଞ୍ଜ କ୍ରମଶଃ ୧,୮୫୦ ଓ ୧,୬୦୦ କିଲୋମିଟର , କିନ୍ତୁ ନିକଟରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇ ଥିବା ଫାଇଟର ଜେଟ୍‌ ରାଫେଲର ରେଞ୍ଜ ପାଖାପାଖି ୨,୦୦୦ କିଲୋମିଟର ଅଛି। ଖାଲି ଏତିକି ନୁହେଁ ୨୦୨୨ଯାଏ ଭାରତ ପାଖରେ ୬୪ଟି ସ୍ଥଳ ଆଧାରିତ ମିସାଇଲ ଥିଲା, ଯାହାର ସଂଖ୍ୟା ଆହୁରି ବଢି ଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.