ନାରାୟଣପାଟଣା,୧୩/୭ : ରାୟଗଡ଼ା ପରେ କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳିଛି ଗାଁ ଦାଣ୍ଡରେ ବଳଦ ଦଣ୍ଡ। ଭାଇ ଭଉଣୀ ସମ୍ପର୍କ ମଧ୍ୟରେ ପ୍ରେମ ସମ୍ପର୍କ ରଖିଥିବାରୁ ଯୁବକ ଯୁବତୀଙ୍କୁ ଦିଆଗଲା ଦଣ୍ଡ। ଗାଁ ଦାଣ୍ଡରେ ଉଭୟଙ୍କୁ ଜୁଆଳି ବାନ୍ଧି ହଳ କରାଇଛନ୍ତି ଗ୍ରାମବାସୀ। ପରେ ଉଭୟଙ୍କୁ ଶୁଦ୍ଧି କରାଯାଇଛି। ଏଭଳି ଘଟଣା କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଳକ୍ ବରଗି ପଞ୍ଚାୟତ ପେଦା ଇଟିକି ଗ୍ରାମରେ ଘଟିଯାଇଛି।
ରାୟଗଡ଼ା ଜିଲ୍ଲାରେ ସମାନ ଘଟଣା ସାମ୍ନାକୁ ଆସିଲା ପରେ କୋରାପୁଟ ଜିଲ୍ଲାର ଏହି ଭିଡିଓ ଭାଇରାଲ ହୋଇଛି। ପ୍ରାଥମିକ ସୂଚନାରୁ ଘଟଣା କିଛି ଦିନ ତଳେ ଘଟିଥିବା ଜଣାପଡିଛି। ଗ୍ରାମରେ ଜଣେ ଯୁବକ ନିଜ ସମ୍ପର୍କୀୟ ଭଉଣୀ ସହ ପ୍ରେମ ସମ୍ପର୍କ ରଖି ଧରା ପଡିବା ପରେ ଆଦିବାସୀ ସମାଜର ପ୍ରଥା ଅନୁସାରେ ଏଭଳି ଦଣ୍ଡ ଦିଆଯାଇଥିବା ଜଣାପଡିଛି। ପ୍ରଥା ପାଳନ କରିବାକୁ ଯାଇ ଅମାନବୀୟ କାର୍ଯ୍ୟ କରୁଛି ଯାହାକୁ ସଭ୍ୟ ସମାଜରେ ନିନ୍ଦା କରାଯାଇଛି। ଦୁହେଁ ଦୀର୍ଘ ଦିନ ଧରି ଭଲ ପାଇଁ ବାହା ହୋଇ ବାହାରକୁ ପଳାଇଥିଲେ ସେମାନଙ୍କୁ ନିଜର ବନ୍ଧୁ ବାନ୍ଧବ ଡକେଇଥିଲେ । ପରେ ଗାଁକୁ ଆସିବା ପରେ ଗାଁ ମଝିରେ ସମସ୍ତଙ୍କ ଉପସ୍ଥିତରେ ଉଭୟଙ୍କୁ ଜୁଆଡ଼ି ପକାଇ ହଳ କରୁଥୁବା ଚିତ୍ର ସାମ୍ନକୁ ଆସିଛି ।