ପ୍ରମୂଖ ଖବର
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମାନସିକ ବିକୃତଙ୍କ ଉନ୍ମତ୍ତ କାଣ୍ଡ, ୨ ଜଣଙ୍କ ଗଳା କାଟିବା ପରେ ନିଜ ବେକ କାଟିଦେଲେ ଯୁବକ

Published By : Rasmita Pradhan | November 12, 2024 11:52 AM

ଲମତାପୁଟ, ୧୨/୧୧ : ମାନସିକ ବିକୃତ ଯୁବକଙ୍କ ଉନ୍ମତ୍ତ କାଣ୍ଡ। ୨ ଜଣଙ୍କ ଗଳା କାଟିବା ପରେ ନିଜ ବେକ କାଟିଦେଲେ ଯୁବକ। କୋରାପୁଟ ଜିଲ୍ଲା ଲମତାପୁଟ ଟିକରପଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି।

ସୂଚନାନୁଯାୟୀ, ଟିକରପଡା ଗାଁର ସାଦୁ ବଡନାୟକ ତିନି ଦିନ ତଳେ ମାନସିକ ବିକୃତ ବ୍ୟବହାର କରୁଥିଲେ। କାଡ୍ରି ଗାଁର ରାମ କ୍ରିସାନୀ ସୋମବାର ସାଦୁ ବଡନାୟକଙ୍କ ଘରକୁ ବୁଲିବାକୁ ଆସିଥିଲେ। ଆଜି ସକାଳୁ ସଦା କୌଣସି କାରଣରୁ ଏକ ଛୁରୀ ସାହାଯ୍ୟରେ ରାମ କ୍ରିସାନୀଙ୍କ ସହ ନାବାଳକ ପୁତୁରା ସୁକୁ ବଡ଼ନାୟକଙ୍କ ଗଳା କାଟି ଦେଇଥିଲେ। ଘଟଣାସ୍ଥଳରେ ରାମଙ୍କ ମୃତ୍ୟୁ ହୋଇଥିବା ବେଳେ ପୁତୁରା ସୁକୁଙ୍କୁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ସଦା ନିଜ ଗଳା ମଧ୍ୟ କାଟି ଦେଇଛନ୍ତି। ଗ୍ରାମବାସୀ ସଦାଙ୍କୁ ବାନ୍ଧି ରଖିଥିବା ଜଣାପଡ଼ିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.