enq ଜମ୍ମୁ-କଶ୍ମୀରର ହିମାଳୟ ଅଞ୍ଚଳରେ ବରଫପାତର ଦିନ ପରେ ସୋମବାର  କାଶ୍ମୀରର ବହୁ ଅଞ୍ଚଳରେ ରାତିର ତାପମାତ୍ରା ହ୍ରାସ ପାଇଛି। ପାଣିପାଗ ବିଭାଗ ଆଗାମୀ ଦିନରେ ଆହୁରି ଅଧିକ ଥଣ୍ଡା ରହିବାର ଅନୁମାନ କରିଛି। ଶ୍ରୀନଗର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ଉତ୍ତର କାଶ୍ମୀରର ସ୍କ୍ରି ରିସୋର୍ଟ ଗୁଲମର୍ଗରେ ନ୍ୟୁନତମ୍ ତାପମାତ୍ରା ମାଇନସ୍‌-୯ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି, ଯାହାକି ସ୍ବାଭାବିକଠାରୁ୫.୪ ଡିଗ୍ରୀ କମ୍ ରହିଛି। କାଶ୍ମୀର ଘାଟିର ପାଣିପାଗ କେନ୍ଦ୍ର ଏହି ପାଣିପାଗରେ ସବୁଠାରୁ କମ୍ ତାପମାତ୍ରା ରହିଛି।

ପାଣିପାଗ ବିଭାଗର ତାଜା ଅପଡେଟ୍‌ରେ କୁହାଯାଇଛି, ଆଗାମୀ ସପ୍ତାହରେ ଥଣ୍ଡା ଓ ଶୁଷ୍କ ରହିବ। ଏଥିରେ କୁହାଯାଇଛି, ଆଗାମୀ ୭ ଦିନ ଭିତରେ ବହୁ କେନ୍ଦ୍ର ଉପରେ ଥଣ୍ଡା ଓ ଶୁଷ୍କ ପାଣିପାଗ ରହିବ।’ ତେବେ ସୋମବାର ରାଜଧାନୀ ଶ୍ରୀନଗରରେ ଖରା ଦେଖିବାକୁ ମିଳିଛି ଓ ଅପେକ୍ଷାକୃତ କମ୍ ଗରମ ରହିବ। ପାଣିପାଗ ବିଜ୍ଞାନୀ ଏମ୍ ହୁସେନ ମୀର କହିଛନ୍ତି, ଖରା ଆସିଥିବା ରାତିରେ ଆକାଶ ସଫା ରହିବା କାରଣରୁ ରାତିରେ ତାପମାତ୍ରା ହାସ ପାଇଥାଏ।’

ରବିବାର ଗୁଲମର୍ଗ, କୁପଓ୍ବାଡା ଓ ପୀର ସହିତ କାଶ୍ମୀରର ଉପର ଅଞ୍ଚଳରେ ତାଜା ବରଫବାରୀ ହୋଇଛି। ଫଳରେ ମୁଗଲ ରୋଡ୍ ଓ ସିନ୍ଥନ ରୋଡ ବନ୍ଦ ହୋଇଯାଇଛି। ଟ୍ରାଫିକ୍ ପୋଲିସ ଏକ୍ସରେ ଏକ ପୋଷ୍ଟରେ କହିଛି ମୋଗଲ ରୋଡ୍, ସିନ୍ଥନ ରୋଡ୍‌ ଓ ଶ୍ରୀନଗର-ସୋନମର୍ଗ ଓ ଗୁମରୀ ରୋଡ୍‌ ବରଫ ଜମା ହେବା କାରଣରୁ ଏବେ ବି ବନ୍ଦ ରହିଛି। ପାଣିପାଗ ବିଭାଗର ଅପଡେଟ୍‌ରେ କୁହାଯାଇଛି ଯେ, ଦକ୍ଷିଣ କାଶ୍ମୀରର ପହଲଗାମ୍ର ପର୍ଯ୍ୟଟନ ସ୍ଥଳରେ ମଧ୍ୟ ଏହି ପାଗର ସବୁଠାରୁ କମ୍ ତାପମାତ୍ରା -୬.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି, ଯାହାକି ସ୍ବାଭାବିକଠାରୁ ୪ ଡିଗ୍ରୀ କମ୍।