ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପ୍ରସ୍ତୁତି, ପବିତ୍ର ସ୍ନାନଯାତ୍ରା ଓ ରଥଯାତ୍ରାର ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ବୈଠକ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

ଏଲଓସିରେ ଗୁଳିମାଡ଼ କରୁଛି ପାକିସ୍ତାନ ସେନା, ସୀମାବର୍ତ୍ତୀ ଅଞ୍ଚଳର ଲୋକଙ୍କ ପାଇଁ ନିଆଗଲା ଏହି ନିଷ୍ପତ୍ତି

Published By : Tapas Panda | May 7, 2025 6:32 PM

Image Courtesy: abplive

ନୂଆଦିଲ୍ଲୀ: ଭାରତୀୟ ସେନାର 'ଅପରେସନ୍ ସିନ୍ଦୂର' ପରେ ଭୟରେ ପାକିସ୍ତାନ । ପାକିସ୍ତାନରେ ପଶି ଭାରତ ଏୟାର ଷ୍ଟ୍ରାଇକ୍‌ କରିଛି । ହେଲେ ପାକିସ୍ତାନ ସେନା କୌଣସି ଟେର ପାଇଲା ନାହିଁ । ଏବେ ପାକିସ୍ତାନୀ ସେନା ନିୟନ୍ତ୍ରଣ ରେଖାରେ ଉତ୍ତେଜନା ସୃଷ୍ଟି କରିବାକୁ ଚାହୁଁଛି । ଏଲଓସିରେ ଗୁଳିମାନ ଜାରି ରଖିଛି ପାକିସ୍ତାନ । ଏହାକୁ ନଜରରେ ରଖି ନିୟନ୍ତ୍ରଣ ରେଖା (LoC) ନିକଟବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ପୋଲିସ ଗାଡ଼ି ସାହାଯ୍ୟରେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଉଛି।

ବାୟୁସେନା ଆକ୍ରମଣ ପରେ ଆତଙ୍କିତ ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟସ୍ଥ ଗ୍ରାମଗୁଡ଼ିକୁ ଟାର୍ଗେଟ କରି ପ୍ରବଳ ଗୁଳିବର୍ଷା କରିଛି । ସେଠାରେ ଗୁଳିକାଣ୍ଡ ପରେ ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ସେମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି । ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଶିବିର ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା । ଏହା ପରେ ଏଲଓସିରେ ଗୁଳିବର୍ଷା କରିଛି ପାକିସ୍ତାନୀ ସେନା । 

ଜମ୍ମୁକାଶ୍ମୀରର ପୁଞ୍ଚ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ପିଟିଆଇ ରିପୋର୍ଟ ଅନୁଯାୟୀ, ଅଧିକାରୀମାନେ କହିଛନ୍ତି ଯେ ପାକିସ୍ତାନର ଅବାଧ ଗୁଳିମାଡ଼ ସୀମାନ୍ତ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ।  ପୁଞ୍ଚରେ ନିୟନ୍ତ୍ରଣ ରେଖା ନିକଟରେ ଥିବା ବାଲାକୋଟ, ମେନ୍ଧାର, ମାନକୋଟ, କୃଷ୍ଣା ଘାଟି, ଗୁଲପୁର, କେର୍ନି ଏବଂ ଏପରିକି ପୁଞ୍ଚ ଜିଲ୍ଲା ମୁଖ୍ୟାଳୟରେ ଗୁଳିବର୍ଷା ହୋଇଥିବାର ରିପୋର୍ଟ ଆସିଛି । ଫଳରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। 

ବାରମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ସୀମାପାର ଗୁଳିମାଡ଼ରେ ପାଞ୍ଚ ଜଣ ନାବାଳକଙ୍କ ସମେତ ଦଶ ଜଣ ଆହତ ହୋଇଥିବା ବେଳେ ରାଜୌରୀ ଜିଲ୍ଲାରେ ଆଉ ତିନି ଜଣ ଆହତ ହୋଇଛନ୍ତି। ସେପେଟ କୁପୱାଡା ଜିଲ୍ଲାର କର୍ଣ୍ଣାହ ସେକ୍ଟରରେ ଗୁଳିବର୍ଷା ଯୋଗୁଁ ଅନେକ ଘର ପୋଡ଼ି ଯାଇଛି। ଭାରତୀୟ ସେନା ଏହି ଗୁଳିବର୍ଷାର ଉପଯୁକ୍ତ ଜବାବ ଦେଉଛି। ଅନ୍ୟପକ୍ଷରେ, ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ମଧ୍ୟ ଏ ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକ ପରେ ସେ କହିଛନ୍ତି, ‘ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ତାର ସୀମା ଅତିକ୍ରମ କରି ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଛି। ତେଣୁ ମୁଁ ପରିସ୍ଥିତିର ସମୀକ୍ଷା କରିଛି ଏବଂ ଆମେ ଏହାର ମୁକାବିଲା କରୁଛୁ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.