ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟଙ୍କ ଜଣେ ଭଲ ବନ୍ଧୁ ହେଉଛନ୍ତି କେନ୍ ଓ୍ବିଲିୟମସନ । ହଠାତ ବିରାଟଙ୍କ ଭଳି ଟେଷ୍ଟ କ୍ରିକେଟରୁ ସନ୍ୟାସ ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି ଓ୍ବିଲିୟମସନ । ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଚାଲିଥିବାବେଳେ ସେ ନିଜର ଅବସର ଘୋଷଣା କରିଛନ୍ତି । କ୍ରିକେଟର ଫ୍ୟାବ୍-୪ ମଧ୍ୟରେ ରହିଛନ୍ତି ଓ୍ବିଲିୟମସନ । ବିରାଟ-ରୁଟ୍-ଓ୍ବିଲିୟମସନ ଏବଂ ସ୍ମିଥଙ୍କୁ ଫ୍ୟାବ୍-୪ ବୋଲି କୁହାଯାଏ । ଏହି ୪ ମହାନ ଖେଳାଳିଙ୍କ ମଧ୍ୟରୁ ଟେଷ୍ଟ କ୍ରିକେଟୁ ବିରାଟଙ୍କ ପରେ ଏବେ ଓ୍ବିଲିୟମସନ ଅବସର ଘୋଷଣା କରିଛନ୍ତି । ବାକି ସ୍ମିଥ ଏବଂ ରୁଟ୍ ପ୍ରଦର୍ଶନ ଜାରି ରଖିଛନ୍ତି ।
ବିରାଟଙ୍କ ଭଳି ଓ୍ବିଲିୟମସନଙ୍କ ଏକ ସ୍ବପ୍ନ ଅଧୁରା ରହିଯାଇଛି । ବନ୍ଧୁଙ୍କ ଭଳି ହଠାତ ଟେଷ୍ଟ କ୍ରିକେଟକୁ ବାଏ ବାଏ କହିଥିବାବେଳେ ୧୦ ହଜାର ରନ୍ ଟେଷ୍ଟ କ୍ରିକେଟରେ ପୂରଣ କରି ପାରିନାହାନ୍ତି । ବିରାଟ ଟେଷ୍ଟ କ୍ରିକେଟରେ ୧୦ ହଜାର ରନ ପୂରଣ କରିବା ସ୍ବପ୍ନ ବୋଲି କହିଥିଲେ । ମାତ୍ର ସେ ୯,୨୩୦ ରନ୍ କରିଥିବା ସମୟରେ ଅବସର ଘୋଷଣା କରିଥିଲେ । ଆଉ ଏବେ ଓ୍ବିଲିୟମସନ ୯,୫୧୫ ରନ କରିଥିବାବେଳେ କୋହଲିଙ୍କ ରାସ୍ତାରେ ଚାଲିଛନ୍ତି । ଦୁଇ ବନ୍ଧୁଙ୍କ ଏହି ବଡ଼ ସ୍ବପ୍ନ ଅଧାରେ ଅଟକିଛି ।
କେନ୍ ଓ୍ବିଲିୟମସନଙ୍କ ସମ୍ପର୍କରେ ଯଦି କହିବା ତାହେଲେ ସେ ଭାରତ ବିପକ୍ଷରେ ୨୦୧୦ ମସିହାରେ ଟେଷ୍ଟରେ ଡେବ୍ୟୁ କରିଥିଲେ । ଡେବ୍ୟୁ ମୁକାବିଲାରେ ସେ ଶତକ ହାସଲ କରି ରେକର୍ଡ କରିଥିଲେ । ଏହାସହ ଭାରତ ବିପକ୍ଷରେ ମଧ୍ୟ ଦିନିକିଆରେ ଡେବ୍ୟୁ କରିଥିଲେ । ସେ ନିଜର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ୧୯,୩୪୬ ରନ୍ କରିପାରିଛନ୍ତି । ଏହାସହ କ୍ୟାରିୟରରେ ୪୮ଟି ଶତକ ମାରିବାର ରେକର୍ଡ ଅର୍ଜନ କରିଛନ୍ତି । କେନ୍ ୱିଲିୟମସନ୍ ୪୦ଟି ଟେଷ୍ଟ, ୯୧ଟି ଦିନିକିଆ ଏବଂ ୭୫ଟି ଟି-୨୦ରେ ନ୍ୟୁଜିଲାଣ୍ଡର ଅଧିନାୟକତ୍ୱ କରିଥିଲେ। ତାଙ୍କ ଅଧିନାୟକତ୍ୱରେ, ଦଳ ୨୦୧୯ ଦିନିକିଆ ବିଶ୍ୱକପର ଫାଇନାଲରେ ପହଞ୍ଚିଥିଲା, ଯେଉଁଠାରେ ତାଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବରେ ବିବେଚିତ କରାଯାଇଥିଲା ଏବଂ ୨୦୨୧ ଟି-୨୦ ବିଶ୍ୱକପର ଫାଇନାଲରେ ମଧ୍ୟ ପହଞ୍ଚିଥିଲା। ଅଧିନାୟକ ଭାବରେ ତାଙ୍କର ସର୍ବୋତ୍ତମ ସଫଳତା ଥିଲା ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ବିଜୟୀ ହେବା। ଜୁନ୍ ୨୦୨୧ରେ, ସାଉଥାମ୍ପଟନ୍ରେ ନ୍ୟୁଜିଲାଣ୍ଡ ଭାରତକୁ ପରାସ୍ତ କରିବା ସମୟରେ ସେ ୪୯ ଏବଂ ୫୨ ରନ କରିଥିଲେ।
ଏହାସହ ପଢ଼ନ୍ତୁ : Armaan Malik Family Controversy: ପାୟଲଙ୍କ ଭଳି ୪ ଛୁଆଙ୍କ ମାଆ ହେବେ କି କୃତିକା ? ଅରମାନ କହିଲେ...